ପୃଷ୍ଠା:Odishara Itihas.pdf/୧୦୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୧
ଚତୁର୍ଥ ଅଧ୍ୟାୟ ।

କପିଳେନ୍ଦ୍ରଙ୍କର ଉଲ୍ଲିଖିତ ବିଚାରରେ ତାଙ୍କର ଅନ୍ୟାନ୍ୟ ପରିଣତା ପତ୍ନିଙ୍କ ଗର୍ଭସମ୍ଭୁତ ପୁତ୍ରମାନେ ପୁରୁଷୋତ୍ତମଙ୍କ ସହିତ ନାନାପ୍ରକାର ବିରୁଦ୍ଧାଚରଣ କରିଥଲେ* । ଅବଶେଷରେ ସେମାନେ ବିରକ୍ତ ହୋଇ ଓଡ଼ିଶାଦେଶ ପରିତ୍ୟାଗ କରି ଭିନ୍ନ ଭିନ୍ନ ସ୍ଥାନମାନଙ୍କରେ ଭୂମି ଅଧିକାର କରି କ୍ଷୁଦ୍ର କ୍ଷୁଦ୍ର ରାଜ୍ୟମାନ ସ୍ଥାପନ କଲେ । ବର୍ତ୍ତମାନ ଗଞ୍ଜାମ ଓ ସମ୍ବଲପୁର ଅନ୍ତର୍ଗତ ଅଧିକାଂଶ ରାଜାଏ ଏହି ଅଷ୍ଟାଦଶ ରାଜପୁତ୍ରଙ୍କ ବଂଶୋଦ୍ଭୁତ ଅଟନ୍ତି ।
କୃଷ୍ଠାନ‌ଦୀ ତୀରରେ ଓଡ଼ିଶା ରାଜସୈନ୍ୟଙ୍କଦ୍ୱାରା ପୁରୁଷୋତ୍ତମ ଦେବ ରାଜ୍ୟାଭିଷିକ୍ତ ହୋଇ କଟକ ନଗରକୁ ଫେରି ଆସିଲେ । କାଞ୍ଚି ବିଜୟ ପୁରୁଷୋତ୍ତମ ଦେବଙ୍କ ରାଜତ୍ୱର ଗୋଟିଏ ପ୍ରଧାନ ଘଟଣା । ସେଥିର ବିବରଣ ମାଦଳାପାଞ୍ଜିରେ ଓ କାଞ୍ଚିକାବେରୀ ନାମକ ଏକ ଉତ୍କଳଗ୍ରନ୍ଥରେ ସବିଶେଷ ବର୍ଣ୍ଣିତ ହୋଇଅଛି । ସେ ବର୍ଣ୍ଣନା ଅତି ବାହୁଲ୍ୟ ଓ ଅତ୍ୟୁକ୍ତି ଦୋଷରେ ପୂରିତ ଥିଲେ ସୁଦ୍ଧା ସେଥିର ସାରମର୍ମକୁ ଆମ୍ଭେମାନେ ସତ୍ୟ ବୋଲି ଗ୍ରହଣ କରିପାରୁଁ । ତାହା ଏହି ଯେ କର୍ଣ୍ଣାଟଦେଶରେ କାଞ୍ଚି ନାମରେ ଏକ ସୁପ୍ରସିଦ୍ଧ ଦୁର୍ଗ ଥିଲା; ସେ ନରପତିଙ୍କର ପଦ୍ମାବତୀନାମ୍ନୀ ଏକ ପରମା ରୂପବତୀ କନ୍ୟା ଥିଲେ । ସେହି ପରମା ରୁପସୀ କନ୍ୟାଙ୍କ ସଙ୍ଗେ ପୁରୁଷୋତ୍ତମ ଦେବଙ୍କର ଶୁଭବିବାହ କାର୍ଯ୍ୟ ସମ୍ପାଦିତ ହେବାର ସ୍ଥିର ହୋଇଥିଲା । କିନ୍ତୁ କର୍ଣ୍ଣାଟାଧିପତି ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଓଡ଼ିଶାରାଜାଙ୍କୁ ସମ୍ମାର୍ଜ୍ଜକର କାର୍ଯ୍ୟ କରିବାକୁ ହେଉଥିବାର ଶୁଣି ଓ ଉକ୍ତ କାର୍ଯ୍ୟକୁ କ୍ଷତ୍ରିୟତନୟ ପ୍ରତି ଅପମାନସୂଚକ ଜ୍ଞାନ କରି, ସ୍ୱୀୟ କନ୍ୟାକୁ ପୁରୁଷୋତ୍ତମ ଦେବଙ୍କ ସଙ୍ଗେ ପରିଣୟସୂତ୍ରରେ ଆବଦ୍ଧ କରାଇବା ସକାଶେ ଅସ୍ୱୀକୃତ ହେଲେ । ସେଥିରେ ଗଜପତି ରାଜାଙ୍କ ମନରେ କୋପ ଜନ୍ମିଲା ଓ କର୍ଣ୍ଣାଟରାଜାଙ୍କୁ ପରାସ୍ତ କରି ପଦ୍ମାବତୀକି ଏକ ଚାଣ୍ଡାଳ ସଙ୍ଗେ ବିବାହ ଦେବାପାଇଁ ପୁରୁଷୋତ୍ତମ ଦେବ ପ୍ରତିଜ୍ଞାରୁଢ଼ ହେଲେ । ସମରସଜ୍ଜାର ଅୟୋଜନ ହେଲା । କାଞ୍ଚି ବିରୁଦ୍ଧରେ ଅବିଳମ୍ବେ ସୈନ୍ୟ ଘେନି ଧାବିତ ହେଲେ; କିନ୍ତୁ ପ୍ରଥମ ଚେଷ୍ଟାରେ କୃତକାର୍ଯ୍ୟ ହୋଇ ପାରିଲେ ନାହିଁ । ସ୍ୱୟଂ ପରାଭୂତ ହୋଇ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କଲେ । ତଦନନ୍ତର ଅନ୍ୟ ଉପାୟ ନ ଦେଖି ଶ୍ରୀ ଜଗନ୍ନାଥ ।


* ପୁରୁଷୋତ୍ତମ ଦେବଙ୍କ ପ୍ରାଣ ସୁଦ୍ଧା ବଧ କରିବା ସକାଶେ କପିଳେନ୍ଦ୍ରଦେବଙ୍କ ପୁତ୍ରମାନେ ଚେଷ୍ଟା କରିଥିଲେ । ଅବଶେଷରେ ପୁରୁଷୋତ୍ତମଙ୍କୁ ସାଗରରେ ବୁଡ଼ାଇ ମାରିବାର ଉଦ୍ୟମ କରଥଲେ । କିନ୍ତୁ ସେମାନଙ୍କର ସକଳ ଚେଷ୍ଟା ବିଫଳ ହୋଇଥିଲା ।