Jump to content

ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୮୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାଲ୍ଯ ଓ କିଶୋରାବସ୍ଥା ବହୁ ଦୁଃଖକଷ୍ଟ ଓ ଅଭାବ ଅନଟନ ମଧ୍ଯରେ ଅତିବାହିତ ହୋଇଥିଲେ । ମାତ୍ର ଗୋଦାବରୀଶ ବାନପୁରରେ ପ୍ରାଥମିକ ଶିକ୍ଷା କୃତିତ୍ବ ସହିତ ସମାପ୍ତ କରି ପୁରୀ ଜିଲ୍ଲା ସ୍କୁଲ୍ ମାଧ୍ଯମିକ ଶିକ୍ଷା ଲାଭ କରିଥିଲେ । "ତୁଳସୀ ଦୁଇପତ୍ରରୁ

ବାସେ"ତାଙ୍କ ଜୀବନରେ ପ୍ରମାଣିତ ହୋଇଥିଲା । ଶିକ୍ଷାଦୀକ୍ଷା ଓ ସଦାଚାରରେ ସେ

ସମସ୍ତଙ୍କର ପ୍ରଶଂସାଭାଜନ ହୋଇଯାଇଥିଲେ । ଇଂରେଜି ଭାଷାରେ ତାଙ୍କର ଦକ୍ଷତା ଥିଲା ଅସାଧାରନ । ସୁସୋହିତ୍ଯିକ ଚନ୍ଦ୍ରମୋହନ ମହାରଣା ତାଙ୍କ ଉପରେ ଖୁବ୍ ପ୍ରୀତ ହୋଇଥିଲେ । ସେ ମାଟ୍ରୀକ ପରୀକ୍ଷାରେ କୃତିତ୍ବର ସହିତ ଉତ୍ତୀର୍ଣ୍ଣ ହୋଇଥିଲେ । ସବୁ ସ୍ତରରେ ସେ ସରକାରୀ ବୃତି ଲାଭ କରିଥିଲେ । କଟକ ରେଭେନ୍ସା କଲେଜରେ ସେ ବି ଏ ଏବଂ କଲିକତା ବିଶ୍ବବିଦ୍ଯାଳୟରେ ଏମ୍ ଏ ଅଧ୍ଯୟନ କରି ସାଫଲ୍ଯ ଅର୍ଜନ କରିଥିଲେ । ପରେ ସେ ପାଟଣା ବିଶ୍ବବିଦ୍ଯାଳୟରୁ ବି ଟି ବା ଶିକ୍ଷକତା ତାଳିମ୍ପ୍ରାପ୍ତ ହୋଇଥିଲେ ଏବଂ ଏହି ପରିକ୍ଷାରେ ସେ ପ୍ରଥମେ ଶ୍ରେଣୀରେ ପ୍ରଥମେ ହୋଇଥିଲେ ।


ଅଧ୍ଯୟନ ଷିତ ସମାଜସେବା ଥିଲା ଗୋଦାବରୀଶଙ୍କ ପ୍ତିୟ କାର୍ଯ୍ଯ । ଏ ଦିଗରେ ଗୋପବନ୍ଧୁ ଥିଲେ ତାଙ୍କର ଆଦର୍ଷ ଏବଂ ସ୍କୁଲ୍ କଲେଜରେ ଗୋଦାବରୀଶ ସାଙ୍ଗମାଙ୍କ ସହିତ ବନ୍ଯା, ମରୁଡି, ହିଇଜା, ମହାମାରୀ ପଡିଲେ ଦୁର୍ଗତମାନଙ୍କର ସେବା କରୁଥିଲେ । ସ୍ବାଧୀନତା ଆନ୍ଦୋଳନରେ ସେ ପରୋକ୍ଷ ଓ ପ୍ରତ୍ଯକ୍ଷ ଭାବରେ ଭାଗ ନେଇଥିଲେ । ଖୁଦିରାମଙ୍କ ଫାଶି, ବଙ୍ଗ ବିଭାଜନ ଆଦି ଘଟଣାମାନ ହାତୀୟ ସଂଗ୍ରାମକୁ ଦୃତ୍ତର କରିଥିଲା । ସେହିପରି ଓଡିଶାର ସ୍ବତନ୍ତ୍ର୍ଯ ନଥିବାରୁ ଓଡିଆମାନେ ସବୁ କ୍ଷାତ୍ରରେ ଅବହେଳିତ ଓ ନିର୍ଯୀତିତ ହେଉଥିଲେ । ଓଡିଆ ଭାଷା ଅନ୍ଳ ବଙ୍ଗ, ମଧ୍ଯପ୍ରଦେଶ ଓ ମାନ୍ଦ୍ରାଜ୍ ଷିତ ମିଶି ରହିଥିଲା । ୧୯୧୨ ମସିହାରେ ବିହାର-ଓଡିଶା ଗଠିତ ହେଲା । ବିଭିନ୍ନ ହୋଇ ରହିଥିବା ଓଡିଆ ଭାଷୀ ଅଞ୍ଚଳଗୁଡିକରେ ଓଡିଆମାନଙ୍କର ଶିକ୍ଷାଦୀକ୍ଷା ଓ ଓଡିଆ ଭାଷା ସାହିତ୍ଯର ସୁରକ୍ଷା ଏକ ଶୋଚନୀୟ ଅବସ୍ଥାର ସମ୍ମୁଖୀନ ହୋଇଥିଲା ।


୧୯୧୯ ମସିହାର ଲଥା । ସିଂହଭୂମିରେ ଓଡିଆମାନଙ୍କ ଶିକ୍ଷା ପାଇଁ ଏକ ବିଦ୍ଯାଳୟ ଗଢି ଉଠିଥିଲା । ସତ୍ଯବାଦୀ ବିଦ୍ଯାଳୟରେ ଗୋଦାବରୀଶ ଏକମାତ୍ର ବି ଟି ପାସ୍ କରିଥିବା ଶିକ୍ଷକ ହୋଇଥିବାରୁ ଗୋପବନ୍ଧୁ ତାଙ୍କୁ ସିହଂଭୂମି ପଠାଇବାକୁ ଚାହିଁ ନଥିଲା । ମାତ୍ର ନୀଳକଣ୍ଠ ଓ କୃପାସିନ୍ଧୁ ପାରିବାରିକ ଅସୁବିଧାରୁ ଯାଇ ନପାରିବାରୁ

                                                                                 ୭୨