ପୃଷ୍ଠା:Odishara Itihas.pdf/୧୬୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୩୯
ଅଷ୍ଟମ ଅଧ୍ୟାୟ ।

କେନ୍ଦୁଝର, ନୀଳଗିରି, ଢ଼େଙ୍କାନାଳ, ବାଙ୍କୀ, ନରସିଂହପୁର, ଅନୂଗୁଳ, ତାଳଚେର, ଆଠଗଡ଼, ଖଣ୍ଡପଡ଼ା, ନୟାଗଡ଼, ରଣପୁର, ହିନ୍ଦୋଳ, ତିଗିରିଆ ଓ ବଡ଼ାମ୍ୱା ରାଜାଙ୍କୁ କିଛି କିଛି ଲଘୁ କର ଦେବାକୁ ସ୍ୱୀକୃତ କରାଇ ପୂର୍ବକରୁ ଆପେ ଆପେ ଶାନ୍ତିରକ୍ଷା ଓ ବିଚାର କାର୍ଯ୍ୟ ନିର୍ବାହ, କରିବାର କ୍ଷମତା ଦେଇ ଏକରାରନାମା ଲେଖାଇ ନେଲେ । ମୟୁରଭଞ୍ଜ ରାଜା ପ୍ରଥମେ ଏକରାରନାମା ଦେଇ ନ ଥିଲେ; କିନ୍ତୁ କିଛିକାଳ ଉତ୍ତାରୁ ୧୮୨୯ ଖ୍ରୀଷ୍ଟାବ୍ଦରେ ତାଙ୍କ ସଙ୍ଗେ ଇଂରାଜଙ୍କର ଉଲ୍ଲିଖିତ ନିୟମରେ କରାରନାମା ହେଲା । ପୂର୍ବେ ୧୮୦୪ ମସିହାର ଚୁକ୍ତି ଅନୁସାରେ ବଉଦ ଓ ଆଠମଲିକ ଏକ ରାଜାଙ୍କଦ୍ୱାରା ଶାସିତ ହେଉଥିଲା । ଅନନ୍ତର ୧୮୧୯ ମସିହାରେ ବୌଦ ରାଜ-ପରିବାରଙ୍କ ମଧ୍ୟରେ ଉକ୍ତ ରାଜ୍ୟଦ୍ୱୟ ବଣ୍ଟିତ ହୋଇ ବୌଦ ଓ ଆଠମଲିକ ଦୁଇ ଭିନ୍ନ ରାଜାଙ୍କ ଅଧୀନରେ ସ୍ଥାପିତ ହେଲା । ସେହି ଖିଷ୍ଟାବ୍ଦରେ ବୌଦ ଓ ଆଠମଲିକର ନୂତନ ରାଜାଦ୍ୱୟ କିଛି କିଛି ପେସ୍କସ୍ ଦେବାର ଅଙ୍ଗୀକାର କରି ପୃଥକ୍ ପୃଥକ୍ ଏକରାରନାମା ଲେଖିଦେଲେ; କିନ୍ତୁ ସେମାନଙ୍କ ସଙ୍ଗେ ପେସ୍‌‌କସ୍‌ର ଚିରସ୍ଥାୟୀ - ବନ୍ଦୋବସ୍ତ


ତାହା "କବୁଲିୟତ୍" ବୋଲି ଉଲ୍ଲିଖିତ ହୋଇଅଛି । କଳକଳା ଦର୍ପଣର ଅଙ୍ଗୀଭୂତ ଥିଲା; ୧୮୦୫ ସାଲରୁ ପୃଥକ୍ ହୋଇ ସ୍ୱତନ୍ତ୍ରଭାବରେ-ସ୍ୱକୀୟ ଜମା ବୁଝାଉଅଛି । ଆଳୀ, କନିକା, କୁଜଙ୍ଗ, ହରିଶପୁର, ପଟିଆ ଓ ବିଶନପୁରର କିଲ୍ଲାଦାରଙ୍କଠାରୁ ଗଡ଼ଜାତ ରାଜାଙ୍କ ପରି ଏକରାରନାମା ନିଆଯାଇଅଛି ଓ ସେଥିରେ ଆଳୀ, କନିକା, ପଟିଆ ଏବଂ କୁଜଙ୍ଗାଧିପତିମାନେ ରାଜାରୂପେ ଉଲ୍ଲିଖିତ ହୋଇଅଛନ୍ତି । ସନ ୧୮୦୫ ମସିହାର ୧୨ ଆଇନରେ ଉମ୍ପଡ଼ା ଓ ଛେଦ୍ରା କିଲ୍ଲାର ନାମ ନାହିଁ । ଇଂରାଜମାନେ ଆସିବା ସମୟରେ ଡ଼ମ୍ପଡ଼ା ରାଜା ଅପ୍ରାପ୍ତବୟସ୍କ ଥିଲେ । ସୁତରାଂ ହୁଏ ତ ଧାରାମତେ ପେସ୍କସ୍ ବନ୍ଦୋବସ୍ତ ହୋଇ ୧୨ ଆଇନରେ ନାମ ଚଢ଼ି ନ ଥିବ । ଜମ୍ପଡ଼ାର ଯେଉଁ ପ୍ରେସ୍କସ୍ ଧାର୍ଯ୍ୟ ଥିଲା, କମିଶନର ରିଚାର୍ଡ଼ସନ୍ ସାହେବ ମଧ୍ୟରେ ତାହା ବୃଦ୍ଧି କରିଥିଲେ । ସନ ୧୮୨୯ ମସିହା ୭ ତାରିଖ ଅପ୍ରେଲ ମାସରେ ବୋର୍ଡଙ୍କ ଜଣାଇବା ଅନୁସାରେ ଗବର୍ଣ୍ଣର ଜେନରଲ ପୂର୍ବ ଜମା ଚିରଧାର୍ଯ୍ୟ କଲେ ଏବଂ ଅନ୍ୟାନ୍ୟ ରାଜାଙ୍କଠାରୁ ଯେପରି ଏକରାରନାମା ନୀତ ହୋଇଥିଲା, ସେହିପରି ଏକରାରନାମା ନେଲେ ଓ ସେଥିରେ ସେ ରାଜାରୂପେ ଉଲ୍ଲିଖିତ ହେଲେ । ପଟିଆ ପୂର୍ବ ପରି ନିଷ୍କର ରହିଲା । ଛେଦ୍ରା ସଙ୍ଗେ ଚିରସ୍ଥାୟୀ ଜମା ବନ୍ଦୋବସ୍ତ ହୋଇଥିଲା । ମରିଚପୁରର ନାମ ୧୨ ଆଇନଭୁକ୍ତ ଅଛି; କିନ୍ତୁ ପାରିକୁଦର ନାମ ନାହିଁ । ବର୍ତ୍ତମାନ ଦର୍ପଣ, କୁଜଙ୍ଗ, ହରିଶପୁର, ମରିଚପୁର, ବିଶନପୁର ଓ ଛେଦ୍ରା କିଲ୍ଲାମାନ ହସ୍ତାନ୍ତରିତ ହୋଇଅଛି ।