ପୃଷ୍ଠା:Odishara Itihas.pdf/୧୫୪

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୩୨
ଓଡ଼ିଶାର ଇତିହାସ ।

ଉତ୍କୃଷ୍ଟ କାବ୍ୟ । ଅଭିମନ୍ୟୁଙ୍କ ଉତ୍ଥାନ ସମୟକୁ ଅନେକ ଉତ୍କଳ କବିତା ରଚିତ ହୋଇଥିଲା । ଦେଶର ନୀଚଶ୍ରେଣୀୟ ଲୋକେ ମଧ୍ୟ ଉତ୍ତମ କବିତା ରଚନା କରି ଶିଖିଥିଲେ । ସେଥି ମଧ୍ୟରୁ ଭୀମା ଧୀବରର କପଟପଶା ଖଣ୍ଡିଏ ନମୁନା ପୁସ୍ତିକା; ମଧ୍ୟ ଅଭିମନ୍ୟୁଙ୍କ ସମୟରୁ ଉତ୍କଳ ସଙ୍ଗୀତ ଓ ଢ଼ଗ କେତେକ ପରିମାଣରେ ରଚିତ ହୋଇଥିଲା । ଦେଶର ଅନ୍ୟାନ୍ୟ ଅନୁନ୍ନତି ସ‌ହ ଦେଶରେ ବିଦ୍ୟାଶିକ୍ଷାର ବ୍ୟାଘାତ ମଧ୍ୟ ମରହଟ୍ଟାଙ୍କ ସମୟରେ ଘଟିଥିବାର ପ୍ରତୀତ ହୁଅଇ । ହିନ୍ଦୁ ରାଜାଙ୍କ ଶାସନ ସମୟରେ ସ୍ତ୍ରୀଶିକ୍ଷାର ଯେଉଁ ସୂତ୍ରପାତ ଓଡ଼ିଶାରେ ହୋଇଥିଲା, ମରହଟ୍ଟାଙ୍କ ଅତ୍ୟାଚାର ବ‌ହୁପରିମାଣରେ ତାହାର ଗତିରୋଧ କରିଥିଲା । ଦେଶୀୟ ଲୋକେ ବିଦ୍ୟାଶିକ୍ଷା ପ୍ରତି ବିଶେଷ ମନୋଯୋଗ ଦେବାର ସୁବିଧା ପାଉ ନା ଥିଲେ । କେହି କେହି ବଡ଼ କଷ୍ଟ ସ୍ୱୀକାର କରି ଫାରସୀ ଇତ୍ୟାଦି ପଢ଼ୁଥିଲେ । ଚାଟଶାଳୀଶିକ୍ଷା ରୀତି ମୃଦୁ ମନ୍ଦ ଗତିରେ ଚଳୁଥିଲା । ଦେଶର ଦୁରବସ୍ଥା ଓ ଦୁର୍ଭିକ୍ଷ ପ୍ରତିଭାଶାଳୀ ଓଡ଼ିଆମାନେ ହିନ୍ଦୁରାଜାଙ୍କ ସମୟରେ ଶିଳ୍ପକାର୍ଯ୍ୟ, ପୋତଚାଳନ, ବିଦ୍ୟାଶିକ୍ଷା, ରାଜନୀତି ପ୍ରଭୃତି ଭିନ୍ନ ଭିନ୍ନ ବିଷୟରେ ଯେଉଁ ଉନ୍ନତିମାନ ସାଧନ କରିଥିଲେ, ମୁସଲମାନମାନଙ୍କ ଦୌରାତ୍ମ୍ୟ ଓ ମରହଟ୍ଟାଙ୍କର ଅଭୂତପୂର୍ବ ଅତ୍ୟାଚାରରେ ସେମାନେ ସେ ସବୁରୁ ରହିତ ହୋଇ ଏକପ୍ରକାର ହତବୁଦ୍ଧି ହୋଇଥିଲେ ଓ ସେମାନଙ୍କର ଉନ୍ନତି ଆଶାରେ ଜଳାଞ୍ଜଳି ଦେଇଥିଲେ । ମରହଟ୍ଟାଶାସନ ସମାଜବନ୍ଧନରେ ଏପରି ଶିଥିଳତା ଘଟାଇଥିଲା ଓ ଲୋକଙ୍କ ଚରିତ୍ରକୁ ଏପରି ଦୂଷିତ କରିଥିଲା ଯେ, ଅଳ୍ପକାଳ ମଧ୍ୟରେ ଓଡ଼ିଶା କରଣ ଓ ମହାନାୟକ ପ୍ରଭୃତିଙ୍କ ଘରେ ଗେଟା ଓ ଉପନିବେଶୀ କାୟସ୍ଥଙ୍କ ଘରେ ଗୋଲାମ ହୋଇ ଦୁଇଶ୍ରେଣୀ ଦାସ ଓଡ଼ିଶାରେ ଉଦ୍ଭୁତ ହେଲେ । ବଙ୍ଗ ପ୍ରଭୃତି ଦେଶରେ ଏପରି ଦାସଶ୍ରେଣୀ ଥିବାର ଦେଖାଯାଏ ନାହିଁ ।

ମରହଟ୍ଟାଙ୍କ ଶାସନ ସମୟରେ ଦୁଇଥର ଘୋର ଦୁର୍ଭିକ୍ଷ ଓଡ଼ିଶାରେ ଘଟିଥିଲା । ଏକେ ମରହଟ୍ଟା ଅତ୍ୟାଚାର, ସେଥିରେ ପୁଣି ଦୁର୍ଭିକ୍ଷ । ସହସ୍ର ସହସ୍ର ଲୋକ ଅନାହାରରେ କ୍ଳିଷ୍ଟ ହୋଇ କାଳକବଳରେ ପତିତ ହୋଇଥିଲେ । ଲୋକଙ୍କ ଦୁର୍ଦ୍ଦଶାର ପରାକାଷ୍ଠା ହୋଇଥିଲା ।