ପୃଷ୍ଠା:Odishara Itihas.pdf/୧୬୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୪୧
ସପ୍ତମ ଅଧ୍ୟାୟ ।

ସକାଶେ ଜଗବନ୍ଧୁ ବିଦ୍ୟାଧରଙ୍କ ସଙ୍ଗେ ସ୍ଥିର କରିଥିଲେ । ପୁଣି ୧୮୦୫-୬ ମସିହାରେ ଯେଉଁ ତ୍ରିସାଲା ବନ୍ଦୋବସ୍ତ ହୋଇଥିଲା, ସେଥିରେ ସୁଦ୍ଧା ଜଗବନ୍ଧି, ଇଂରାଜଙ୍କ ସଙ୍ଗେ ରୋଡ଼ଙ୍ଗ କିଲ୍ଲା ସକାଶେ ବନ୍ଦୋବସ୍ତରେ ପ୍ରବୃତ୍ତ ହୋଇଥିଲେ । କୃଷ୍ଣଚନ୍ଦ୍ର ସିଂହ ନାମକ ଜଣେ ବଙ୍ଗାଳୀ ପ୍ରଥମ କଲେକ୍‌ଟରଙ୍କର ଦେବାନ ଥିଲେ । ଓଏବ ସାହେବ କଲେକ୍ଟର ହେବାରୁ ସେ ଉକ୍ତ କର୍ମ ତ୍ୟାଗ କରି କଟକରେ ଆସି ବାସ କଲେ । ଗୌରହରି ସିଂହ ନାମକ ତାଙ୍କର ଏକ ଭ୍ରାତା ଖୋର୍ଦ୍ଧାରାଜାଙ୍କଠାରୁ ମରହଟ୍ଟାଏ ନେଇଥିବା କେତେକ ଖାସମହାଲର ତହସିଲଦାର ଥିଲେ । ଉକ୍ତ ଖାସମହାଲମାନଙ୍କରେ ଅଧିକାରୀ ନିଯୁକ୍ତ କରିବାପାଇଁ ଇଂରାଜମାନେ ମନସ୍ଥ କଲେ । ଭୂତପୂର୍ବ ଦେବାନ କୃଷ୍ଣଚନ୍ଦ୍ର ସିଂହ ସେ ସବୁ ପ୍ରଗନ୍ନା ମଧ୍ୟରୁ ରାହାଙ୍ଗ ପ୍ରଗନ୍ନାକୁ ଲକ୍ଷ୍ମୀନାରାୟଣ ନାମକ ଜଣକ ନାମରେ ୧୮୨୯ ଖ୍ରୀଷ୍ଟାବ୍ଦରେ ବନ୍ଦୋବସ୍ତ କରାଇ ନେଲେ । ସେଥି ମଧ୍ୟରେ ଏକ ଅପୂର୍ବ ମାମଲତକାରୀ କୌଶଳ ଚାଳିତ ହୋଇଥିଲା । ଜଗବନ୍ଧୁଙ୍କୁ ବେଦଖଲ କରି ରୋଡ଼ଙ୍ଗ ଓ ରାହାଙ୍ଗ ପ୍ରଗନ୍ନାଦିର ଜମିଦାରୀ ଲାଭାର୍ଥ କୃଷ୍ଣଚନ୍ଦ୍ର ବହୁକାଳରୁ ପାଞ୍ଚିଥିଲେ । ତାଙ୍କ ପରାମର୍ଶରେ ଜଗବନ୍ଧୁ ରୋଡ଼ଙ୍ଗ କିଲ୍ଲାର ରାଜସ୍ୱ କଲେକ୍ଟରଙ୍କଠାରେ ନ ପଟାଇ ତ‌ହସିଲଦାର ଗୌରହରିଙ୍କଠାରେ ପଟାଉଥିଲେ । ଗୌରହରି ରୋଡ଼ଙ୍ଗର ରାଜସ୍ୱକୁ ଭିନ୍ନ ହିସାବରେ ନ ଲେଖାଇ ରାହାଙ୍ଗ ଓଗେର ପ୍ରଗନ୍ନାର ରାଜସ୍ୱ ତଳେ ଲେଖାଇଥିଲେ । ସୁତରାଂ ରାହାଙ୍ଗ ଜମିଦାରୀର ସ୍ୱତ୍ୱ ସଙ୍ଗେ ସଙ୍ଗେ ରୋଡ଼ଙ୍ଗର ସ୍ୱତ୍ୱ ସ୍ୟୂତ ହୋଇଥିଲା, ଲକ୍ଷ୍ମୀନାରାୟଣ ୧୮୦୯ ମସିହାରେ ରାହାଙ୍ଗ ଓଗେର ପ୍ରଗନ୍ନାର ସ୍ୱତ୍ୱ ଲାଭ କରିଥିଲେ; କିନ୍ତୁ ତହିଁ ଆର ବର୍ଷ ସେ ସ୍ୱତ୍ୱ ବିକ୍ରୀତ ହେବାର ବିଜ୍ଞାପନ ପ୍ରଚାରିତ ହେଲା; ସ୍ୱୟଂ କୃଷ୍ଣଚନ୍ଦ୍ର ଆପଣା ନାମରେ ତାହା କ୍ରୟ କଲେ । ତଦନନ୍ତର ସେ ଜଗବନ୍ଧୁଙ୍କଠାରୁ ରୋଡ଼ଙ୍ଗର ଦଖଲ ଲାଭ କରିବାକୁ ଚେଷ୍ଟା ପାଇଲେ; ଜଗବନ୍ଧୁ ତାହା ଦିଆଇ ଦେଲେ ନାହିଁ । ଅବଶେଷରେ କ‌ଳହ ଉପସ୍ଥିତ ହେଲା । କୃଷ୍ଣଚନ୍ଦ୍ର ଓ ଜଗବନ୍ଧୁ ବନ୍ଦୋବସ୍ତ କମିଶନର ବୁଲର ସାହେବଙ୍କୁ ସମସ୍ତ ବିଷୟ ଜଣାଇଲେ । ଇତି ମଧ୍ୟରେ ଜଗବନ୍ଧୁ ଓ ତାଙ୍କ ଖୁଡ଼ୁତାପୁଅ ଭାଇଙ୍କ ସଙ୍ଗେ ରୋଡ଼ଙ୍ଗ କିଲ୍ଲା ଜମିଦାରୀ ଦଶପଣ ଛପଣରେ ବଣ୍ଟିତ ହେବାର ଏକ ନିଷ୍ପତ୍ତି ହୋଇଥିଲା । କୃଷ୍ଣଚନ୍ଦ୍ର ମଧ୍ୟ ରୋଡ଼ଙ୍ଗ ରାହାଙ୍ଗର ଏକ ଅଂଶ ବୋଲି ସେଥିର ବନ୍ଦୋବସ୍ତରେ ସ୍ୱାକ୍ଷର କରିବାକୁ ଉଦ୍ୟତ ହେଲେ । ଜଗବନ୍ଧୁ ସେଥିରେ ଆପତ୍ତି ଉତ୍ଥାପନ କରି ଆବେଦନ କଲାରୁ, ରାହାଙ୍ଗ ଓ ରୋଡ଼ଙ୍ଗ ଦୁଇ ଭିନ୍ନ ଭିନ୍ନ ମାହାଲ ଥିବା ସତ୍ତ୍ୱେ ସେମାନ ବିଭିନ୍ନ ରହିବାର ଆଦେଶ ହେଲା । କିନ୍ତୁ ଜଗବନ୍ଧୁ ରୋଡ଼ଙ୍ଗ କିଲ୍ଲାର ମୂଳ