ପୃଷ୍ଠା:Odishara Itihas.pdf/୧୧୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୬
ଓଡ଼ିଶାର ଇତିହାସ ।

ହୋଇଥିଲା । ସ୍ୱୟଂ ବଙ୍ଗଳାର ଶେଷ ସ୍ୱାଧୀନ ରାଜା ୧୨୦୩ ମସିହାରେ ଓଡ଼ିଶାକୁ ପଳାଇ ଆସିଥିଲେ । ତଦନନ୍ତର ଚୈତନ୍ୟ ଅନେକ ବଙ୍ଗାଳୀ ବୈଷ୍ଣବଙ୍କୁ ସଙ୍ଗେ ଘେନି ଷଷ୍ଠଦଶ ଶତାବ୍ଦୀରେ ଓଡିଶାକୁ ଆସିଥିଲେ । ପୁରୀର ଜଗନ୍ନାଥ ଦେବ ମଧ୍ୟ ଅନେକ ବଙ୍ଗାଳିଙ୍କ ଓଡ଼ିଶାକୁ ଆସିବା ନିମନ୍ତେ ପ୍ରଲୁବ୍‌ଧ କରାଇଥିଲେ । ଏହି ବଙ୍ଗାଳିମାନଙ୍କ ମଧ୍ୟରୁ ଅନେକେ ରହିଯାଇ ଓଡ଼ିଶାରେ ବାସ କଲେ । ଓଡ଼ିୟାଙ୍କ ସମାଜ ଓ ରୀତି ନୀତିରେ ବଙ୍ଗୀୟ ପ୍ରଭାବରୁ କେତେକ ପରବର୍ତ୍ତନ ଘଟିଥିଲା; ଉପନିବିଷ୍ଟ ବଙ୍ଗାଳିମାନଙ୍କର ଅନେକ ଆଚାର ବ୍ୟବହାର ମଧ୍ୟ ଓଡ଼ିୟାଙ୍କ ସହବାସରେ ପରିବର୍ତ୍ତିତ ହେବାର ଆରମ୍ଭ ହେଲା ।

ଉତ୍କଳଭାଷା, ଗ୍ରନ୍ଥକାର ଓ ଜ୍ଞାନଚର୍ଚ୍ଚା-ଦଶମ ଶତାବ୍ଦୀଠାରୁ ଭାରତବର୍ଷରେ ଭାଷା ପରବର୍ତ୍ତନ ଆନ୍ଦୋଳନର ସୂତ୍ରପାତ ହୋଇ; ଅଧୁନା ପ୍ରଚଳିତ ନାନାଭାଷା କ୍ରମେ କ୍ରମେ ସୃଷ୍ଟି ହୋଇଅଛି । ଗଙ୍ଗାବଂଶୀୟ ରାଜାଙ୍କ ସମୟରେ ଓଡ଼ିଶାର ଅନ୍ୟାନ୍ୟ ପରିବର୍ତ୍ତନ ସଙ୍ଗେ ଭାଷା ପରିବର୍ତ୍ତନ ମଧ୍ୟ ସଂଘଟିତ ହୋଇଥିଲା । କେଶରୀବଂଶୀୟ ରାଜାଙ୍କ ସମୟରେ ଅନ୍ୟାନ୍ୟ ଦେଶ ପରି ଓଡିଶାରେ ସୁଦ୍ଧା କୁଟିଳାକ୍ଷର ପ୍ରଚଳିତ ଥିଲା । ତାଳପତ୍ରର ଲୌହଲେଖନୀଦ୍ୱାରା ଲେଖୁଁ ଲେଖୁଁ କୁଟିଳାକ୍ଷରମାନ ଆକାରାନ୍ତରିତ ହୋଇ ଆଧୁନିକ ଓଡ଼ିଆ ଅକ୍ଷରରେ ପ୍ରବର୍ତ୍ତିତ ହେଲା । ସେହି ସମୟରେ ଭାଷା କ୍ରମେ କ୍ରମେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିୟା ଭାଷାର ରୂପକୁ ଧରିବାର ଆରମ୍ଭ କଲା । କ୍ରମଶଃ ଏହି ଭାଷାର ଉନ୍ନତି ହୋଇ ପ୍ରତାପରୁଦ୍ରଙ୍କ ସମୟକୁ ବ‌ହୁ ପରିମାଣରେ ଶୁଦ୍ଧ ଓଡ଼ିୟା ଭାଷା ହୋଇଥିଲା । ସବୁ ଭାଷାର ସାହିତ୍ୟର ସୂତ୍ରପାତ କବିତାଲିଖନ‌ଦ୍ୱାରା ହୁଅଇ । ଓଡ଼ିୟା ଭାଷାରେ ମଧ୍ୟ ସେହିପରି ହୋଇଅଛି । ବର୍ତ୍ତମାନ ପ୍ରଚଳିତ ଓଡ଼ିୟା ଭାଷାର ଆଦିମ ଅବସ୍ଥାରେ ଏହା କପରି ଆକାର ଧାରଣ କରିଥିଲା, ସେଥିର କୌଣସି ପ୍ରତିକୃତି ଅମ୍ଭେମାନେ ପ୍ରାପ୍ତ ହୋଇ ନାହୁଁ । ପ୍ରତାପରୁଦ୍ରଙ୍କ ସମୟରେ ଶ୍ରୀମଦ୍ଭାଗବତ ରାମାୟଣ ପ୍ରଭୃତି ଗ୍ରନ୍ଥମାନ ରଚିତ ହୋଇଥିଲା ।


ବ୍ରାହ୍ମଣଙ୍କ ସଙ୍ଗେ ଏକ ଗୃହରେ ପରିଗଣିତ ହୋଇଅଛନ୍ତି । ସୁତରାଂ ଉପନିବେଶିକ ସଂଖ୍ୟା ଜାଣିବା ସକାଶେ ଲୋକସଂଖ୍ୟା ପୁସ୍ତକ ଅନୁପଯୋଗୀ ହୋଇଅଛି । ବର୍ତ୍ତମାନ ଏହା ଅନୁମାନ ଓ ହାରାହାରି ଗଣନା ଉପରେ ନିର୍ଭର ରଖେ ।