ପୃଷ୍ଠା:Odishara Itihas.pdf/୧୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୮
ଓଡ଼ିଶାର ଇତିହାସ ।

କିଛିକାଳ ଉତ୍ତାରୁ ଓଡିୟାଙ୍କ ମନରେ ଅନ୍ତର୍ବିବାଦ ଉପସ୍ଥିତ ହୋଇ ସେମାନେ ଦୁର୍ବଳ ହୋଇ ପଡ଼ିଲେ, ସୁତରାଂ ବିପକ୍ଷ ମୁସଲମାନମାନେ ଅବଶେଷରେ ଓଡ଼ିଶାକୁ ସହଜରେ ସ୍ୱରାଜ୍ୟଭୁକ୍ତ କରିବାକୁ ସମର୍ଥ ହେଲେ ।

ଅମୋଦପ୍ରମୋଦ—ଗଙ୍ଗାବଂଶୀୟଙ୍କ ରାଜତ୍ୱ ସମୟରେ ସୁଦ୍ଧା ନାନାପ୍ରକାର ବାଦ୍ୟଯନ୍ତ୍ର ଦେଶରେ ପ୍ରଚଳିତ ଥିଲା । ନାଟ୍ୟ ଗୀତରେ ସୁଦ୍ଧା ଲୋକଙ୍କର ରୁଚି ଥିଲା ଓ ସେ ସମୟର ସମ୍ଭ୍ରାନ୍ତ ଓଡିୟାମାନେ ଏହି ପ୍ରକାର ଆମୋଦପ୍ରମୋଦରେ କାଳଯାପନ କରୁଥିଲେ ।

ଦୁର୍ଭିକ୍ଷ -ଗଙ୍ଗାବଂଶୀୟ ରାଜାଙ୍କ ସମୟରେ ଓଡ଼ିଶାରେ ତିନି ଥର ଦୁର୍ଭିକ୍ଷ ପଡ଼ିଥିଲା । ଥରେ ଖାଦ୍ୟଦ୍ରବ୍ୟର ମୂଲ୍ୟ ଷାଠିଏ ଗୁଣ ବର୍ଦ୍ଧିତ ହୋଇଥିଲା । ଆଉ ଦୁଇ ଥରର କୌଣସି ବିଶେଷ ବର୍ଣ୍ଣନା ନାହିଁ । ଆଜିକାଲି ଯେତେବେଳେ ଦୁର୍ଭିକ୍ଷ ନିବାରଣର ନାନା ଉପାୟ ହୋଇ ଅନେକ ଲୋକ ମରୁଅଛନ୍ତି, ତେତେବେଳେ ପୂର୍ବେ ଯେ ଦୁର୍ଭିକ୍ଷ ପଡିଲେ ଆଜିକାଲି ଅପେକ୍ଷା ଅନୁପାତରେ ଅଧିକ ଲୋକ ମରୁଥିଲେ; ଏକଥା ଅନୁମାନ କରିବା ବାହୁଲ୍ୟ ମାତ୍ର ।

ପଞ୍ଚମ ଅଧ୍ୟାୟ ।
ଓଡ଼ିଶାର ସ୍ୱାଧୀନତା ଲୋପ ।

ଗୋବନ୍ଦ ବିଦ୍ୟାଧର ଓ ନାନାବିଧ ଗୋଳମାଳ ଏବଂ ରାଜ୍ୟ ପରିବର୍ତ୍ତନ (୧୫୩୪ - ୧୫୫୧)—ସଚିବ ଗୋବିନ୍ଦ ବିଦ୍ୟାଧର ଅତୁଳ ପ୍ରଭୃଭକ୍ତି ଦେଖାଇ ଗୋବିନ୍ଦ ଦେବ ନାମ ଘେନି ଓଡ଼ିଶା ରାଜସିଂହାସନ ଆରୋହଣ କଲେ । ତାଙ୍କ ରାଜତ୍ୱର ପ୍ରାରମ୍ଭରେ ଦନେଇ (ଜନାର୍ଦ୍ଦନ) ବିଦ୍ୟାଧର ଓ ତେଲଙ୍ଗା ମୁକୁନ୍ଦ ହରିଚନ୍ଦନ ଅତି ପ୍ରସିଦ୍ଧ ହୋଇଥିଲେ; ସୁତରାଂ ଦନେଇ ପ୍ରଧାନ ମନ୍ତ୍ରୀ ହେଲେ ଓ ମୁକୁନ୍ଦ କଟକ ଶାସନର ଭାର ପାଇଲେ । ଗୋବିନ୍ଦ‌ଦେବ ସ୍ୱୀୟ ମନ୍ତ୍ରୀ ସମ‌ଭିବ୍ୟାହାରରେ ଦକ୍ଷିଣ ଦେଶକୁ ଗମନ କରି ସେଠା ମୁସଲମାନମାନଙ୍କ ସଙ୍ଗେ ବିବାଦରେ ପ୍ରବୃତ୍ତ ହେଲେ । ସ୍ୱାଧୀନ ହିନ୍ଦୁରାଜାଙ୍କ ରାଜତ୍ୱକାଳ ଓଡ଼ିଶାରେ ଶେଷ ହୋଇ ଆସୁଥିଲା । ଉତ୍ତରରେ ଓ ଦକ୍ଷିଣରେ ମୁସଲମାନମାନେ ପରାକ୍ରାନ୍ତ ହୋଇଥିଲେ । ଅନ୍ତର୍ବିବାଦଅଗ୍ନି ଓଡିଶାରେ ମଧ୍ୟ ଏହି ସମୟରେ ପ୍ରଜ୍ୱଳିତ ହେବାର ଆରମ୍ଭ ହେଲା । କଥିତ ଅଛି ରଘୁରାମ ଛୋଟରା ଓ ବାଲ୍ମୀକି ଶ୍ରୀଚନ୍ଦନ ନାମକ ଗୋବିନ୍ଦଦେବଙ୍କର ଦୁଇ ଭଣଞ୍ଜା ଜଗନ୍ନାଥମନ୍ଦିରର ପ୍ରଧାନ ପଣ୍ଡାର