ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୯୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆର୍ଥିକ ସାହାଯ୍ଯରେ ଆସ୍କାରେ ବହୁ ପୁଷ୍କରିଣୀ ଖୋଦିତ ହୋଇଥିଲା । ନିକଟବର୍ତ୍ତୀ ନଦୀକୁ ମଧ୍ଯ ପ୍ରଶସ୍ତ କରାଯାଇଥିଲା । ଏସବୁ କାର୍ଯରେ ନିଯୁକ୍ତ ଲୋକମାନଙ୍କୁ ଶ୍ରମ ବଦଳରେ ଖାଦ୍ଯ ଯୋଗାଇ ଦିଆଯିଥିଲା । ଫଳରେ ବହୁଲୋକ ଉପବାସର ଧକ୍କାରୁ ରକ୍ଷା ପାଉଥିଲେ । ଏହିଶ୍ରମ ମାଧ୍ଯମରେ ସେମାନଙ୍କ ଅନ୍ନସଂସ୍ଥାନ ହୋଇପାରିଥିଲା ।
ଗଞ୍ଜାମବାସୀ ପରଶୁରାମ ଓ କଟ୍ରେଲ ସାହେବଙ୍କ କାର୍ଯ୍ଯରେ ଖୁବ୍ ମୁଗ୍ଧ ହୋଇଥିଲେ । ଏମିତି କି କୃତଜ୍ଞ ଗଞ୍ଜାମବାସୀଗଣ ଏକ ଲକ୍ଷ ଟଙ୍କା ସଂଗ୍ରହ କରି ପାଣ୍ଠି ଗଠନ କରିଥିଲେ । ଏହାକୁ "କଟ୍ରେଲ ପାଣ୍ଠି ବା କଟ୍ରେଲ ଫଣ୍ଡ" କୁହାଯାଇ ସେଥିରୁ ଦରିଦ୍ର ଛାତ୍ରଛାତ୍ରୀଙ୍କୁ ଅଧ୍ଯୟନ ପାଇଁ ବିନାସୁଧରେ ଋଣପ୍ରଦାନ କରାଯାଉଥିଲା । ଏହି ଶୁଭ ଚିନ୍ତନ ଓ ଲୋକ ହିତକର କାର୍ଯ୍ଯରେ ପରଶୁରାମଙ୍କ ଯୋଗଦାନଥିଲା ଅବିସ୍ମରଣୀୟ ।
ପରଶୁରାମଙ୍କ ପ୍ରଚେଷ୍ଟାରେ ଆସ୍କା ହାଇସ୍କୁଲ ଗୋଟିଏ କ୍ଷୁଦ୍ର ମ.ଇ ସ୍କୁଲରୁ ଉନ୍ନୀତ ହୋଇ ଏକ ବିରାଟ ଶିକ୍ଷାନୁଷ୍ଠାନରେ ପରିଣତ ହୋଇଥିଲା । କାୟମନୋବାକ୍ଯରେ ସେ ଏହାର ବହୁ ମୁଖି ବିକାଶରେ ଲାଗିଥିଲେ । ପ୍ରଥମେ ତେଲୁଗୁ ଲୋକମାନଙ୍କର ଆପତ୍ତି ହେଉଥିଲା । ପରେ ସେମାନେ ପ୍ରଧାନ ଶିକ୍ଷକଙ୍କ କର୍ମନିଷ୍ଠା ଓ ଆଚରଣରେ ସଂତୁଷ୍ଟ ହୋଇଥିଲେ । ଓଡ଼ିଆ ଛାତ୍ରଛାତ୍ରୀଙ୍କ ସହିତ ତେଲୁଗୁଭାଷୀ ପିଲାମାନେ ଏହି ସ୍କୁଲରେ ବହୁ ସଂଖ୍ଯାରେ ଅଧ୍ଯୟନ କଲେ । ପ୍ରଧାନ ଶିକ୍ଷକ ଶ୍ରେଣୀ ଭିତରେ ଓ ବାହାରେ ନିଜେ ଅଧ୍ଯାପନାର ତତ୍ତ୍ବ ନେଉଥିଲେ । ଏହା ଫଳରେ ଆସ୍କା ହାଇସ୍କୁଲର ଭୁ ଛାତ୍ରଛାତ୍ରୀ ଅଧିକ ନମ୍ବର ରଖି ହାଇସ୍କୁଲ ପରିକ୍ଷାରେ ପାସ୍ କରୁଥିଲେ । ସ୍କୁଲର ସୁନାମ ସମଗ୍ର ରାଜ୍ଯରେ ଖେଳି ଯାଇଥିଲା ।

ସେତେବେଳେ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହୋଇନଥିଲା । ପୁରୀ ,କଟକ ଓ ବାଲେଶ୍ୱର ବଙ୍ଗଳା ପ୍ରେସିଡେନ୍ସୀ ଅଧୀନରେ, ଗଞ୍ଜାମ କୋରାପୁଟ ଆଦି ମାନ୍ଦ୍ରାଜରେ ଓ ସମ୍ବଲପୁର ଅଂଚଳ ମଧ୍ଯପ୍ରଦେଶରେ ମିଶିକରି ରହିଥିଲା। ପରଶୁରାମଙ୍କ ପ୍ରେରଣା ଲାଭ କରି ଏଠାରେ ଦେଶ ମିଶ୍ରଣ ଆନ୍ଦୋଳନ ପ୍ରବଳତର ହେଲା । ଆସ୍କା ହେଲା ଗଞ୍ଜାମ ରେ ଏହି ଦେଶ ମିଶ୍ରଣ ଆନ୍ଦୋଳନର ପ୍ରଧାନ କେନ୍ଦ୍ର ।
ପରଶୁରାମଙ୍କ ନିର୍ଦ୍ଦେଶରେ ହାଇସ୍କୁଲର ଛାତ୍ରମାନେ ଦଳଦଳ ହୋଇ ଗାଁରୁ ଗାଁକୁ ଯାଇ ଦେଶ ମିଶ୍ରଣର ବାର୍ତ୍ତା ପ୍ରଚାର କଲେ। ସେମାନ ଙ୍କ ପ୍ରଧାନ ଦୁଆସବୁ ଏହି ପ୍ରକାର ଥିଲା-