Jump to content

ପୃଷ୍ଠା:Odishara Itihas.pdf/୧୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୭
ଷଷ୍ଣ ଅଧ୍ୟାୟ ।

ଶାସନକର୍ତ୍ତା ଇବ୍ରାହିମ ଖାଁଙ୍କ ପୁତ୍ର ଜବରଦସ୍ତ ଖାଁଙ୍କଦ୍ୱାରା ରହିମ ଖାଁ ୧୫୯୭ ମସିହାରେ ପରାସ୍ତ ହେଲେ । ତହିଁ ଆର ବର୍ଷ ରହିମ ଖାଁ ବଙ୍ଗଳାର ନୂତନ ଶାସନକର୍ତ୍ତା ଓସମାନଙ୍କ ସହିତ ଯୁଦ୍ଧ କରି ଦେହତ୍ୟାଗ କଲେ ।

ସୁଜାଉର୍ଦ୍ଦୀନ—ଓଡ଼ିଶାରେ ଯେଉଁମାନେ ଶାସନ‌କର୍ତ୍ତା ନିଯୁକ୍ତ ହେଉଥିଲେ, ସେମାନେ ଏକପ୍ରକାର ବଙ୍ଗ ଶାସନକର୍ତ୍ତାଙ୍କର ସହକାରୀ ଓ ବଶବର୍ତ୍ତୀ ଥିବାର ଏଥିପୂର୍ବେ କଥିତ ହୋଇଅଛି । ଓଡିଶାର ସମସ୍ତ ଶାସନକର୍ତ୍ତାଙ୍କର ନାମ ଆମ୍ଭେମାନେ ପାଇ ନାହୁଁ । ମଧ୍ୟ ମଧ୍ୟରେ ଯେଉଁ ନାମମାନ ମିଳିଅଛି ଓ ସେମାନଙ୍କ ମଧ୍ୟରୁ ଯେଉଁମାନ ଉଲ୍ଲେଖର ଯୋଗ୍ୟ, ଏହି ପୃଷ୍ଠାସଚୟରେ ସେହି ନାମମାନଙ୍କର ନିର୍ଦ୍ଦେଶ ଆମ୍ଭେମାନେ କରିଅଛୁଁ । ସୁଜାଉଦ୍ଦୀନ ବଙ୍ଗୀୟ ଶାସନକର୍ତ୍ତା ମୁର୍ଶିଦ କୁଲିଙ୍କ ଜାମାତା ଥିଲେ । ତାଙ୍କ ରାଜତ୍ୱର ଦ୍ୱିତୀୟ ବର୍ଷରେ (୧୬୦୭) ଦିଲ୍ଲୀସମ୍ରାଟ୍ ଆରଙ୍ଗଜେବ ସଂସାରଲୀଳା ତ୍ୟାଗ କଲେ । ତଦନନ୍ତର ତାଙ୍କର ଉତ୍ତରାଧିକାରିମାନେ ନିତାନ୍ତ ଦୁର୍ବଳ ହୋଇ ପଡିଲେ । ଆରଙ୍ଗଜେବଙ୍କ ଉତ୍ତାରୁ ଦିଲ୍ଲୀ ସିଂହାସନ କ୍ରମଶଃ ହୀନପ୍ରଭ ହୋଇଥିଲା । ସୁଜାଉଦ୍ଦୀନଙ୍କ ସୁବାଦାରୀ ସମୟରେ ମେଦିନୀପୁର ଓଡ଼ିଶା ସୀମାରୁ ଚ୍ୟୁତ ହୋଇ ବଙ୍ଗ ସୀମାର ଅନ୍ତର୍ଗତ ହୋଇଥିଲା । ଦୁଇ ଜଣ ବଙ୍ଗାଳୀ ତାଙ୍କର ସହକାରୀ ନିଯୁକ୍ତ ହୋଇ ଓଡିଶାକୁ ଆସିଥିଲେ । ମୁର୍ଶିଦ କୁଲିଙ୍କ ମୁତ୍ୟୁ ଉତ୍ତାରୁ ସୁଜା ବଙ୍ଗ ବେହାର ଓ ଓଡ଼ିଶାର ଶାସନକର୍ତ୍ତା ନିଯୁକ୍ତ ହେଲେ । ମହମ୍ମଦ ତକି ୧୭୨୫ ମସିହାରୁ ତାଙ୍କର ସହକାରୀ ହୋଇ ଓଡ଼ିଶାରେ ରହିଲେ ।

ମହମ୍ମଦ ତକି—ମହମ୍ମଦ ତକି ଶାସନକର୍ତ୍ତା ହେବା ସମୟରେ ଉତ୍ତରରେ ମେଦିନୀପୁରର ନିକଟବର୍ତ୍ତୀ ଲଣ୍ଡାଦେଉଳଠାରୁ ଦକ୍ଷିଣରେ ଟିକିଲି ରଘୁନାଥପୁର ପର୍ଯ୍ୟନ୍ତ ଓଡ଼ିଶା ସୁବାର ସୀମା ନିର୍ଦ୍ଧାରିତ ଥିଲା । କିଛିକାଳ ଉତ୍ତାରୁ ସୁବର୍ଣ୍ଣରେଖାର ଉତ୍ତରସ୍ଥିତ ତାବଦ୍ଦେଶ ବଙ୍ଗଳାର ସୀମାଭୁକ୍ତ ହେଲା । ଟିକିଲି ରଘୁନାଥପୁର ଓ ଚିଲ୍‌କାକୁ ନିଜାମ ସ୍ୱାଧିକାରଭୁକ୍ତ କଲେ । ଖୋର୍ଦ୍ଧ। ରାଜା ଦ୍ୱିତୀୟ ରାମଚନ୍ଦ୍ର ଦେବ କଟକକୁ ବନ୍ଦୀରୂପେ ଆନୀତ ହେଲେ । ତକି ଖାଁଙ୍କ ଅତ୍ୟାଚାରରେ ପଣ୍ଡାଏ ଜଗନ୍ନାଥଙ୍କୁ ଘେନି ପୁଣି ଚିଲ୍‌କା କୂଳକୁ ପଳାଇଲେ । ଖୋର୍ଦ୍ଧା ଲୋକଙ୍କୁ ବିଦ୍ରୋହରୁ ନିବୃତ୍ତ ରଖିବା ସକାଶେ ୨୨ ଥାନା ବସିଲା । ମାତ୍ର ସେ ଥାନାମାନ ଅଧିକକାଳ ରହିଲା ନାହିଁ । ରାମଚନ୍ଦ୍ରଙ୍କ ପୁତ୍ର ବୀରକିଶୋର ଦେବ ଖୋର୍ଦ୍ଧ। ସିଂହାସନରେ ଅଭିଷିକ୍ତ ହେଲେ । ଅରଙ୍ଗଜେବ ପିତୃକାରାବିରୋଧର ପ୍ରାୟଶ୍ଚିତସ୍ୱରୂପ ଯେଉଁ ମସଜିଦମାନ ଭାରତବର୍ଷର ଭିନ୍ନ ଭିନ୍ନ ସ୍ଥାନରେ ନିର୍ମାଣ କରିବାର ଆଜ୍ଞା ଦେଇଥିଲେ, କଟକର ଜୁମାମସଜିଦ ସେସବୁ