ପୃଷ୍ଠା:Odishara Itihas.pdf/୧୧୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୫
ଚତୁର୍ଥ ଅଧ୍ୟାୟ ।

ହେବ । ମଧ୍ୟରେ ଲାଙ୍ଗୁଳାନରସିଂହ ଦେବ ନବଗ୍ରହ ପୂଜା ସକାଶେ କଣାରଖର ଯେଉଁ ଅର୍କ ମନ୍ଦିର ନିର୍ମାଣ କରିଥିଲେ; ତାହାକୁ କେହି କେହି ରାଜା ଓ ତଦୀୟ ଅନୁଚରବର୍ଗଙ୍କର ଓ ତାଙ୍କ ସମୟ ଲୋକସାଧାରଣଙ୍କର ସୂର୍ଯ୍ୟୋପାସନା ପ୍ରତି ମତି ଫେରିଥିବାର ଅନୁମାନ କରନ୍ତି । କିନ୍ତୁ ପ୍ରକୃତ ସେ ଅନୁମାନ ଯୁକ୍ତିଯୁକ୍ତ ନୁହେ । ଶୈବ ଓ ବୈଷ୍ଣବ ଧର୍ମମାନ ପ୍ରବଳ ଥିବା ସମୟରେ ସୂର୍ଯ୍ୟଙ୍କୁ ଯେଉଁ ଭାବରେ ହିନ୍ଦୁମାନେ ଉପାସନା କରୁଥିଲେ ଓ ବର୍ତ୍ତମାନ ଯେପ୍ରକାରେ ପୂଜା କରୁଅଛନ୍ତି, ବୈଦିକ ସମୟ ଉତ୍ତାରୁ, ଏଥୁଁ ଅଧିକ ମୁକ୍ତିମୂଳକ ବୋଲି ହିନ୍ଦୁମାନେ ଆଉ କଦାପି ସୂର୍ଯ୍ୟୋପାସନା ଅବଲମ୍ବନ କରି ନାହାନ୍ତି । ନରସିଂହ ଦେବ କିମ୍ବା ତାଙ୍କର କେହି ଉତ୍ତରାଧିକାରୀ ବିଶେଷରୂପେ ସୂର୍ଯ୍ୟୋପାସକ ଥିବାର ସୁଦ୍ଧା ଅନିମାନ ବ୍ୟତୀତ, କୌଣସି ବିଶେଷ ପ୍ରମାଣ ନାହିଁ । ସେମାନଙ୍କର ସୂର୍ଯ୍ୟୋପାସନାରେ ସାତିଶୟ ଅନୁରାଗ ଥିଲେ, କଣାରଖ ଦେଉଳ ସମ୍ପୂର୍ଣ୍ଣରୂପେ ନିର୍ମିତ ନ ହୋଇ ତ୍ୟକ୍ତ ହୋଇ ନ ଥାନ୍ତା । ଏମନ୍ତ ମଧ୍ୟ ସ୍ଥିରୀକୃତ ହୋଇଅଛି ଯେ, କଣାରଖର ବୃହତ୍ ଦେଉଳ ନିର୍ମିତ ହେବା ପୂର୍ବେ ସେହି ସ୍ଥାନରେ ଥିବା ଏକ କ୍ଷୁଦ୍ର ଦେଉଳରେ ଯେଉଁ ସୂର୍ଯ୍ୟମୂର୍ତ୍ତି ସ୍ଥାପିତ ଥିଲା, ବୃହତ୍ ମନ୍ଦିର ତୋଳାଯିବା ସମୟରେ ତାହା ପୁରୀକି ନୀତ ହୋଇ, କଣାରଖଠାରୁ ଆଉ ପୁନର୍ନୀତ ହୋଇ ନାହିଁ । କେବଳ କୀର୍ତ୍ତି ରକ୍ଷଣାର୍ଥ କଣାରଖ ଦେଉଳ ନରସିଂହ ଦେବ ନିର୍ମାଣ କରାଇ ଥିବାର ଯାହା ଅନୁମିତ ହୋଇଅଛି, ତାହା ସମ୍ଭବପର ଅଟେ । ରାଜା ଓ ବିଭୂତିଶାଳୀ ଲୋକଙ୍କର ଏପରି ବାସନା ହେବା ମଧ୍ୟ ଅସ୍ୱାଭାବିକ ନୁହେ । ପ୍ରତାପରୁଦ୍ରଙ୍କ ସମୟରେ ନବଦ୍ୱୀପରୁ ଚୈତନ୍ୟ ସମାଗତ ଓ ଓଡ଼ିଶାରେ ଜଗନ୍ନାଥଦାସ ଉଦିତ ହୋଇ ନୂତନ ଆକାରରେ ଭକ୍ତି ଓ ପ୍ରେମପୂର୍ଣ୍ଣ ଭାବରେ ବୈଷ୍ଣବଧର୍ମ ଯେ କିରୂପେ ପ୍ରଚାରିତ ହୋଇଥିଲା ଓ ଲୋକଙ୍କର ମତି ସେମାନଙ୍କ ଉପଦେଶ ଓ ମତ ପ୍ରତି କିପରି ଆକୃଷ୍ଟ ହୋଇଥିଲା, ଏଥିପୂର୍ବେ ସେ ସମସ୍ତ ବର୍ଣ୍ଣିତ ହୋଇଅଛି ।

ବଙ୍ଗାଳିଙ୍କର ଉପନିବେଶସ୍ଥାପନ- ବର୍ତ୍ତମାନ ଓଡ଼ିଶାରେ ଉପନିବେଶୀ ବଙ୍ଗାଳିଙ୍କ ସଂଖ୍ୟା ନିତାନ୍ତ ଅଳ୍ପ ନୁହେ; ପ୍ରାୟ ଲକ୍ଷାଧିକ ହେବ । ଗଙ୍ଗାବଂଶୀୟ ରାଜାଙ୍କ ସମୟରେ ଓଡିଶାକୁ ସେମାନଙ୍କର ଆଗମନର *,ସୂତ୍ରପାତ


  • ସନ ୧୮୭୨ ମସିହାରେ ଓଡ଼ିଶାର ଯେଉଁ ଲୋକସଂଖ୍ୟା ଗୃହୀତ ହୋଇଥିଲା, ସେଥିରେ ଉପନିବେଶୀ ବଙ୍ଗାଳିଙ୍କର ଗୋଟିଏ ସ୍ୱରନ୍ତ୍ର ଗୃହ କରି ଯଥାର୍ଥରୂପେ ସଂଖ୍ୟା ଗୃହୀତ ହୋଇ ନାହିଁ । ଉପନିବେଶୀ ବ୍ରାହ୍ମଣମାନେ ଉତ୍କଳ