ପୃଷ୍ଠା:Odishara Itihas.pdf/୧୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨୪
ଓଡ଼ିଶାର ଇତିହାସ


ଶ୍ରେଣୀର ଅସ୍ତିତ୍ୱ ଏ ଅନୁମାନ ପକ୍ଷରେ କେତେକ ଉପଯୋଗୀ ଅଟଇ । ମୁସଲମାନଙ୍କ ସମୟରେ ସମ୍ଭବତଃ ଦେଶର ସ୍ଥଳେ ସ୍ଥଳେ ଚାଟଶାଳୀ ରୀତି ପ୍ରଚଳିତ ଥିଲା । ମୁସଲମାନଙ୍କ ଅଧିକାର ଉତ୍ତାରୁ ଓଡ଼ିଶାରେ ପାରସୀ ଶିକ୍ଷାର ରୀତି ପ୍ରବର୍ତ୍ତିତ ହୋଇଥିଲା; ଏଥିସକାଶେ ମଖ୍‌ତବ୍‌ଚୟର ସୃଷ୍ଟି ହୋଇଥିବା ଅନୁମାନ କରିବା ସ୍ୱାଭାବିକ । ସଂସ୍କୃତର ଯେ ଆଲୋଚନା ଶିକ୍ଷିତମଣ୍ଡଳୀଙ୍କ ମଧ୍ୟରେ ବିଶେଷ ପ୍ରଚଳିତ ଥିଲା, ଓଡ଼ିଆ କବିତାଚୟ କେତେ ଅଂଶରେ ତହିଁର ପରିଚୟ ଦେଉଅଛି ।
ବୃତ୍ତିବିଧାନ-ଓଡ଼ିଶାର ହିନ୍ଦୁରାଜାଙ୍କ ସମୟରେ ପାଇକ, ଧୋବା, ଭଣ୍ଡାରି, ଚଉକିଆ, କମାର, ନାୟକ ପ୍ରଭୃତି କେତେଗୁଡ଼ିଏ ସେବକଙ୍କର ନିଷ୍କର ବୃତ୍ତି ବିଧାନ ଖଞ୍ଜା ଥିଲା । ମେହେନ୍ତର, ଘାଟମାରୀ ପ୍ରଭୃତି ଗୋଟିକେତେ ନୂତନ ନିଷ୍କର ବୃତ୍ତି ମୁସଲମାନମାନେ ସୁଦ୍ଧା ସୃଷ୍ଟି କରିଥିଲେ । ହନ୍ଦୁରାଜାଙ୍କ ଦେବତ୍ୱ ଓ ବ୍ରହ୍ମତ୍ୱ ପରି ମୁସଲମାନମାନଙ୍କଦ୍ୱାରା କେତେକ ପୀରୋତ୍ତର ବୃତ୍ତି ଖଞ୍ଜା ହୋଇଥିଲା ।


ମରହଟ୍ଟା ଶାସନ ।


ମହାରାଷ୍ଟ୍ରୀୟ ଭୋଁସଲା ବଂଶର ଅଭ୍ୟୁଦୟ-ସପ୍ତଦଶ ଶତାବ୍ଦୀରେ ମହାରାଷ୍ଟ୍ରୀୟମାନେ ଶିବାଜୀଙ୍କ ଅଧିନାୟକତ୍ୱରେ ଭାରତବର୍ଷରେ ଏକ ପ୍ରଧାନ ହିନ୍ଦୁଜାତି ହୋଇ ଉଠିଲେ । ସେମାନେ ଦାହୁବଳରେ ଭାରତବର୍ଷର ନାନାସ୍ଥାନ ଜୟ କଲେ । ଭିନ୍ନ ଭିନ୍ନ ସ୍ଥଳରେ କ୍ଷୁଦ୍ରକ୍ଷୁଦ୍ର ମରହଟ୍ଟା ରାଜ୍ୟମାନ ମଧ୍ୟ ସଂସ୍ଥାପିତ ହେଲା । ମଧ୍ୟପ୍ରଦେଶର ନାଗପୁରସ୍ଥ ଭୋନ୍‌ସଲେ ରାଜାମାନେ ଉଲ୍ଲିଖିତ ଅନେକ ମରହଟ୍ଟା ରାଜ୍ୟରୁ ଏକ ରାଜ୍ୟର ଅଧିକାରୀ ଥିଲେ । ଅନ୍ୟାନ୍ୟ କ୍ଷୁଦ୍ର କ୍ଷୁଦ୍ର ମରହଟ୍ଟା ରାଜ୍ୟାଧିପତିଙ୍କ ପରି ଭୋନ୍‌ସଲାମାନେ ମଧ୍ୟ ଏକଦଳ ଲୁଣ୍ଠନ‌କାରିଙ୍କର ନାୟକ ଥିଲେ । ରଘୁଜୀ ଭୋନ୍‌ସଲା ଭୋନ୍‌ସଲା ବଂଶର ପ୍ରଥମ ରାଜା । ତାଙ୍କର ଚାରି ପୁତ୍ର ଜନ୍ମିଥିଲେ । ଜାନୋଜୀ ଭୋନ୍‌ସଲା ରଘୁଜୀଙ୍କର ଜ୍ୟେଷ୍ଠପୁତ୍ର । ରଘୁଜୀଙ୍କ ମୃତ୍ୟୁ ଉତ୍ତାରୁ ସେ ସିଂହାସନରୋହଣ କଲେ । ତାଙ୍କ ରାଜତ୍ୱ ସମୟରେ ଓଡିଶା ମରହଟ୍ଟାରାଜ୍ୟଭୁକ୍ତ ହେଲା । ତାଙ୍କ ମୃତ୍ୟୁ ଉତ୍ତାରୁ ସବାଜୀ (୧୭୭୫) ଓ ରଘୁଜୀ (୧୭୮୮) ନାଗପୁରର ସଂହାସନରେ ଆରୁଢ଼ ହୋଇ