ପୃଷ୍ଠା:Odishara Itihas.pdf/୧୩୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୩
ଷଷ୍ଠ ଅଧ୍ୟାୟ ।

ରାମଚନ୍ଦ୍ର ଦେବଙ୍କୁ ଖୋର୍ଦ୍ଧା ରାଜାରୂପେ ତୋଦରମଲ ସ୍ୱୀକାର କରିଥିଲେ, ମାନସିଂହ ତାହାଙ୍କୁ ମହାରାଜା ଉପାଧି ପ୍ରଦାନ କଲେ । ସାର୍ଦ୍ଧ ତିନି ସହସ୍ର ଅଶ୍ୱର ଅଧିନାୟକରୂପେ ରାମଚନ୍ଦ୍ର ନିଯୁକ୍ତ ହେଲେ । ସେ ସମୟ ପ୍ରତି ଉଲ୍ଲିଖିତ ପ୍ରକାର ଅଧିନାୟକତ୍ୱ ଅତି ମର୍ଯ୍ୟାଦାର ପଦ ଥିଲା । ଖୋର୍ଦ୍ଧାର ୭୦ ଓ ଅନ୍ୟାନ୍ୟ ଏକଶ ଅଣତିରିଶ ଗଡ଼ର ଅଧିକାରୀ ହୋଇ ସର୍ବସୁଦ୍ଧା ପ୍ରାୟ ୧୪୦୦୦ ବର୍ଗମାଇଲ ରାଜ୍ୟର କର୍ତ୍ତୃତ୍ୱ ଲାଭ କଲେ । ସେଥିରୁ ୬ଲକ୍ଷ ମୁଦ୍ରାରୁ ଅଧିକ ବାର୍ଷିକ ରାଜସ୍ୱ ଉତ୍ପନ୍ନ ହେଉଥିଲା । ରାମଚନ୍ଦ୍ର ଦେବ ଓଡ଼ିଶାରେ ଥିବା ମୁସଲମାନ ଶାସନକର୍ତ୍ତାଙ୍କର ଅଧୀନସ୍ଥ ନ ହୋଇ, ଏକାବେଳକେ ଦିଲ୍ଲୀ ରାଜକୋଷରେ କର ପ୍ରଦାନ କରିବାପାଇଁ ଦାୟୀ ହେଲେ । ଯାହାର ସ୍ୱଭାବ ଉଦ୍ଧତ ସେ କି ସହଜରେ ଶାନ୍ତ ହୋଇ ପାରେ ? ଆଫଗାନମାନଙ୍କୁ ଓଡ଼ିଶା ଶାସନର ଭାର ଦେଲେ ସୁଦ୍ଧା ସେମାନେ ସେଥିରେ ସନ୍ତୁଷ୍ଟ ହେଲେ ନାହଁ । ପୈତୃକ ରାଜ୍ୟ ଓ ଗୌରବ ପୁନର୍ଲାଭ କରିବା ସେମାନଙ୍କର ଆନ୍ତରିକ ଇଚ୍ଛା ଥିଲା । ମାନସିଂହ ଇତିମଧ୍ୟରେ ଥରେ ଦିଲ୍ଲୀଠାକୁ ଯାଇଥିବାରୁ ତାଙ୍କ ପୁତ୍ର ଜଗତ୍‌ସିଂହ ଶାସନକାର୍ଯ୍ୟ ଚଳାଉଥିଲେ । ଆଫଗାନମାନେ ସେହି ଅବସର ପାଇ ସେମାନଙ୍କ ନେତୃତ୍ୱରେ ପୁନର୍ବାର ମୋଗଲଶାସନ ବିରୁଦ୍ଧରେ ଅସ୍ତ୍ର ଧାରଣ କଲେ (୧୫୯୮) । ମାନସିଂହକ ଅନ୍ୟତର ପୁତ୍ର ମହାସିଂହ ଭଦ୍ରଖଠାରେ ଯୁଦ୍ଧରେ ପରାଜିତ ହେଲେ । ସେଥି ମଧ୍ୟରେ ଜଗତ୍‌ସିଂହଙ୍କ ମୃତ୍ୟୁ ଘଟିଲା । ସୁତରାଂ ମାନସିଂହ ପନର୍ବାର ବଙ୍ଗଳାକୁ ଆଗମନ କଲେ ଓ ଆସି ଓଡ଼ିଶ ଆଫଗାନଙ୍କୁ ନିରସ୍ତ୍ର କରାଇଲେ (୧୫୯୯) । ଆଫଗାନମାନେ ଓଡ଼ିଶାର ଦକ୍ଷିଣରେ କିଞ୍ଚିତ୍ ଅଧିକାର ପାଇ କିଛିକାଳ ସ୍ଥିର ହୋଇ ରହିଲେ ।

ମାନସିଂହ ତାଙ୍କ କାର୍ଯ୍ୟଦକ୍ଷତା ଓ ରାଜନୀତିକୁଶଳତା ସକାଶେ ଉତ୍ତମରୂପେ ଆକବରଙ୍କଦ୍ୱାରା ପୁରସ୍କୃତ ହୋଇଥିଲେ । ସେ ସମୟର ଉଚ୍ଚତମ ମର୍ଯ୍ୟଦା ଓ ପଦ ତାଙ୍କୁ ପ୍ରଦତ୍ତ ହୋଇଥିଲା । ଆକବରଙ୍କ ଜ୍ୟେଷ୍ଠପୁତ୍ର ସେଲିମ ତାଙ୍କ ଭଗିନୀକି ବିବାହ ହୋଇଥିଲେ ।

ସମ୍ରାଟ ଜାହାଙ୍ଗିର-ମୋଗଲ ସମ୍ରାଟକୁଳଶ୍ରେଷ୍ଠ ଆକବର ୧୬୦୫ ଖ୍ରୀଷ୍ଟାବ୍ଦରେ ମାନବଲୀଳା ସମ୍ବରଣ କଲେ । ମାନସିଂହଙ୍କ ଭଗିନୀପତ୍ନି ସେଲିମ


  • ସମଗ୍ର ଆଧୁନିକ ଗଞ୍ଜାମ ଜିଲା, ଅନୁଗୁଳ, ଆଠଗଡ଼, ବାଙ୍କି, ବଡ଼ାମ୍ବା, ଦଶପଲା, ଢ଼େଙ୍କାନାଳ, ଖଣ୍ଡପଡ଼ା, ନରସିଂହପୁର, ନୟାଗଡ଼, ରଣପୁର, ତାଳଚେର, ତଗିରିଆ, ଡ଼ମ‌ପଡ଼ା, ପୁରୀ ଜିଲାର ଅନ୍ଧାରୀ, ବଜ୍ରକୋଟ ଇତ୍ୟାଦି ।