ପୃଷ୍ଠା:Odishara Itihas.pdf/୧୪୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨୬
ଓଡ଼ିଶାର ଇତିହାସ ।

ଓଡ଼ିଶାରେ ମରହଟ୍ଟା ଶାସନ କାର୍ଯ୍ୟ ଚଳାଇ ଅକସ୍ମାତ୍ ୧୭୬୫ ଖ୍ରୀଷ୍ଟାବ୍ଦରେ ଶାସନକର୍ତ୍ତୃତ୍ୱରୁ ବିଚ୍ୟୁତ ହେଲେ ।

ଚିମନା ସାହୁ ଓ ଆଦିପୁର ଗୋସ୍ୱାମୀ—ମରହଟ୍ଟାଙ୍କ ଶାସନ ଓଡ଼ିଶାରେ କୌଣସି ବିଶେଷ ନିୟମାଧୀନ ହୋଇ ଚଳୁ ନ ଥିଲା । ନାଗପୁରରେ ଭୋନ୍‌ସଲାମାନେ ଆପଣାର ଇଛାମତେ କାହାକୁ କେତେବେଳେ ଯେ ଓଡ଼ିଶାର ଶାସନକାର୍ଯ୍ୟର ଭାର ପ୍ରଦାନ କରୁଥିଲେ, ସେଥିର ମଧ୍ୟ କୌଣସି ନଶ୍ଚୟତା ନ ଥିଲା । ଚିମନା ସାହୁ ଓ ଆଦିପୁର ଗୋସ୍ୱାମୀ ୧୭୬୫ ଖ୍ରୀଷ୍ଟାବ୍ଦରେ ହଠାତ୍ ଓଡିଶାର ଶାସନଭାର ପ୍ରାପ୍ତ ହେଲେ । ସେମାନେ ଶିବଭଟ୍ଟକୁ ତଡ଼ିଦେଇ କିଛିକାଳ ଓଡ଼ିଶା ଭୋଗ କଲେ, ପୁଣି କାଳିଆ ପଣ୍ଡିତନାମକ ଆଉ ଜଣେ ଭୋନ୍‌ସଲାଙ୍କଦ୍ୱାରା ଓଡିଶାର ଶାସନ‌କର୍ତ୍ତା ନିଯୁକ୍ତ ହେଲେ । ଇତି ମଧ୍ୟରେ ଶିବଭଟ୍ଟ ଓଡ଼ିଶାର ଖଣ୍ଡାଏତ ରାଜାଙ୍କ ସଙ୍ଗେ ସମ୍ମିଳିତ ହୋଇ ବିଦ୍ରୋହାଗ୍ନି ପ୍ରଜ୍ୱଳିତ କଲେ । ବିଦ୍ରୋହନିବାରଣାର୍ଥ ମରହଟ୍ଟା ସୈନ୍ୟମାନେ ଅସି ଓଡ଼ିଶାରେ ନାନାପ୍ରକାର ଦୌରତ୍ମ୍ୟ ଆରମ୍ଭ କଲେ । ଭବାନୀ ପଣ୍ଡିତ ନାଗପୁର ଭୋନ୍‌ସଲାଙ୍କଦ୍ୱାରା ୧୭୬୯ ଖ୍ରୀଷ୍ଟାବ୍ଦରେ ଓଡ଼ିଶାରୁ ପୁଣି ସ୍ୱଦେଶକୁ ଆହୃତ ହେଲେ ।

ଶମ୍ଭୁଜୀ ଗଣେଶ-ଭବାନୀ ପଣ୍ଡିତଙ୍କ ଉତ୍ତାରୁ ଶମ୍ଭୁଜୀ ଗଣେଶ ଓଡ଼ିଶାର ସୁବାଦାର ନିଯୁକ୍ତ ହେଲେ । ସେ ଜଣେ ପ୍ରସିଦ୍ଧ ପ୍ରଜାକଣ୍ଟକ ଶାସନ‌କର୍ତ୍ତା ଥିଲେ । ଓଡ଼ିଶା ମଧ୍ୟରେ ନାନାପ୍ରକାର କର ପ୍ରଚଳିତ କଲେ ଓ ଅନେକ ନିଷ୍କର ଭୂମିକି ସକର କଲେ; ମଧ୍ୟ ଯେଉଁସବୁ ଭୂମି ନଷ୍କରରୂପେ ତାଙ୍କଦ୍ୱାରା ରକ୍ଷିତ ହୋଇଥିଲା, ସେସବୁ ଭୂମିର ଅଧିକାରମାନେ ମରହଟ୍ଟା ସୈନ୍ୟଚୟର ବ୍ୟୟ ଯୋଗାଇବା ସକାଶେ ଆଦିଷ୍ଟ ହେଲେ; ମରହଟ୍ଟାମାନଙ୍କ ଦୌରାତ୍ମ୍ୟରେ ପ୍ରଜାଙ୍କର ପୀଡ଼ା ଓ କ୍ଳେଶର ସୀମା ରହିଲା ନାହିଁ । ଦେଶର ଧନଧାନ୍ୟ ସମସ୍ତ ଏକପ୍ରକାର ସେ ସମୟରେ ଲୋପକୁ ଲଭିଥିଲା ବୋଇଲେ ଅତ୍ୟୁକ୍ତି ହୁଅଇ ନାହିଁ । ଯେପରି ବିଶୃଙ୍ଖଳ ଶାସନ ଦେଶରେ ପ୍ରଚଳିତ ହୋଇଥିଲା, ପ୍ରାଣିବିନାଶ, ଦୁର୍ଭିକ୍ଷସଂଘଟନ ଓ ରାଜ୍ୟବିପ୍ଳବ ଯେ ସେଥିର ଶେଷଫଳ ହେଲା, ଏକଥା କହିବା ବାହୁଲ୍ୟ ମାତ୍ର । ମଧ୍ୟ ଶମ୍ଭୁଜୀ ଗଣେଶଙ୍କ ଶାସନର ଶେଷଭାଗକୁ (୧୭୬୦|୬୧ ଖ୍ରୀଷ୍ଟାବ୍ଦରେ) ଏକ ଭୟଙ୍କର ଦୁର୍ଭିକ୍ଷ ଓଡ଼ିଶାରେ ପତିତ ହୋଇଥିଲା । ସେଥିରେ ଶତ ଶତ ଗ୍ରାମ ଜନଶୂନ୍ୟ ଓ ସହସ୍ର ସହସ୍ର ମନୁଷ୍ୟ ହତପ୍ରାଣ ହେବାକୁ ବାଧ୍ୟ ହୋଇଥିଲେ; ଟଙ୍କାକୁ ୨ ସେର ଚାଉଳ ମିଳିବା କଷ୍ଟକର ହୋଇଥିଲା । ସେ ଦୁର୍ଭିକ୍ଷ ବଙ୍ଗଦେଶରେ ମଧ୍ୟ ସେହି ସମୟରେ ଅତି