ପୃଷ୍ଠା:Odishara Itihas.pdf/୧୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଚରୁର୍ଥ ଅଧ୍ୟାୟ ।

ଲାଗିଥିଲା ।

ସେଥିରେ ଦେଶୀୟ ଲୋକମାନେ କାର୍ଯ୍ୟ କରୁଥିଲେ; ସୁତରାଂ ଶିଳ୍ପକାରଙ୍କର ଉକ୍ତ କାର୍ଯ୍ୟମାନ ଲାଭର ଉପାୟ ଥିଲା ଓ ସେ ଲାଭଦ୍ୱାରା ସେମାନେ ଖାଇ ପିଇ ଅପଣା ଆପଣାକୁ ସୁଖ ସ୍ୱାଛନ୍ଦ୍ୟର ଅବସ୍ଥାରେ ରଖିବାକୁ ସମର୍ଥ ହେଉଥିବାର ଅନୁମାନ କରାପାଇ ପାରେ । ମଧ୍ୟ ଲୋକମାନେ କଥଞ୍ଚିତ ଶାନ୍ତି ଭୋଗ କରୁ ନ ଥିଲେ ନାନାପ୍ରକାର ଶିଳ୍ପକାର୍ଯ୍ୟରେ ଉନ୍ନତିର ପରକାଷ୍ଠା ଦେଖାଇ ପାରି ନ ଥାନ୍ତେ । ପୁଣି ସମସ୍ତଙ୍କର ପ୍ରାୟ କିଛି କିଛି ଭୁମିବୃତ୍ତି ଓ ଚାଷ ଥିଲା । ତଦ୍ୱାରା ସେମାନେ ଆପଣା ଅପଣା ଆହାରୋପ‌ଯୋଗୀ ଶସ୍ୟ ବର୍ଷକୁ ବର୍ଷ ସଞ୍ଚୟ କରି ରଖି ଏକପ୍ରକାର ନିଶ୍ଚିନ୍ତ ଅବସ୍ଥାରେ ଥିଲେ ।
ସ୍ୱୟଂ ରାଜାମାନେ ମଧ୍ୟେ ମଧ୍ୟେ ଯୁଦ୍ଧ ବିଗ୍ରହାଦିଦ୍ୱାରା ବ୍ୟସ୍ତ ହେଲେ ସୁଦ୍ଧା ସାଧାରଣତଃ ସେମାନଙ୍କର ସୁଖ ସମ୍ଭୋଗର ତୃଟି ନ ଥିଲା । ସୁନ୍ଦର ସୁନ୍ଦର ବାୟୁ ସଞ୍ଚାଳିତ ଏକତଳ ଓ ଦ୍ୱିତଳ ପ୍ରସ୍ତରଗଠିତ ପ୍ରାସାଦମାନଙ୍କରେ ନାନା ପ୍ରକାର ଭୋଗବିଳାସ କରି ସେମାନେ ଜୀବନ ଅତିବାହିତ କରୁଥିଲେ । ରାଜ୍ୟର ଶାସନପ୍ରଣାଳୀ ସ୍ଥିର ନିୟମରେ ଚଳୁଥିଲା; ସୁତରାଂ ସେମାନଙ୍କୁ କୋଷ ଉଦ୍‌ବୃତ୍ତ ଭୂମିରାଜସ୍ୱରେ ଓ ବିଦେଶୀୟ ଲୁଣ୍ଠିତ ସମ୍ପତ୍ତିରେ ବିପୁଳରୂପେ ପରିପୂରିତ ହେଉଥିଲା । ଏକ ରାଜା ଅନଙ୍ଗଭୀମ ଦେବ ବାର ବର୍ଷ ରାଜତ୍ୱ କରି ୪୦ ଲକ୍ଷ ମାଢ଼ ସଞ୍ଚୟ କରିବାକୁ ସମର୍ଥ ହୋଇଥିଲେ । ଲାଙ୍ଗୁଳାନରସିଂହ ଦେବ ସୁପ୍ରକାଣ୍ଡ ବହୁବ୍ୟୟଶାଳୀ କଣାରଖ ଦେଉଳ ତୋଳିବାପାଇଁ ତାଙ୍କ ରାଜ୍ୟର ଦ୍ୱାଦଶ ବର୍ଷର ଉଦ୍‌ବୃତ୍ତ ରାଜସ୍ୱ ଅକୁଣ୍ଠିତରୂପେ ବ୍ୟୟ କରିଥିଲେ । ଗଙ୍ଗବଂଶୀୟ ଅନ୍ୟାନ୍ୟ ରାଜାମାନେ ମଧ୍ୟ ବିସ୍ତର ସାଧାରଣ କାର୍ଯ୍ୟରେ ପ୍ରବୃତ୍ତ ହୋଇଥିଲେ । ଏହି ସବୁରୁ ସ୍ପଷ୍ଟ ପ୍ରତୀୟମାନ ହୁଅଇ ଯେ ସେମାନଙ୍କର ସୁଶୃଙ୍ଖଳ ଶାସନରେ ରାଜସ୍ୱ ନିୟମିତରୂପେ ସଂଗୃହିତ ଓ ରାଜ୍ୟର ବ୍ୟୟମାନ ଉପଯୁକ୍ତ ରୂପେ ନିର୍ବାହିତ ହୋଇ ଯଥେଷ୍ଟ ମୁଦ୍ରା ଉଦ୍‌ବୃତ୍ତ ହେଉଥିଲା । ସାମନ୍ତ ରାଜାଙ୍କ ମଧ୍ୟରୁ ପ୍ରାୟ ଅଧକାଂଶ ସାମନ୍ତରାଜାଏ ଏକପ୍ରକାର ନିଷ୍କର ଭୂମି ଭୋଗ କରୁଥିଲେ । କାହାକୁ କିଛି କୌଣସି କୌଣସି ସମୟରେ ଦେବାକୁ ପଡ଼ିଲେ, ସେ ଦେୟ ଅଧିକ ଓ କଷ୍ଟକର ନ ଥଲା; ସୁତରାଂ ସେମାନେ ସୁଦ୍ଧା ନିଜ ନିଜ ବ୍ୟବ‌ହାରୋପଯୋଗୀ ଅର୍ଥ ସଞ୍ଚୟ କରି ଯେ ଏକପ୍ରକାର ସୁଖରେ ଦିନ ନିର୍ବାଜ କରୁଥଲେ, ଏଥିରେ ସନ୍ଦେହ ଉପସ୍ଥିତ ହୋଇ ନ ପାରେ ।
ରାଜ୍ୟଶାସନ—ଗଙ୍ଗାବଂଶୀୟ ରାଜାଙ୍କ ସମୟରେ ରାଜ୍ୟ ପ୍ରଥମତଃ ବୃହତ୍ ବୃହତ୍ ଖଣ୍ଡ ବା ପ୍ରଦେଶମାନଙ୍କରେ ବିଭକ୍ତ ହୋଇଥିଲା । ଏହି ପ୍ରତ୍ୟେକ ଖଣ୍ଡ ଦେଶ ବା ଦଣ୍ଡପାଟ ନାମରେ ଖ୍ୟାତ ଥିଲା ଓ ପ୍ରତି ଦଣ୍ଡପାଟ ଜଣେ ଜଣେ