ପୃଷ୍ଠା:Odishara Itihas.pdf/୧୫୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୩୧
ସପ୍ତମ ଅଧ୍ୟାୟ ।

ସେ ସମୟରେ ପଞ୍ଚାଏତ ବସାଇ କେତେ ପ୍ରକାର ମାମଲା ନିଷ୍ପନ୍ନ ହେଉଥିଲା । ସଦର କାନଗୋଇମାନେ ସମସ୍ତ ପଞ୍ଚାଏତର ଅଧକ୍ଷ ବା ଗୋଷ୍ଠିପତି ନିଯୁକ୍ତି ହେଉଥିଲେ । ସାଧାରଣ କାର୍ଯ୍ୟ-ମରହଟ୍ଟାଏ ଦେଶ ମଧ୍ୟରେ ନାନାପ୍ରକାର ଅତ୍ୟାଚାର ଓ ଲୋକଙ୍କ ଉପରେ ଚିକ୍କଣୀ ତଣ୍ଡ, ଘୋଡ଼ା ତଣ୍ଡ ଇତ୍ୟାଦି ବସାଇ ସେମାନଙ୍କୁ ପ୍ରପୀଡ଼ିତ କରୁଥିବା ସଙ୍ଗେ ସଙ୍ଗେ ସେମାନେ କେତେକ ସାଧାରଣ କାର୍ଯ୍ୟ ପ୍ରତି ମଧ୍ୟ କିଞ୍ଚିତ୍ କିଞ୍ଚିତ୍ ମନୋଯୋଗ ପ୍ରଦର୍ଶନ କରିଥିଲେ । କାଠଯୋଡ଼ୀ ବନ୍ଧ ଓ ବାରବାଟୀ ଦୂର୍ଗର ବିଶେଷ ସଂସ୍କାର ସାଧନ କରିଥିଲେ । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ସେତୁ ନିର୍ମାଣ ଓ ବାପୀ ଜଳାଶୟାଦି ଖନନ ବିଷୟରେ କେତେକ ଟଙ୍କା ମରହଟ୍ଟାଏ ବ୍ୟୟ କରିଥିଲେ । ବାଣିଜ୍ୟ-ମରହଟ୍ଟାଙ୍କ ଅତ୍ୟାଚାରରେ ଦେଶ ମଧ୍ୟରେ ବାଣିଜ୍ୟ ଏକ ପ୍ରକାର ଲୁପ୍ତ ହୋଇଥିଲା ବୋଇଲେ ହୁଏ । ଇଂରାଜମାନେ ସେ ସମୟରେ ଓଡିଶାର ପ୍ରଧାନ ବ୍ୟବସାୟୀ ଥିଲେ । ସେମାନଙ୍କ ବାଣିଜ୍ୟକୋଠିମାନ ଓଡ଼ିଶାରେ ମରହଟ୍ଟା ଅତ୍ୟାଚାରରୁ ବାହୁବଳଦ୍ୱାରା ରକ୍ଷିତ ହୋଇଥିଲା । ତନ୍ତିମାନେ ମରହଟ୍ଟା ଅତ୍ୟାଚାରରେ ପ୍ରପୀଡ଼ିତ ହୋଇ ପଳାଇ ଯାଇ ଇଂରାଜ କୋଠିସବୁରେ ଇଂରାଜଙ୍କ ସାହାର୍ଯ୍ୟରେ ଆପଣା ଆପଣା ବ୍ୟବସାୟ ଚଳାଉଥିଲେ ।

ଉପନିବେଶୀ ବଙ୍ଗାଳୀ ଓ ଖୋରଟାଙ୍କର ଓଡ଼ିଶାରେ ଉପନିବେଶ ସ୍ଥାପନ ସୂତ୍ରପାତ ହେବା ବିଷୟ ଏଥିପୂର୍ବେ ବର୍ଣ୍ଣନା କରିଅଛୁଁ । ମରହଟ୍ଟାଙ୍କ ସମୟ ସରିକି ସେମାନେ କାର୍ଯ୍ୟକୁଶଳ ଓ ପ୍ରଚଳିତ ବିଦ୍ୟାଶିକ୍ଷାରେ ସୁନିପୁଣ ହୋଇଥିଲେ । ବାଲେଶ୍ୱର, ଯାଜପୁର ପ୍ରଭୃତିରେ ନିଯୁକ୍ତ ଥିବା ଉଚ୍ଚ ମରହଟ୍ଟା କର୍ମଚାରିମାନେ ପ୍ରାୟ ସମସ୍ତେ ବଙ୍ଗାଳୀ ଓ ଖୋରଟା ଥିଲେ । ଯାଜପୁରସ୍ଥ ଗୌରାଙ୍ଗ ରାୟ ନାମକ ଜଣେ ଉପନିବେଶୀ ବଙ୍ଗାଳୀ ମରହଟ୍ଟାଙ୍କ ଶାସନ ସମୟରେ ନାଗପୁର ରାଜାଙ୍କର ପ୍ରିୟପାତ୍ର ଓ ସୁତରାଂ ଓଡ଼ିଶାରେ ବିଶେଷ କ୍ଷମତାଶାଳୀ,ହୋଇଥିବାର କଥିତ ଅଛି । ମରହଟ୍ଟା ଶାସନ କୌଣସି କୌଣସି ମରହଟ୍ଟାଙ୍କୁ ମଧ୍ୟ ଓଡ଼ିଶାରେ ଉପନିବେଶ ସ୍ଥାପନ କରିବା ସକାଶେ ପ୍ରଲୁବ୍‌ଧ କରିଥିଲା ।

ଉତ୍କଳ ଗ୍ରନ୍ଥକାର ଓ ଜ୍ଞାନ‌ଚର୍ଚ୍ଚା-ମରହଟ୍ଟାଶାସନର ପ୍ରାରମ୍ଭରେ ଓଡ଼ିଶାର ଅନ୍ୟତର ଏକ ମହତ୍ କବି ଖ୍ୟାତନାମା ହୋଇଥିଲେ । କଟକ ଜିଲ୍ଲାର ଅନ୍ତଃପାତୀ ବାଲିଆ ମୌଜର ସାମନ୍ତ ଅଭିମନ୍ୟୁ ସାମନ୍ତସିଂହାର ସୁଲଳିତ ତାନରେ ଉତ୍କଳ କବିତାଦେବୀଙ୍କ ଦ୍ୱାର ଉଦ୍‌ଘାଟନ କରିଥିଲେ । ବିଦଗ୍‌ଧ ଚିନ୍ତାମଣି ଅଭିମନ୍ୟୁଙ୍କର ପ୍ରଧାନ ଗ୍ରନ୍ଥ । ଉତ୍କଳ ଭାଷାରେ ମଧ୍ୟ ଏହା ଖଣ୍ଡିଏ