ପୃଷ୍ଠା:Odishara Itihas.pdf/୧୧୦

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


୮୮

ଓଡ଼ିଶାର ଇତିହାସ ।


କଲେ । ଓଡ଼ିଶାରେ ଅନ୍ତର୍ବିବାଦ, ମତାନ୍ତର ଓ ବିଦ୍ରୋହ ଉପସ୍ଥିତ ହୋଇ କିଛକାଳ ଉତ୍ତାରୁ ଓଡ଼ିଶାର ସ୍ୱାଧୀନତା ଏକାବେଳକେ ବିନଷ୍ଟ ହେଲ। ।
ଦେଶର ଅବସ୍ଥା - ଗଙ୍ଗାବଂଶୀୟ ରାଜାଙ୍କ ସମୟରେ ଓଡ଼ିଶାର ପୂର୍ବ ସୀମା ବ‌ହୁ ପରିମାଣରେ ପରିବର୍ଦ୍ଧିତ ହୋଇଥିଲା । ଉତ୍ତରରେ ହୁଗଳୀ ନ‌ଦୀଠାରୁ ଦକ୍ଷିଣରେ ଗୋଦାବରୀ ଓ କର୍ଣ୍ଣାଟ ଏବଂ ପୂର୍ବରେ ସାଗରତୀରରୁ ପଶ୍ଚିମରେ କଳାହାଣ୍ଡି, ବସ୍ତର ପର୍ଯ୍ୟନ୍ତ ଗଙ୍ଗାବଶୀୟଙ୍କ ଓଡ଼ିଶା ରାଜ୍ୟ ବିସ୍ତୃତ ହୋଇଥିଲା । ସେଥିରୁ ମୋଟ ୩୫ ଲକ୍ଷ ମାଢ଼ ସ୍ୱର୍ଣ୍ଣ ରାଜସ୍ୱ ଉତ୍ପନ୍ନ ହେଉଥିବାର ବର୍ଣ୍ଣିତ ଅଛି । ଅନଙ୍ଗଭୀମ ଦେବଙ୍କ ସମୟରେ ସମଗ୍ର ଓଡ଼ିଶାର ଥରେ ଜରୀପ ହୋଇଥିଲା, ସେଥିରେ ମୋଟ ଜମି ୬୨ ୨୮ ୦୦୦ ବାଟୀ ଥିବାର ପରିମାପକେ ସ୍ଥିର କରିଥିଲେ । ଏହି ୬୨ ୨୮ ୦୦୦ ବାଟୀ ଭୂମି ପ୍ରାୟ ଚାଳିଶ ଲକ୍ଷ ବର୍ଗମାଇଲ ଭୂମି ସଙ୍ଗେ ସମାନ । ଆଧୁନିକ ଇଂରାଜ ପରିମାଣରେ ଉକ୍ତ ଜମି ୩୯୪୦୭ ବର୍ଗମାଇଲ ଥିବାର ସ୍ଥିର ହୋଇଅଛି । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ, ଦେଶୀୟ ଲୋକେ ସାମାନ୍ୟ ନଳ ପଦିକାରେ ମାପି ବ‌ହୁ ବ୍ୟୟସାଧ୍ୟ ଇଂରାଜ ପରିମାପକ ଯନ୍ତ୍ରଚୟର ମାପ ସଙ୍ଗେ ଭୂମି ମିଳାଇ ଦେଇ ପାରନ୍ତି । ଏ ବିଷୟଟି କୌତୁକାବହ ସନ୍ଦେହ ନାହିଁ ।
ଗଙ୍ଗାବଂଶୀୟ ରାଜାଙ୍କୁ ଅନେକ ଯୁଦ୍ଧରେ ପ୍ରବୃତ୍ତ ହେବାକୁ ହୋଇଥିଲା । ସେମାନେ ସେଥି ସକାଶେ ଅଶ୍ୱ, ଗଜ ଓ ପଦାତିକ ପ୍ରଭୃତି ବ‌ହୁସୈନ୍ୟର ବ୍ୟୟ ଚଳାଇ ସେମାନଙ୍କୁ ସ୍ଥିର ଭାବରେ ରଖିଥିଲେ । ମଧ୍ୟ ଅନେକ ପ୍ରଜାଙ୍କୁ ଭୁମି ଖଞ୍ଜି ଦିଆ ହୋଇଥିଲା । ସେସବୁ ସେମାନେ ନିଷ୍କରରୂପେ ଭୋଗ କରୁଥିଲେ ଓ ପ୍ରୟୋଜନାନୁସାରେ ଅସ୍ତ୍ରଶସ୍ତ୍ର ଘେନି ରାଜାଙ୍କ ସୈନ୍ୟର ଏକଅଂଶ ହୋଇ ଯୁଦ୍ଧ କରୁଥିଲେ । ଦେଶରେ ଯେଉଁ ସାମନ୍ତ ରାଜାମାନେ ଥିଲେ, ସେମାନେ ସୁଦ୍ଧା 'ଅବଶ୍ୟକତା ଅନୁସାରେ ଯୁଦ୍ଧାଦି ସକାଶେ ସେନ୍ୟ ଯୋଗାଉଥିଲେ । ଅନ୍ୟାନ୍ୟ ଯୁଦ୍ଧାସ୍ତ୍ରଚୟ ମଧ୍ୟରେ ଧନୁ ଓ ତୀର ଉତ୍କଳୀୟ ଯୋଦ୍ଧାମାନଙ୍କର ପ୍ରଧାନ ଯୁଦ୍ଧାସ୍ତ୍ର ଥିଲା ।
ଲୋକମାନଙ୍କର ଅବସ୍ଥା ସାଧାରଣତଃ ସ୍ୱାଚ୍ଛନ୍ଦ୍ୟପ୍ରଦ ଥିଲା । ଯଦ୍ୟପି ବି ମୁସଲମାନ୍‌ମାନେ ମଧ୍ୟେ ମଧ୍ୟେ ଆସି ଦେଶର କୌଣସି କୌଣସି ଅଂଶ ଲୁଣ୍ଠନ କରିଥିରେ ଓ ତିନିଥର ମହାମାରୀ ଦୁର୍ଭିକ୍ଷଦ୍ୱାରା ଲୋକେ ପ୍ରପିଡ଼ିତ ହୋଇଥିଲେ, ତଥାପି ଏପରି ଯନ୍ତ୍ରଣାମାନ ସବୁଦିନେ ସେମାନଙ୍କୁ ଭୋଗ କରିବାକୁ ହୋଇ ନ ଥିଲା । ରାଜ୍ୟର ଭିନ୍ନ ଭିନ୍ତ୍ର ଅଂଶରେ ପ୍ରାୟ ଅବିରତ ଦେଉଳ ନିର୍ମାଣ, ପୁଷ୍କରିଣୀ ଖନନ, ସେତୁ ବନ୍ଧନ, ପ୍ରାସାଦ ଗଠନ ପ୍ରଭୃତି ନାନା ସାଧାରଣ କାର୍ଯ୍ୟ