ପୃଷ୍ଠା:Odishara Itihas.pdf/୧୪୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨୫
ସପ୍ତମ ଅଧ୍ୟାୟ ।

ଥିଲେ । ରଘୁଜୀଙ୍କଠାରୁ ଏକ ସନ୍ଧିଦ୍ୱାରା ଇଂରାଜମାନେ ଓଡ଼ିଶା ପ୍ରାପ୍ତ ହୋଇ ଅନନ୍ତର ୧୮୦୩ ମସିହାରେ ସେମାନେ ଏ ପ୍ରଦେଶ ଅଧିକାର କଲେ । ଶିବଭଟ୍ଟ ସାନ୍ତରା—ଆଲିବର୍ଦ୍ଦି ଖାଁଙ୍କଠାରୁ ମରହଟ୍ଟାମାବେ ଯେରୂପେ ଓଡିଶା ପ୍ରାପ୍ତ ହେଲେ, ତାହା ଏଥିପୂର୍ବେ ବର୍ଣ୍ଣିତ ହୋଇଅଛି । ଓଡ଼ିଶାର-ଶାସନଭାର ପାଇବା ପୂର୍ବରୁ ବଙ୍ଗଦେଶର ଚଉଥ ଆଦାୟ କରିବା ସକାଶେ ମରହଟ୍ଟାମାନେ ଶିବଭଟ୍ଟ ସାନ୍ତରାଙ୍କୁ ନିଯୁକ୍ତ କରିଥିଲେ । ଓଡିଶା ରାଜ୍ୟ ସମ୍ପୂର୍ଣ୍ଣରୂପେ ଲଭିଲା ଉତ୍ତାରୁ ଶିବଭଟ୍ଟଙ୍କୁ ମରହଟ୍ଟାମାନେ ଓଡିଶାର ଶାସନକର୍ତ୍ତୃତ୍ତ୍ୱର ଭାର ପ୍ରଦାନ କଲେ । ଆଠବର୍ଷ କାଳ ତାଙ୍କ ହସ୍ତରେ ଓଡିଶାର ଶାସନଭାର ରହିଲା । ସେ ଓଡିଶା ରାଜସ୍ୱର ପୁନର୍ବନ୍ଦୋବସ୍ତ କଲେ । ଭୂମି ରାଜସ୍ୱ ୧୪ ଲକ୍ଷ ଓ ନାନାପ୍ରକାର କର ଚାରି ଲକ୍ଷ, ଏରୂପେ ୧୮ ଲକ୍ଷ ଆର୍କଟ ମୁଦ୍ରା ଓଡ଼ିଶାର ମୋଟ ରାଜସ୍ୱ ସ୍ଥିରୀକୃତ ହେଲା । କିନ୍ତୁ ଏ ଟଙ୍କା ନିୟମିତରୂପେ କଦାପି ଆଦାୟ ହୋଇଅଛି କି ନାହିଁ ସନ୍ଦେହ । ୧୭୬୧ ଖ୍ରୀଷ୍ଟାବ୍ଦରେ ଗଞ୍ଜାମ ଜିଲାର ଅନ୍ତଃପାତୀ ଖିମିଡ଼ିନାମକ ସ୍ଥାନର ରାଜା ନାରାୟଣଦେବ ଆପଣାକୁ ଖୋରଧା ସିଂହାସନର ଉତ୍ତାରାଧିକାରୀ ବିବେଚନା କରି ସସୈନ୍ୟରେ ଖୋରଧାଧିପତି ବୀରକିଶୋର ଦେବଙ୍କ ବିରୁଦ୍ଧରେ ଯୁଦ୍ଧଯାତ୍ରା କଲେ । ବୀରକିଶୋର ପରାଭୂତ ହୋଇ ମରହଟ୍ଟା ସୁବାଦାରଙ୍କର ଆଶ୍ରୟ ଘେନିଲେ । ଶିବଭଟ୍ଟ ଖୋରଧା ରାଜାଙ୍କୁ ସାହାଯ୍ୟ ପ୍ରଦାନ କଲେ । ଅବଶେଷରେ ଖୋରଧା ରାଜଶତ୍ରୁ ନାରାୟଣ ପରାଜିତ ଓ ତାଡ଼ିତ ହେଲେ । ଖୋରଧା ରାଜା ମରହଟ୍ଟାଙ୍କୁ ବିପୁଳ ଅର୍ଥ ଦେବେ ବୋଲି ଅଙ୍ଗୀକାର କରିଥିଲେ, କିନ୍ତୁ ତାଙ୍କ ଶତ୍ରୁ ମରହଟ୍ଟାଙ୍କ ସାହାଯ୍ୟରେ ପରାଭବ ଲଭିଲା ଉତ୍ତାରୁ ସେ ସ୍ୱୀୟ ଅଙ୍ଗୀକୃତ ଟଙ୍କା ମରହଟ୍ଟାଙ୍କ ଦେଇ ପାରିଲେ ନାହିଁ । ସୁତରାଂ ଦୟା ନଦୀ ଏବଂ ଚିଲିକା ହ୍ରଦ ଓ ସମୁଦ୍ର ମଧ୍ୟବର୍ତ୍ତୀ ଲେମ୍ବାଇ, ରାହାଙ୍ଗ ଓ ପୁରୁଷୋତ୍ତମକ୍ଷେତ୍ର ତାଙ୍କ ଅଧୀନସ୍ଥ ଚତୁର୍ଦ୍ଦଶ ଗଡ଼ଜାତର ସ୍ୱତ୍ୱ ସହିତ ମରହଟ୍ଟାଙ୍କ ହସ୍ତରେ ଅର୍ପଣ କଲେ । ନବଲବ୍‌ଧ ରାଜ୍ୟମାନ ଲାଭଜନକ ନ ହୋଇ ବରଂ ମରହଟ୍ଟାଙ୍କୁ ଅଧିକ ବିବାଦ ବିସମ୍ବାଦରେ ଜଡ଼ିତ କଲା । କରଦ ଗଡ଼ଜାତ ରାଜାମାନେ ଧାରାବାହିକରୂପେ କର ନ ଦେଇ ବାରମ୍ବାର ଯୁଦ୍ଧରେ ପ୍ରବୃତ୍ତ ହେଲେ । ସେହି କ୍ଷୁଦ୍ର ଯୁଦ୍ଧମାନଙ୍କରେ କେତେବେଳେ ମରହଟ୍ଟା ସୈନ୍ୟଙ୍କୁ ମଧ୍ୟ ପରାଭବ ଲଭିବାକୁ ହେଉଥିଲା । ସମୁଦ୍ରକୂଳବର୍ତ୍ତୀ ମାହାଲମାନ ମରହଟ୍ଟାଙ୍କ ଆମିଲ ବା ଗୁମାସ୍ତାଏ ବୁଝିଥିଲେ । ଖୋରଧା ରାଜାଙ୍କ ଲୋକେ ଆସି ସେ ମାହାଲମାନଙ୍କରେ ଉପଦ୍ରବ କରିବାକୁ ସୁଦ୍ଧା ତ୍ରୁଟି କରୁ ନ ଥିଲେ । ଶିବଭଟ୍ଟ ଏହିରୂପେ ୮ ବର୍ଷ କାଳ