ପୃଷ୍ଠା:Odishara Itihas.pdf/୧୫୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୩୩
ଅଷ୍ଟମ ଅଧ୍ୟାୟ ।

ଅଷ୍ଟମ ଅଧ୍ୟାୟ
ଇଂରାଜ ଶାସନ ।

ଇଂରାଜଙ୍କଦ୍ୱାରା ଓଡିଶା ଅଧିକାର-ଭାରତବର୍ଷକୁ ଇଂରାଜମାନେ ପ୍ରଥମେ ବାଣିଜ୍ୟ କରିବାପାଇଁ ଆଗମନ କରି ସେମାନଙ୍କର ବାହୁବଳ ଓ କୌଶଳଦ୍ୱାରା ଅବଶେଷରେ ସେହି ଭାରତବର୍ଷକୁ ଅଧିକୃତ ରାଜ୍ୟରେ ପରିବର୍ତ୍ତିତ କଲେ ।

ଓଡିଶାରୁ ପ୍ରଥମେ ସେମାନେ ବାଣିଜ୍ୟାର୍ଥ ଆସି ଅବଶେଷରେ ଦେବଗ୍ରାମ ସନ୍ଧିରେ ନାଗପୁର ରାଜାଙ୍କଠାରୁ କିରୂପେ ଓଡ଼ିଶା ପ୍ରାପ୍ତ ହେଲେ ତାହା ପୂର୍ବ ଦୁଇ ଅଧ୍ୟାୟରେ ବର୍ଣ୍ଣିତ ହୋଇଅଛି ।

“କଟକ, ପ୍ରଦେଶ, ବାଲେଶ୍ୱର ପ୍ରଦେଶ ଓ ତକ୍ରତ୍ୟ ବନ୍ଦରମାନଙ୍କର ଚିରାଧିପତ୍ୟ" ଇଂରାଜମାନେ ଦେବଗ୍ରାମ ସନ୍ଧିରେ ପ୍ରାପ୍ତ ହୋଇ ଓଡ଼ିଶା ଜୟ କରିବାପାଇଁ ଅତ୍ୟନ୍ତ ଉଦ୍‌ବିଗ୍ନ ହେଲେ । ତେତେବେଳେ ବଙ୍ଗଳାରେ ମାର୍କୁଇସ୍ ଅନ୍ ଓଏଲେସ୍‌ଲି (୧୭୯୮-୧୮୦୫) ଗବର୍ଣ୍ଣର ଜେନେରଲ ଥିଲେ । ଓଡିଶା ଅଧିକାର କରିବା ସକାଶେ ଗଞ୍ଜାମଠାରୁ କର୍ଣ୍ଣେଲ ହାର୍କୋର୍ଟକ ନାୟକତ୍ୱରେ ସୈନ୍ୟ ପ୍ରେରିତ ହେଲା । ମେଲଭିଲି ସାହେବ ସମସ୍ତ କାର୍ଯ୍ୟର ବନ୍ଦୋବସ୍ତ କରିବା ସକାଶେ କର୍ଣ୍ଣେଲ ହାର୍କୋର୍ଟଙ୍କ ସଙ୍ଗେ କମିଶନର ନିଯୁକ୍ତ ହୋଇ ଆସିଲେ । ୧୮୦୩ ଖ୍ରୀଷ୍ଟାବ୍ଦ ସେପ୍‌ଟେମ୍ବର ମାସ ୮ ତାରିଖ ଦିନ ଇଂରାଜ ସୈନ୍ୟ ଗଞ୍ଜାମ ତ୍ୟାଗ କଲେ । ସୈନ୍ୟମାନେ ସମୁଦ୍ର ଓ ଚିଲ୍‌କା ହ୍ରଦ ମଧ୍ୟ ଦେଇ ଓଡ଼ିଶା ଦିଗକୁ ଗତି ବିସ୍ତାର କଲେ । ୧୫ ତାରିଖ ସେପ୍ଟେମ୍ବରରେ ସେମାନେ ମାଣିକପଟ୍ଟନରେ ପହଞ୍ଚିଲେ ଓ ମାଣିକପଟ୍ଟନ ବିନା ଯୁଦ୍ଧରେ ଇଂରାଜଙ୍କର ହସ୍ତଗତ ହେଲା । ଚିଲ୍କା ହ୍ରଦର ମୁଖକୁ ସୈନ୍ୟମାନେ ଦୁଇଦିନରେ ପାରି ହେଲେ । ସେଠାରେ ଫତ୍ତେ ମହମ୍ମଦ ନାମକ ଜଣେ କର୍ମଚାରିଙ୍କଠାରୁ ଇଂରାଜମାନେ ବିସ୍ତର ସାହାଯ୍ୟ ପ୍ରାପ୍ତ ହୋଇଥିଲେ; ସୁତାରାଂ ତାଙ୍କୁ ମାଲୁଦ ମାହାଲ ନିଷ୍କରରେ ଭୋଗ କରିବାପାଇଁ କୃତଜ୍ଞତାର ଚିହ୍ନସ୍ୱରୁପ ଇଂରାଜମାନେ ପ୍ରଦାନ କଲେ । ସେହି ମାସର ୧୮ତାରିଖ ଦିନ ଇଂରାଜ ସିପାହୀମାନେ ପୁରୀଠାରେ ଉପସ୍ଥିତ ହେଲେ । ଓଡିଶାର ବ୍ରାହ୍ମଣ ଓ ଦେବାଳୟଚୟ ପ୍ରତି ଅତ୍ୟାଚାର ନ କରି ଉଚିତ ସମ୍ଭୁମ ପ୍ରଦର୍ଶନ କରିବା ନିମନ୍ତେ କର୍ଣ୍ଣେଲ ହାର୍ବୋର୍ଟ ପ୍ରଭୃତି ଲର୍ଡ ଓଏଲେସଭିଙ୍କଦ୍ୱାରା ଆଦିଷ୍ଟ ହୋଇଥିଲେ । ସୁତରାଂ ଇଂରାଜ ସୈନ୍ୟ ପୁରୀଠାରେ ପହଞ୍ଚି ଦେଉଳ