ପୃଷ୍ଠା:Odishara Itihas.pdf/୧୬୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୪୫
ଅଷ୍ଟମ ଅଧ୍ୟାୟ ।

-୧୮୨୩ ) ଗବର୍ଣ୍ଣର ପଦ ଧାରଣ କଲେ । ତାଙ୍କ ଉତ୍ତାରୁ ଲର୍ଡ଼ ଆମହର୍ଷ୍ଟ ଗବର୍ଣ୍ଣର ନିଯୁକ୍ତ ହୋଇ ଭାରତରୁ ଆସିଲେ (୧୮୨୩-୧୮୨୮) ।

ଓଡ଼ିଶାରେ କମିଶନରୀ ପଦର ସୃଷ୍ଟି ଓ ଶାସନର କେତେକ ପରିବର୍ତ୍ତନ ଖୋର୍ଦ୍ଧା ବିଦ୍ରୋହ ଉତ୍ତାରୁ ୧୮୧୮ ଖ୍ରୀଷ୍ଟାବ୍ଦରେ ଓଡିଶାରେ ପ୍ରଥମ ହୋଇ କମିଶନରୀ ପଦର ସୃଷ୍ଟି ହେଲା । ସେହି ବର୍ଷ ୨୩ ତାରିଖ ମାର୍ଚ୍ଚରେ ରବର୍ଟ କର ସାହେବ ଓଡ଼ିଶାର ପ୍ରଥମ କମିଶନର ନିଯୁକ୍ତ ହେଲେ । ତାଙ୍କ ଉତ୍ତାରୁ ବ୍ଳଣ୍ଟ ସାହେବ ୧୯ ତାରିଖ ନବେମ୍ବର ୧୮୧୯ ମସିହାରୁ ୧୮୨୮ ମସିହା ପର୍ଯ୍ୟନ୍ତ ଓଡ଼ିଶାର କମିଶନରସ୍ୱରୂପ କାର୍ଯ୍ୟ କଲେ ।

୧୮୧୫ -୧୮୧୭ ମସିହା ମଧ୍ୟରେ ଜଣେ ଜଏଣ୍ଟ ମେଜଷ୍ଟର ବାଲେଶ୍ୱରରେ କାର୍ଯ୍ୟ କରୁଥିଲେ । ପୁଣି ୧୮୨୦ ମସିହା ପର୍ଯ୍ୟନ୍ତ ମାଜିଷ୍ଟ୍ରେଟଙ୍କ ଅଧୀନ ବାଲେଶ୍ୱରରେ ଜଣେ ଆସିଷ୍ଟାଣ୍ଟ ମେଜଷ୍ଟର ମଧ୍ୟ ଥିଲେ । ୧୮୧୩ ରୁ ୧୮୧୯ ମସିହା ପର୍ଯ୍ୟନ୍ତ ଉଇଲକିନ୍‌ସନ୍ ସାହେବ ପୁରୀର ଆସିଷ୍ଟାଣ୍ଟ ଓ ତଦନନ୍ତର ଖୋର୍ଦ୍ଧା ଜଏଣ୍ଡ ମେଜଷ୍ଟର ଓ ଅବଶେଷରେ ୧୮୨୨ ମସିହାରେ ଉଇଲକିନ୍‌ସନ୍ ସାହେବ କଟକ ଓ ଖୋର୍ଦ୍ଧାର କଲେକ୍ଟର ନିଯୁକ୍ତ ହୋଇ ବାଲେଶ୍ୱର ଓ ଭଦ୍ରଖର କଲେକ୍ଟରର ଭାର ରିକେଟ ସାହେବଙ୍କ ହସ୍ତରେ ଅର୍ପିତ ହେଲା । ଏହି ବନ୍ଦୋବସ୍ତ ୧୮୨୮ ମସିହା ପର୍ଯ୍ୟନ୍ତ ଚଳିଲା । ବୈତରଣୀ ନ‌ଦୀ ଓଡିଶାର ଉତ୍ତର ଓ ଦକ୍ଷିଣର ମଧ୍ୟବର୍ତ୍ତୀ ସୀମା ନିର୍ଦ୍ଦେଶ କରୁଥିଲେ । ୧୮୨୮ ମସିହା ପର୍ଯ୍ୟନ୍ତ ଜଜମାନେ ମେଜଷ୍ଟର ଉପାଧି ସୁଦ୍ଧା ଧାରଣ କରୁଥିଲେ ।

ଓଡ଼ିଶା ଜରୀପ ଓ ବନ୍ଦୋବସ୍ତ-୧୮୧୮ ମସିହାରେ ଓଡ଼ିଶାର ପ୍ରଥମ ଇଂରାଜ ଜରୀପର ସୂତ୍ରପାତ ହେଲା । ସେଥର ବକ୍‌ଷ୍ଟନ ସାହେବଙ୍କ ହସ୍ତରେ ଜରୀପର ଭାର ଥାଇ କଟକ ଜିଲା ମପା ହୋଇଥିଲା । ୧୮୨୦ ମସିହାରେ ପୁରୀ ଜିଲା ମପା ହେବାର ଆରମ୍ଭ ହେଲା ।

୧୮୧୮ ମସିହାରେ ୧୩ ଆଇନ ଅନୁସାରେ ପୁଣି ଓଡିଶା ତିନି ବର୍ଷ ସକାଶେ ବନ୍ଦୋବସ୍ତ ହୋଇଥିଲା । ପୁଣି ୧୮୧୭ ମସିହାର ୭ ଆଇନ ଅନୁସାରେ ପାଞ୍ଚ ବର୍ଷ ସକାଶେ (ଅର୍ଥାତ୍ ୧୮୨୮ ମସିହା ପର୍ଯ୍ୟନ୍ତ) ଓଡ଼ିଶା ବନ୍ଦୋବସ୍ତ ହୋଇଥିଲା । ଏହି ଦୁଇ ବନ୍ଦୋବସ୍ତରେ ଭୂମି ରାଜସ୍ୱ ପୂର୍ବାପେକ୍ଷା କିଛି ଊଣା ହୋଇଥିବାର ପ୍ରତୀୟମାନ ହୁଅଇ ।

ଓଡ଼ିଆ ଭୂମ୍ୟଧିକାରିଙ୍କର ସଂଖ୍ୟା ହ୍ରାସ—ଅନେକ କିଲାଜାତର ରାଜାଏ ଓ