ପୃଷ୍ଠା:Odishara Itihas.pdf/୧୦୬

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୪
ଓଡ଼ିଶାର ଇତିହାସ ।

ପ୍ରତାପରୁଦ୍ର ଯୁଦ୍ଧରେ ପ୍ରବୃତ୍ତ ଥିଲାବେଳେ ବଙ୍ଗଦେଶରୁ ହୁସେନସା ସୈନ୍ୟ ସାମନ୍ତ ଘେନି ଓଡ଼ିଶା ଆକ୍ରମଣ କରିଥିଲେ (ପ୍ରାୟ ୧୫୧୦ ଖ୍ରୀଃ) । କଟକର ତ‌ତ୍କାଳୀନ ସେନାପତି ଅନନ୍ତ ସିଂହ ହୁସେନଙ୍କଦ୍ୱାରା ପରାଭୂତ ହୋଇ ସାରଙ୍ଗଗଡ଼ଠାରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ । ତଦନନ୍ତର ହୁସେନସା ପୁରୀ ଅବରୋଧ କରିଥିଲେ । ଏମନ୍ତ ସମୟରେ ପ୍ରତାପରୁଦ୍ର ଦାକ୍ଷିଣାତ୍ୟରେ ଏ ସମସ୍ତ ସମ୍ବାଦ ପାଇ ଅବିଳମ୍ବେ ସୈନ୍ୟଙ୍କୁ ସ୍ୱଦେଶ ଦିଗକୁ ଫେରାଇ ପୁରୀଠାରେ ଉପସ୍ଥିତ ହେଲେ । ବଙ୍ଗୀୟ ମୁସଲମାନମାନଙ୍କ ସଙ୍ଗେ ପ୍ରତାପରୁଦ୍ରଙ୍କର ଯୁଦ୍ଧ ହେଲା । ଇତିମଧ୍ୟରେ ବ୍ରାହ୍ମଣମାନେ ଜଗନ୍ନାଥଙ୍କୁ ଘେନି ଚିଲ୍‌କା ଆଡ଼କୁ ପଳାଇଥିଲେ । ତୁମୂଳ ଯୁଦ୍ଧ ହେଲା ଉତ୍ତାରୁ ମୁସଲମାନମାନେ ପରାସ୍ତ ହେଲେ ଓ ଅବଶେଷରେ ସନ୍ଧି ସଂସ୍ଥାପିତ ହେଲା । ଦକ୍ଷିଣଦେଶରେ ବାହାମିନୀ ମୁସଲମାନମାନେ ହୀନପ୍ରଭ ହେବାରୁ ଗୋଲକୁଣ୍ଡାର କୁତବସାହିବଂଶୀୟ ମୁସଲମାନମାନେ ମସ୍ତକ ଉତ୍ତୋଳନ କରୁଥିଲେ । ସେମାନେ ୧୫୨୦ ଖ୍ରୀଷ୍ଟାବ୍ଦରେ ସୈନ୍ୟ ପ୍ରେରଣ କରି ତୈଲଙ୍ଗ ଦେଶରୁ ଏକ ଅଂଶ ସ୍ୱରାଜ୍ୟଭୁକ୍ତ କଲେ ।
ଗଙ୍ଗାବଂଶୀୟ ରାଜାମାନେ ଦେଶଶାସନର ଓ ରାଜସ୍ୱ ସଂଗ୍ରହର ସୁନିୟମମାନ ସ୍ଥିର କରି ବିସ୍ତର ପ୍ରତିପତ୍ତିର ଭାଜନ ହୋଇଥିଲେ । ପ୍ରତାପରୁଦ୍ର ପୂର୍ବନିୟମମାନ ସମସ୍ତ ସ୍ଥିର ରଖିଥିଲେ । ପୂର୍ବପରି ଦେଶର ଭିନ୍ନ ଭିନ୍ନ ଖଣ୍ଡରେ ଶାସନ‌କର୍ତ୍ତା ନିଯୁକ୍ତ ଥିଲେ । ଚୈତନ୍ୟଚରିତାମୃତ ଗ୍ରନ୍ଥରୁ ଆମ୍ଭେମାନେ ଏଥିର କେତେକ ପରିଚୟ ପ୍ରାପ୍ତ ହେଉଁ । ପ୍ରତାପରୁଦ୍ର କୌଣସି ଗୁରୁତର ବିଷୟ ନିଷ୍ପତ୍ତ କରିବା ପୂର୍ବରୁ ଅମାତ୍ୟମାନଙ୍କର ସତ୍ପରାମର୍ଶ ଗ୍ରହଣ କରୁଥିବାର ଜଣାଯାଏ । ପୁଣି ଚୈତନ୍ୟଙ୍କ ସହିତ ସାକ୍ଷାତ୍ କରିବା ପୂର୍ବରୁ ତଦଧୀନ ଗୋଦାବରୀ ପ୍ରଦେଶର ଶାସନକର୍ତ୍ତା ଓ ଅମାତ୍ୟ ରାମାନନ୍ଦ ରାୟଙ୍କ ସଙ୍ଗେ ସେ କିପରି ପରାମର୍ଶ କରିଥିଲେ, ତାହା ପାଠ କଲେ ତାଙ୍କ ସ୍ୱଭାବ ବିବେଚନା ଶକ୍ତି ଓ ଦୂରଦୃଷ୍ଟିର ପରିଚୟ ମିଳଇ । ତାଙ୍କ ରାଜତ୍ୱ ସମୟରେ ସୁଦ୍ଧା ଓଡ଼ିଶାରେ ଏକ ଦୁର୍ଭିକ୍ଷ ଉପସ୍ଥିତ ହୋଇଥିଲା ।
ପ୍ରତାପରୁଦ୍ରଙ୍କ ରାଜତ୍ୱ ସମୟରେ ବୈଷ୍ଣବଧର୍ମର ବିଶେଷ ଆନ୍ଦୋଳନ ଓଡିଶାରେ ଘଟିଥିଲା । ନବଦ୍ୱୀପର ସୁପ୍ରସିଦ୍ଧ ଧର୍ମପ୍ରଚାରକ ଚୈତନ୍ୟ* ଓଡ଼ିଶାକୁ


<nowiki>*<nowiki>ଚୈତନ୍ୟ ୧୪୮୦ ମସିହାରେ ନ‌ଦୀୟା ନଗରରେ ଜନ୍ମିଥିଲେ । ତାଙ୍କ ପିତାଙ୍କ ନାମ ଜଗନ୍ନାଥ ମିଶ୍ର । ନ‌ଦୀୟା ସଂସ୍କୃତବିଦ୍ୟା ଚର୍ଚ୍ଚା ଓ ଆଲୋଚନାର ପ୍ରଧାନ ସ୍ଥାନ ଥିଲା । ସେଠାରେ ସେ ସୁଶିକ୍ଷିତ ହୋଇଥିଲେ । ନ୍ୟାୟଶାସ୍ତ୍ରରେ