ପୃଷ୍ଠା:Odishara Itihas.pdf/୧୬୬

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୪୪
ଓଡ଼ିଶାର ଇତିହାସ ।

ପରମଗୁରୁ ଓ ପାଟଯୋଷୀ ଦ୍ୱୀପାନ୍ତରିତ ହେଲେ । ୧୮୧୭ ମସିହାର ଜୁନ ମାସରେ କରୁଣାକର ସରଦାର ନାମକ ଜଣେ ଗୋପ ଥାନାରୁ କର୍ମଚାରୀ ଓ ବରକନ୍ଦାଜଙ୍କୁ ତଡ଼ିଦେଇ ଥାନାଘରେ ନିଆଁ ଲଗାଇ ଦେଲା । ବରକନ୍ଦାଜମାନେ ମୁଣ୍ଡରେ ହାତ ଦେଇ ଦୁଃଖିତମନା ହୋଇ ପିପିଲିଠାରେ ଇଂରାଜ ସୈନିକପୁରୁଷଙ୍କୁ ସମସ୍ତ ବିଷୟ ଜଣାଇଲେ । ତଦନନ୍ତର ସେଠାରୁ ଜଣେ କର୍ମଚାରୀ ୮୦ ଜଣ ସିପାହୀ ଘେନି ଗୋପଠାରେ ଉପସ୍ଥିତ ହେଲେ । କିନ୍ତୁ ସେଠାରେ ଶତ୍ରୁଙ୍କର କୌଣସି ନିଦର୍ଶନ ପାଇଲେ ନାହିଁ ।

ଅବଶେଷରେ ସେହି ଅକ୍ତୁବର ମାସ ସରିକି ମୋଗଲବନ୍ଦୀ ଅଞ୍ଚଳରେ ଏକପ୍ରକାର ଶାନ୍ତି ବିସ୍ତାରିତ ହେଲା । ଖୋର୍ଦ୍ଧାରେ ପାଇକଙ୍କର ଆଉ ବିଦ୍ରୋହ ନ ଘଟିଲେ ସୁଦ୍ଧା ସେମାନଙ୍କର ଅତ୍ୟାଚାର କିଛିକାଳ ପର୍ଯ୍ୟନ୍ତ ସ୍ଥକିତ ହୋଇ ନ ଥିଲା । ଅନନ୍ତର ୧୮୨୬ ମସିହା ପର୍ଯ୍ୟନ୍ତ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଯୁଦ୍ଧସୈନିକ ପୁରୁଷମାନେ ସ୍ଥାପିତ ହୋଇଥିଲେ । ତହିଁଉତ୍ତାରୁ କଟକରେ ସମବେତ ହୋଇ ରହି ଆଜିପର୍ଯ୍ୟନ୍ତ ସ୍ଥିତ ହୋଇଅଛନ୍ତି ।

ଅନାଦାୟ ଓଡ଼ିଶା ରାଜସ୍ୱ – ୧୮୧୭-୧୮ ମସିହା ପର୍ଯ୍ୟନ୍ତ ଟ୧୨୨୨୭୪୮ ଙ୍କା ସରିକି ଭୂମି ରାଜସ୍ୱ ଓଡ଼ିଶାରେ ଅନାଦାୟ ପଡ଼ିଥିଲା । ଖୋର୍ଦ୍ଧା ଦିଦ୍ରୋହରେ ଇଂରାଜଙ୍କର ରାଜ୍ୟ ଲୁପ୍ତ ହେବ ବୋଲି ଭୁମ୍ୟଧିକାରିମାନେ ବାକୀ ଖଜଣା ପଟାଇବାର ଓ ଚଳିତବର୍ଷର ଖଜଣା ନିୟମିତରୂପେ ଦେବାର ସ୍ଥକିତ କରିଥିଲେ । ୧୮୧୭-୧୮ ମସିହାର ପୁରା ଖଜଣା ଏକାବେଳକେ ପଟାଇଲେ । ୧୮୧୬-୧୭ ମସିହାର ତିନିପଣ ଓ ବକୟା ସମସ୍ତ ରାଜସ୍ୱ ଛାଡ଼ ଦିଆଯିବ ବୋଲି ବିଜ୍ଞାପନୀ ପ୍ରଚାରିତ ହେବାରୁ ଅନେକ ଟଙ୍କା ଆଦାୟ ହେଲା । ଗବର୍ଣ୍ଣର ଜେନରଲଙ୍କ ସମ୍ମତିକ୍ରମେ ସାର୍ଦ୍ଧ ଅଷ୍ଟଲକ୍ଷ ଟଙ୍କା ଆଦାୟର ଅଯୋଗ୍ୟ ବୋଲି ଖାରଜ ଦିଆ ହୋଇଥିଲା ।

ଗବର୍ଣ୍ଣର ଜେନେରଲ—ମାର୍କୁଇସ୍ ଅଫ୍ ଓଏଲେସଲିଙ୍କ ଶାସନ ସମୟରେ ଓଡିଶା ଇଂରାଜରାଜ୍ୟଭୁକ୍ତ ହୋଇଥିଲା । ୧୮୦୫ ମସିହାରେ ସେ ବିଲାତକୁ ପ୍ରତ୍ୟାବର୍ତ୍ତିତି ହେଲେ । ଲର୍ଡ କର୍ଣ୍ଣଓଆଲିସ୍ ଦ୍ୱିତୀୟଥର ଗବର୍ଣ୍ଣର ନିଯୁକ୍ତ ହୋଇ ଭାରତରେ ପ୍ରାଣତ୍ୟାଗ କଲେ । ତାଙ୍କର ଉତ୍ତରାଧିକାରୀ ବାର୍ଲୋ ସାହେବ (୧୮୦୫ - ୧୮୦୭) ଦୁଇବର୍ଷ ରାଜ୍ୟଶାସନ କଲେ । ତଦନନ୍ତର ମିଣ୍ଟୋ ସାହେବ ଗବର୍ଣ୍ଣର ହେଲେ । ତାଙ୍କ ଶାସନ ସମୟରେ ଖ୍ରୀଷ୍ଟିୟାନ ଧର୍ମପ୍ରଚାରକମାନେ ଧର୍ମ ପ୍ରଚାରର ଆଜ୍ଞା ବିଲାତରେ ଲାଭ କଲେ ଓ ସାଧାରଣ ବିଦ୍ୟାଶିକ୍ଷା ନିମନ୍ତେ ଲକ୍ଷେ ଟଙ୍କା ସରକାରୀ ରାଜସ୍ୱରୁ ନିଯୋଜିତ ହେଲା । ତଦନନ୍ତର ଲର୍ଡ ମୟର (୧୮୧୩