ପୃଷ୍ଠା:Odishara Itihas.pdf/୧୧୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଚତୁର୍ଥ ଅଧ୍ୟାୟ

ଗଙ୍ଗାବଂଶୀୟ ରାଜାଙ୍କ ସମୟରେ ଯେଉ କବିମାନେ ଓଡ଼ିଶାରେ ଉଦିତ ହୋଇଥିଲେ, ସେମାନଙ୍କର ସ୍ଥିର ନିର୍ମାଣ ଆମ୍ଭେମାନେ ପାଇ ନାହୁଁ ଓ ପାଇବା ସୁଦ୍ଧା ସହଜ ବ୍ୟାପାର ନୁହଇ । ତେବେ ଏତେକ ସ୍ଥିର କରିବାକୁ ପାରିଅଛୁଁ ଯେ ସେ ସମୟର କବିମାନଙ୍କ ମଧ୍ୟରେ ଜଗନ୍ନାଥ ଦାସ ଓ ବଳରାମ ଦାସ ଉତ୍କୃଷ୍ଟ କବି ଥିଲେ । ସେ ଦୁହିଙ୍କ ମଧ୍ୟରୁ ଜଗନ୍ନାଥ ଦାସ ବ୍ରାହ୍ମଣ ଓ ଜଣେ ଧର୍ମସଂସ୍କାରକ ଏବଂ ବଳରାମ ଦାସ କରଣ ଓ ବୈଷ୍ଣବ ଥିଲେ । ସେ ଦୁହିଙ୍କ ରଚନା ଅଦ୍ୟାପି ଶତ ଶତ ଓଡ଼ିୟାଙ୍କ ଚିତ୍ତ ହରଣ କରଇ ।

ଗଙ୍ଗାବଶୀୟ ରାଜାଙ୍କ ସମୟରେ ଉତ୍ତମ ଜ୍ଞାନଚର୍ଚ୍ଚା ଥିବାର ପ୍ରତୀୟମାନ ହୁଅଇ । ବ୍ରାହ୍ମଣମାନେ ବିସ୍ତର ଭୂମିସମ୍ପତ୍ତି ପାଇ ନିଶ୍ଚିନ୍ତ ଥିଲେ ଓ ଜ୍ଞାନ‌ଚର୍ଚ୍ଚାର ବିଶେଷ ସୁବିଧା ପାଉଥିଲେ । ସଂସ୍କୃତ ଶ୍ଳୋକାଦି ସେ ସମୟରେ ଅନେକ ଲୋକ ରଚନା କରୁଥିଲେ । ସ୍ୱୟଂ ରାଜାମାନେ ସୁଦ୍ଧା, ମଧ୍ୟ ସାମନ୍ତରାଜାଏ ଜ୍ଞାନଚର୍ଚ୍ଚାରେ ମତି ଦେଇଥିଲେ । ରାଜା ପ୍ରତାପରୁଦ୍ର କିପରି ପାଣ୍ଡିତ୍ୟ ଲାଭ କରିଥିଲେ ଓ ଧର୍ମ ଏବଂ ଅନ୍ୟାନ୍ୟ ଗ୍ରନ୍ଥମାନ ପାଠ କରି ସେ ସବୁ ଉପରେ ଟୀକା ଲେଖି ପାରୁଥିଲେ, ଏଥିପୂର୍ବେ ତାହା ବର୍ଣ୍ଣିତ ହୋଇଅଛି । ଭାଷା ଅପେକ୍ଷା ସଂସ୍କୃତର ବିଶେଷ ଆଲୋଚନା ଥିଲା । ଦେଶୀୟଲୋକେ ଜରୀପ ଓ ଗୃହ ନିର୍ମାଣ ସମ୍ଭନ୍ଧୀୟ ବିଦ୍ୟାରେ ଅପାରଗ ନ ଥିଲେ । ଅନଙ୍ଗଭୀମଙ୍କ ସମୟର ଦେଶୀୟ ଜରୀପ ଆଜିକାଲି ଇଂରାଜଙ୍କ ଜରୀପ ସଙ୍ଗେ କେମନ୍ତ ଆଶ୍ଚର୍ଯ୍ୟରୂପେ ସମାନ ହୋଇଅଛି, ଏଥିପୂର୍ବେ ଦେଖାଇଅଛୁଁ । ଭୂମିର ଉଚ୍ଚତା ନୀଚତା ମାପିବାପାଇଁ ଓଡ଼ିୟାମାନେ ଥାଳିଏ ପାଣି ଓ ଖଣ୍ଡିକେତେ ତାଳପତ୍ରରେ ଅପୂର୍ବ କୌଶଳ ଅବଧାରଣ କରିଥିଲେ ।

ଦୈଶିକ ଶକ୍ତି ଓ ମୁସଲମାନ ଆକ୍ରମଣ—ଗଙ୍ଗାବଂଶୀୟ ରାଜାଙ୍କ ସମୟରେ ଓଡ଼ିଶାବାସିଏ ଯେ ଶକ୍ତିଶାଳୀ ଥଲେ, ଏକଥା କହିବା ବାହୁଲ୍ୟ । ସେମାନେ ବାହୁବଳରେ ତ୍ରିବେଣୀଠାରୁ ଗୋଦାବରୀ ପର୍ଯ୍ୟନ୍ତ ଓ ଅନେକ ଥର ଶିକ୍ଷିତ ମୁସଲମାନ ସେନାଙ୍କୁ ଅବଲୀଳାକ୍ରମେ ପରାଭବ କରିଥିଲେ ।

ମୁସଲମାନମାନେ ଉତ୍ତର ଓ ଦକ୍ଷିଣରୁ ଗଙ୍ଗାବଶୀୟ ରାଜାଙ୍କୁ ଅନେକ ଥର ଆକ୍ରମଣ କରିଥିଲେ । ହିନ୍ଦୁ ମୁସଲମାନମାନଙ୍କ ଯୁଦ୍ଧରେ କେତେବେଳେ ହିନ୍ଦୁ, କେତେବେଳେ ଅବା ମୁସଲମାନମାନେ ଜୟୀ ହୋଇଥିଲେ । ଦୁଇ ତିନି ଥର ମୁସଲମାନମାନେ ଓଡ଼ିଶାର ସ୍ଥାନ ସ୍ଥାନ ଲୁଣ୍ଠନ ସୁଦ୍ଧା କରିଥିଲେ; ତଥାପି ଓଡ଼ିୟାଙ୍କର ଏକତାନିବନ୍ଧନ ଓ ସେନାନିୟୋଜନ ଏପ୍ରକାର ଥିଲା ଯେ ମୁସଲମାନମାନେ ଓଡିଶାରେ ସ୍ଥାୟୀ ଜୟଲାଭ କରି ପାରି ନ ଥିଲେ । ଅନନ୍ତର