ପୃଷ୍ଠା:Odishara Itihas.pdf/୧୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୧
୪ଷ୍ଠ ଅଧ୍ୟାୟ ।

ରାମଚନ୍ଦ୍ରଙ୍କୁ ଓଡ଼ିଶା ସିଂହାସନରେ ଅଭିଷିକ୍ତ କଲେ । କିଛିକାଳ ଓଡ଼ିଶା ଅରାଜକ ହୋଇଥିବାର ଓ ଅନନ୍ତର ୧୫୭୮ ଖ୍ରୀଷ୍ଟାବ୍ଦରେ ରାମଚନ୍ଦ୍ର ଦେବ ରାଜାରୂପେ ନିରୂପିତ ହେବାର କେହି କେହି ଅନୁମାନ କରନ୍ତି; କିନ୍ତୁ କେତେକ ବର୍ଷ ଗତ ହେଲା, ବାଲେଶ୍ୱର ଜିଲାରେ ଯେ ଏକ ଖୋଦିତପ୍ରସ୍ତର ମିଳିଅଛି ସେଥିରୁ ସପ୍ରମାଣ ହୁଅଇ ଯେ ଏକାବେଳକେ ମୁକୁନ୍ଦଙ୍କ ଉତ୍ତାରୁ ୧୫୬୮ ଖ୍ରୀଷ୍ଟାବ୍ଦରେ ରାମଚନ୍ଦ୍ର ଦେବ ଓଡ଼ିଶାର ନୂତନ ଭୋଇବଂଶର ପ୍ରଥମ ରାଜା ମନୋନୀତ ହୋଇଥିଲେ । ତୋଦରମଲ ରାମଚନ୍ଦ୍ରଙ୍କୁ ଯଥେଷ୍ଟ ବୃତ୍ତି ପ୍ରଦାନ କରି ତାଙ୍କୁ ଖୋର୍ଦାର ସ୍ୱାଧୀନ ରାଜା ବୋଲି ସ୍ୱୀକାର କରିଥିଲେ । କୁଜଙ୍ଗଠାରୁ ଅର୍ଦ୍ଧଦଗ୍‌ଧ ଜଗନ୍ନାଥ ଦେବଙ୍କର ନାଭୀସ୍ଥଳ ଅଣାଇ ନୂତନ ଦେବତା ଗଠନ କରି ତାଙ୍କୁ ପୁରୁଷୋତ୍ତମ ମନ୍ଦିରରେ ସ୍ଥାପନ କରାଇଥିବା ରାମଚନ୍ଦ୍ରଙ୍କର ରାଜତ୍ୱର ଗୋଟିଏ ପ୍ରଧାନ କାର୍ଯ୍ୟ । ରାମଚନ୍ଦ୍ର ଓ ତାଙ୍କ ଉତ୍ତରାଧିକାରିମାନେ ଖୋର୍ଦ୍ଧା ରାଜା ବୋଲି ପ୍ରସିଦ୍ଧ । ୧୬୦୭ ଖ୍ରୀଷ୍ଟାବ୍ଦରେ ତାଙ୍କର ରାଜତ୍ୱ ଶେଷ ହୋଇଥିଲା । ଆକବରଙ୍କର ଅନ୍ୟତର ହିନ୍ଦୁସେନାପତି ମାନସିଂହ ଓଡିଶାକୁ ଆସି ରାମଚନ୍ଦ୍ର ଦେବଙ୍କର ସମ୍ମାନ ବିଶେଷ ବଢ଼ାଇଥିଲେ । ରାମଚନ୍ଦ୍ରଙ୍କ ଉତ୍ତାରୁ ଆଜିପର୍ଯ୍ୟନ୍ତ ଖୋର୍ଦ୍ଧା ରାଜବଂଶରେ ଚୌଦ ଜଣ ରାଜା ଅଭିଷିକ୍ତ ହୋଇଅଛନ୍ତି । ସେମାନଙ୍କ ମଧ୍ୟରେ ବିଶେଷ ଖ୍ୟାତିର କାର୍ଯ୍ୟ କାହାରିଦ୍ୱାରା କୃତ ହୋଇ ନାହିଁ । ସେମାନଙ୍କ ମଧ୍ୟରୁ ଯେଉଁ ରାଜା ସମ୍ବନ୍ଧରେ ଯାହା କହିବାର ଆବଶ୍ୟକ ହେବ ତାହା ସ୍ଥାନ ସ୍ଥାନରେ ବର୍ଣ୍ଣନ କରିବା ।

କୁତୁଲୁ ଖାଁଙ୍କ ନେତୃତ୍ୱରେ ଆଫଗାନ ବିଦ୍ରୋହ—୧୫୮୨ ଖ୍ରୀଷ୍ଟାବ୍ଦରେ ତୋଦରମଲ ଆହୂତ ହୋଇ ମୋଗଲ ରାଜଧାନୀ ପ୍ରତି ଗମନ କଲେ । ଅଜିଜ ଆଜମ ବଙ୍ଗ, ବେହାର ଓ ଓଡିଶାର ନୂତନ ଶାସନକର୍ତ୍ତା ନିଯୁକ୍ତ ହୋଇ ଆସିଲେ । ଦୁର୍ଦ୍ଦାନ୍ତ ଆଫଗାନ କୁତୁଲୁ ଖାଁ ପୁଣି ଅସ୍ତ୍ରଶସ୍ତ୍ର ଘେନି ବ‌ହିର୍ଗତ ହେଲା । ଆଜିଜ ଆଜମଙ୍କ ପ୍ରେରିତ ଏକ କର୍ମଚାରୀ ତାହା ସଙ୍ଗେ ଯୁଦ୍ଧ କରି ପରାଭୂତ ହେଲେ । ଅନନ୍ତର ଦାମୋଦର ନ‌ଦୀତୀରରେ ଏକ ଯୁଦ୍ଧ ହେଲା । ସେଥିରେ କୁତୁଲୁ ପରାସ୍ତ ଓ ତାଙ୍କ ସେନାପତି ପ୍ରସିଦ୍ଧ କଳାପାହାଡ଼ ନିହତ ହେଲେ । ଏଥି ମଧ୍ୟରେ ଅଜିଜ ଆଜମ ମଧ୍ୟ ଆଗରାକୁ ଫେରିଗଲେ (୧୫୮୪) । ତାଙ୍କର ଉତ୍ତରବର୍ତ୍ତୀ ଶାସନ‌କର୍ତ୍ତା କୁତୁଲୁଙ୍କ ସହିତ ସନ୍ଧି ସ୍ଥାପନ କଲେ । ସନ୍ଧିପତ୍ରରେ ଏହିପରି ପ୍ରତିଜ୍ଞାମାନ ସ୍ଥିର ହେଲା ଯେ କୁତୁଲୁ ବଙ୍ଗଦେଶ ଆକ୍ରମଣ କରିବେ ନାହିଁ ଓ ଓଡ଼ିଶାରେ ସ୍ଥିରଭାବରେ ରାଜତ୍ୱ କରିବେ । ଆକବରଙ୍କର ସେ ସନ୍ଧିରେ ସନ୍ଦେହ ଜନ୍ମିବାରୁ ସେଥିରେ ସମ୍ମତି ଦେଲେ ନାହିଁ । ପରିଶେଷରେ ରାଜା