ପୃଷ୍ଠା:Odishara Itihas.pdf/୧୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୩୦ ଓଡ଼ିଶାର ଇତିହାସ ।

ଗୁମାସ୍ତା ରେ ଗ୍ରାମ୍ୟ କାନୁନଗୋଇମାନେ ନିଯୁକ୍ତ ଥିଲେ । ଉଲ୍ଲିଖିତ ସମସ୍ତ କର୍ମଚାରିଏ ପ୍ରାୟ ବଙ୍ଗାଳୀ & କେହି କେହି ଅବା ଖୋରଟା କାୟସ୍ଥ ଥିଲେ । ଗୁମାସ୍ତାଙ୍କ ଅଧୀନରେ କରଣଜାତୀୟ ମୋହରରମାନେ ନିଯୁକ୍ତ ଥିଲେ । କିଛିକାଳ ଉତ୍ତାରୁ ରାଜାରାମ ପଣ୍ଡିତଙ୍କଦ୍ୱାରା ସଦରକାନୁନ୍‌ଗୋଇ ଭଠାଇ ଦିଆଯାଇଥିଲା । ଅମିରମାନେ ରୟତଙ୍କ ସଙ୍ଗେ ରାଜସ୍ୱ ବନ୍ଦୋବସ୍ତ ବର୍ଷକୁ ବର୍ଷ କରି ସେଥିର ହିସାବ ସରକାରରେ ଦେଉଥିଲେ । ମାତ୍ର ମଦ‌ଦମିମାନଙ୍କର ନାନ‌କାର ନାମକ ନିଷ୍କର ଭୂମିରେ ହସ୍ତକ୍ଷେପ କରି ନ ଥିଲେ । ମୋଟ ଭୂମିର ରାଜସ୍ୱ ୧୪୪୦୦୦୦ ଟଙ୍କା ଥିବାର ଧାର୍ଯ୍ୟ ହୋଇଥିଲା । ଏ ଛଡ଼ା ଯାତ୍ରିକର ଓ ଅନ୍ୟାନ୍ୟ ନାନାପ୍ରକାର ଅନ୍ୟାୟ କରଦ୍ୱାରା ରାଜସ୍ୱର ଜମା ବୁଦ୍ଧିକି ଲଭିଥିଲା; କିନ୍ତୁ ନିୟମିତରୂପେ ରାଜସ୍ୱ ଓ ଅନ୍ୟାନ୍ୟ କରମାନ ଆଦାୟ ହେଉଥିବାର ପ୍ରତୀତ ହେଉ ନାହିଁ । ଇଂରାଜମାନଙ୍କ ଆଗମନର ପୂର୍ବବର୍ଷ ୧୨ ଲକ୍ଷ ଟଙ୍କା ମାତ୍ର ଭୂମିରାଜସ୍ୱ ଆଦାୟ ହୋଇଥିବାର କଥିତ ଅଛି । ପୁଣି ଦେଶରେ ଯେଉଁ ଅତ୍ୟାଚାର ଲୁଣ୍ଠନ ଓ ଦଣ୍ତମାନ ପ୍ରଚଳିତ ହୋଇଥିଲା, ସେଥିରେ ଦେଶୀୟଲୋକେ ନିତାନ୍ତ ଦୈନ୍ୟଦଶାକୁ ଲଭିଥିଲେ । ସେ ଅବସ୍ଥାରେ ଅନେକ ଲୋକଙ୍କର ରାଜସ୍ୱ ଦେବାର କ୍ଷମତା ସୁଦ୍ଧା ଲୁପ୍ତ ହୋଇଥିଲା ।

ମୁସଲମାନଙ୍କ ରାଜତ୍ୱ ସମୟରୁ ଓଡ଼ିଶାରେ ଜଣକେତେ ଜମିଦାରଙ୍କ ପରି ବୃତ୍ତିଧାରୀ ଲୋକେ ସୃଷ୍ଟ ହୋଇଥିଲେ । ମରହଟ୍ଟାଙ୍କ ସମୟରେ ମଧ୍ୟ କେହି କେହି ଜମିଦାରୀ ସନନ୍ଦ ପାଇଥିଲେ । କିନ୍ତୁ ସେ ଜମିଦାରଙ୍କର ଭୂମିରେ ବଶେଷ ସ୍ୱତ୍ୱ ସ୍ଥିର ନ ଥିଲା, କଟକ ଅନ୍ତଃପାତୀ ଉତିକଣ ପ୍ରଗନ୍ନାର ଜମିଦାରଙ୍କୁ ବାରମ୍ବାର ଜମିଦାରୀ ପଦରୁ ଚ୍ୟୁତ କରି ତାଙ୍କର ଯେଉଁ ଦୁର୍ଦ୍ଦଶା ଘଟାଇଥିଲେ, ସେଥିରୁ ଉକ୍ତ ବିଷୟ ସ୍ପଷ୍ଟ ପ୍ରମାଣ ହୁଅଇ । ଜଗନ୍ନାଥଦେବଙ୍କୁ ମରହଟ୍ଟାମାନେ ଏକ ବଡ଼ ତାଲୁକ ଖଞ୍ଜି ଦେଇଥିଲେ । ଦେଶରେ ବର୍ତ୍ତମାନ ଥିବା ନାନା ମଠମାନଙ୍କ ମଧ୍ୟରୁ କୌଣସି କୌଣସି ମଠରେ ମରହଟ୍ଟାମାନେ ମଧ୍ୟ କିଛି କିଛି ଭୂମି ଖଞ୍ଜି ଦେବାର ଆଜ୍ଞା ଦେଇଥିଲେ ।

ମରହଟ୍ଟାଙ୍କର ପ୍ରକୃତ କୌଣସି ଉତ୍କୃଷ୍ଟ ଦେବାନୀ କି ଫରଜଦାରୀ ଶାସନ ପ୍ରଚଳିତ ଥିବାର ବୋଧ ହେଉ ନାହଁ । ତାହା ଥିଲେ ଦେଶ ମଧ୍ୟରେ ଯେଉଁ ଅସଂଖ୍ୟ ଅସଂଖ୍ୟ ଦୁର୍ବୃତ୍ତ ଅତ୍ୟାଚାରମାନ ଆଚରିତ ହୋଇଥିଲା, ସେମାନ ସେ ପରିମାଣରେ, କଦାପି ହୋଇ ନ ଥାନ୍ତା । ଆମିଲମାନେ ଫରଜଦାରୀ ବିଚାରର ଚୂଡ଼ାନ୍ତ ହାକିମ ଥିଲେ; ଖୁଣ ଡ଼କାଇତୀ ମକଦ୍ଦମା ସୁଦ୍ଧା ସେମାନେ ବୁଝୁଥିଲେ । କ୍ଷୁଦ୍ର କ୍ଷୁଦ୍ର ଅପରାଧମାନ ବିଚାରାର୍ଥ ଜମିଦାରଙ୍କ ହସ୍ତରେ ଅର୍ପିତ ହୋଇଥିଲା ।