ପୃଷ୍ଠା:Odishara Itihas.pdf/୧୫୬

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୩୪
ଓଡ଼ିଶାର ଇତିହାସ

ସେବକମାନଙ୍କୁ ଆହ୍ୱାନ କରି ସାଧୁଭାବରେ ସେମାନଙ୍କୁ ସମସ୍ତ ବୁଝାଇ ଦେଲେ । ସେବକମାନେ ସବୁ ଶ୍ରବଣ କରି ଇଚ୍ଛାପୂର୍ବକ ଦେଉଳକୁ ଇଂରାଜଙ୍କ ହସ୍ତରେ ଅର୍ପଣ କଲେ । ପୁରୀଠାରେ ମନ୍ଦିର ଓ ମନ୍ଦିରମଧ୍ୟସ୍ଥିତ ସମ୍ପତ୍ତିଚୟର ରକ୍ଷଣାବେକ୍ଷଣାର୍ଥ କେତେକ ହିନ୍ଦୁ ସିପାହୀଙ୍କି ରଖି ଅବଶିଷ୍ଟ ସୈନ୍ୟ ସହିତ କର୍ଣ୍ଣେଲ, ହାର୍କୋର୍ଟ ମେଲଭିଲ କଟକ ଦିଗକୁ ମୁଖ ଫେରାଇଲେ । ପୁରୀଠାରୁ କଟକପର୍ଯ୍ୟନ୍ତ ବର୍ତ୍ମ ସେ ସମୟରେ ନିତାନ୍ତ ଦୁର୍ଗମ, ପଙ୍କିଳ ଓ ଜଳମୟ ଥିଲା; ସୁତରାଂ ୨୦ ତାରିଖ ସେପ୍ଟେମ୍ବରରେ ସୈନ୍ୟମାନେ ପୁରୀରୁ ବାହାରି ୧୦ ତାରିଖ ଅକ୍ତୁବର ଦିନ କଟକରେ ପହଞ୍ଚିଲେ । ମରହଟ୍ଟା ସୈନ୍ୟସଂଖ୍ୟା ଇଂରାଜ ସୈନ୍ୟଙ୍କ ଅପେକ୍ଷା ଅଧିକ ଥିଲା; ତଥାପି ମରହଟ୍ଟାଏ ପରାଭୂତ ହୋଇ ଖୋର୍ଦ୍ଧ। ଜଙ୍ଗଲ ମଧ୍ୟରୁ ପଳାୟନ କଲେ । ଇଂରାଜମାନେ କ୍ରମେ କ୍ରମେ କାଠ‌ଯୋଡ଼ୀ ନ‌ଦୀର ଦକ୍ଷିଣ ପାରରେ ଆସି ଉପସ୍ଥିତ ହେଲେ । ନଈକୂଳରେ ପହଞ୍ଚି ଦେଖିଲେ, ନୌକା କି ନାଉରୀ କେହି ନାହାନ୍ତି । ଅନନ୍ତର ଫତ୍ତେ ମହମ୍ମଦଙ୍କ ସଙ୍ଗେ ଜଣେ ସେ ନାଉରୀ ଥିଲା, ସେ ଇଂରାଜ ସେନାଙ୍କୁ ପାର କରିଦେଲା । ୧୦ ତାରିଖ ଅକ୍ତୁବର ଦିନ ସେମାନେ କଟକରେ ପ୍ରବଷ୍ଟ ହେଲେ; ନାଗରିକମାନେ ଭୟରେ ଟାଙ୍ଗିପର୍ଯ୍ୟନ୍ତ ପଳାଇଲେ । କଟକ ନଗର ବିନା ଯୁଦ୍ଧରେ ଇଂରାଜଙ୍କର ହସ୍ତଗତ ହେଲା । ୧୩ ତାରିଖ ଅକ୍ତୁବରରେ ବାରବାଟୀ ଦୁର୍ଗକୁ ଇଂରାଜମାନେ ଅବରୋଧ କଲେ । ଦୁର୍ଗାଧିବାସିମାନେ ଅଳ୍ପକ୍ଷଣ ସକାଶେ ଦୁର୍ଗା ରକ୍ଷା କରିଥିଲେ । ଅବଶେଷରେ ଦୁର୍ଗ ମଧ୍ୟଗତ ତୋପମାନ ନିସ୍ତବ୍‌ଧ ହେଲା । ତେତେବେଳେ ଦୁର୍ଗର ଚତୁର୍ଦିଗ ସୁଦୃଢ଼ ପ୍ରସ୍ତରଗଠିତ ପ୍ରାଚୀରଦ୍ୱାର ଆବୃତ ଥିଲା । ଜଳପରିପୂର୍ଣ୍ଣ ପୟଃପ୍ରଣାଳୀ ମେଖଳା ପରି ଦୁର୍ଗର ଚତୁର୍ଦ୍ଦିଗକୁ ବେଷ୍ଟନ କରିଥିଲା । କେବଳ ଗୋଟିଏ କ୍ଷୁଦ୍ର ସେତୁ ଦୁର୍ଗଦ୍ୱାରରେ ଶୋଭମାନ ଥିଲା । ଅନନ୍ତର ଇଂରାଜ ସୈନ୍ୟ କିଲ୍ଲା ମଧ୍ୟରେ ପ୍ରବେଶ କଲେ ଓ ଦୁର୍ଗ ଅଧିକୃତ ହେଲା । ବାଲେଶ୍ୱର ନଗର ମଧ୍ୟ ୨୧ ତାରିଖ ସେପ୍ଟେମ୍ବର ଦିନଠାରୁ ମରହଟ୍ଟାଙ୍କ ହସ୍ତରୁ ଇଂରାଜଙ୍କର ହସ୍ତଗତ ହୋଇଥିଲା । ମେଦିନୀପୁର ଅଞ୍ଚଳରୁ ଇଂରାଜଙ୍କ ସୈନ୍ୟଚୟ ଆସି ବାଲେଶ୍ୱର ଅଧିକାର କରିଥିଲେ । ଏହିରୂପେ ଅଳ୍ପାୟାସରେ ସମସ୍ତ ଓଡ଼ିଶା ମାସକ ମଧ୍ୟରେ ଇଂରାଜଙ୍କର ଅଧିକାରଭୁକ୍ତ ହେଲା । ଇତ୍ୟବସରରେ କୁଜଙ୍ଗର ରାଜା ଖୋର୍ଦ୍ଧା ଓ କନିକା ରାଜାଙ୍କ ସଙ୍ଗେ କ୍ଷୁଦ୍ର ପତଙ୍ଗପ୍ରାୟ ଇଂରାଜଙ୍କ ବିରୁଦ୍ଧରେ ଷଡ୍‌ଯନ୍ତ୍ର କରୁଥିଲେ । କର୍ଣ୍ଣେଲ ହାର୍କୋର୍ଟ ସେ ବିଷୟ ଅବଗତ ହୋଇ ସସୈନ୍ୟରେ ପଟାମୁଣ୍ଡାଇ ବାଟେ କୁଜଙ୍ଗ ପ୍ରତି ଚଢ଼ାଉ କଲେ । କୁଜଙ୍ଗରାଜା ପଳାଇଗଲେ । ତାଙ୍କର ଜ୍ୟେଷ୍ଠ ଭ୍ରାତା