ପୃଷ୍ଠା:Odishara Itihas.pdf/୧୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୪୯
ସପ୍ତମ ଅଧ୍ୟାୟ ।

କମିଶନରମାନଙ୍କୁ ଗଡ଼ଜାତସମୂହର ସୁପରିଣ୍ଟେଣ୍ଡେଣ୍ଟ ଅର୍ଥାତ୍ ତ‌ତ୍ତ୍ୱାବଧାରକର କାର୍ଯ୍ୟ ସୁଦ୍ଧା ଚଲାଇବାକୁ ହେଉଥିଲ । ୧୮୨୮ ମସିହାରୁ ୧୮୭୮ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ତେର ଜଣ କମିଶନର ନିଯୁକ୍ତ ହୋଇ କାର୍ଯ୍ୟ କରିଅଛନ୍ତି ।

ସେମାନଙ୍କ ମଧ୍ୟରୁ ମିଲ୍‌ସ ସାହେବ ଜମିଦାରମାନଙ୍କୁ ସଙ୍ଗେ ୧୮୩୬/୩୭ ମସିହାର ବନ୍ଦୋବସ୍ତକୁ ୩୦ ବର୍ଷ ସକାଣେ ସ୍ଥିର କରାଇ ପ୍ରତିପତ୍ତି ଲାଭ କରିଥିଲେ । କଟକର ଇଂରାଜୀ ସ୍କୁଲ ପ୍ରଥମ ତାହାଙ୍କଦ୍ୱାରା ସ୍ଥାପିତ ହୋଇଥିଲା । ବାଙ୍କୀର ରାଜା ଅତ୍ୟନ୍ତ ଅତ୍ୟାଚାର କରି ଜଣେ ବ୍ରାହ୍ମଣର ପରିବାରକୁ ସମୂଳେ ନଷ୍ଟ କରିଥିବାରୁ ସେ କାରାରୁଦ୍ଧ ହୋଇ ମିଲ୍‌ସଙ୍କ ସମୟରେ ବାଙ୍କୀ ଖାସ ହୋଇଥିଲା (୧୮୪୦) । ବର୍ତ୍ତମାନ ବାଙ୍କି ଜଣେ ତହସିଲଦାରଙ୍କର ତ‌ତ୍ତ୍ୱାବଧାରଣରେ ଇଂରାଜ ଶାସନ ଭୋଗ କରୁଅଛି । ଗୋଲ୍‌ଡ଼ସ୍‌ବରୀ ସାହେବଙ୍କ ସମ‌ୟରେ ଅନୂଗୁଳ ରାଜା ଗବର୍ଣ୍ଣମେଣ୍ଟଙ୍କ ବିରୁଦ୍ଧରେ ବିଦ୍ରୋହାଚରଣ କରିବାରୁ ୧୮୪୭ ମସିହାରେ ଗବର୍ଣ୍ଣମେଣ୍ଟଙ୍କଦ୍ୱାରା ଖାସ ହୋଇ ଆଜି ପର୍ଯ୍ୟନ୍ତ ବାଙ୍କି ପରି ଜଣେ ତହସିଲଦାରଙ୍କର ଶାସନ ଓ ତ‌‌ତ୍ତ୍ୱାବଧାରଣରେ ରହିଅଛି । ବୌଦର ଅନ୍ତର୍ଗତ କନ୍ଦମାଳର କନ୍ଧମାନେ ହଳଦୀ କିଆରୀରେ ମେରିୟା ନାମକ ନରବଳୀ ପ୍ରଦାନ କରୁଥିଲେ । ମିଲ୍‌ସ ସାହେବଙ୍କ ସମୟରେ ଉକ୍ତ ନୃଶଂସ ପ୍ରଥା ରହିତ କରିବାର ଚେଷ୍ଟାର ସୂତ୍ରପାତ ହୋଇ ଅବଶେଷରେ ଇଂରାଜ ପକ୍ଷରୁ ଜଣେ ଏଜେଣ୍ଟ ବୌଦଠାରେ ରହିବାର ଗବର୍ଣ୍ଣମେଣ୍ଟ ପ୍ରସ୍ତାବ କଲାରୁ ବୌଦରାଜା କନ୍ଦମାଳକୁ ଇଚ୍ଛାପୂର୍ବକ ସ୍ୱତନ୍ତ୍ର ଶାସନାର୍ଥ ଇଂରାଜଙ୍କ ହସ୍ତରେ ଅର୍ପଣ କଲେ । ଗୋଲ୍‌ଡ଼ସ‌ବରୀ ସାହେବଙ୍କ ସମୟରେ କନ୍ଦମଳ ଶାସନର ବିଷୟ ଏକପ୍ରକାର ସ୍ଥିର ହେଲା । ରିକେଟ୍‌ସ ସାହେବ ପ୍ରଥମେ ବାଲେଶ୍ୱରର କଲେକ୍‌ଟର ଥିଲେ । ସେଠାରେ ପ୍ରଜାମାନଙ୍କ ସୁଖରେ ସୁଖୀ ଓ ଦୁଃଖରେ ଦୁଃଖୀ ହୋଇ ଲୋକଙ୍କର ବିଶେଷ ଅନୁରାଗଭାଜନ ହୋଇଥିଲେ । ୧୮୩୬ ଖ୍ରୀଷ୍ଟାବ୍ଦରେ ବାଲେଶ୍ୱରରେ ଯେଉଁ


ଟି ଯେକେନହାମ୍ ୩ ଜାନୁଏରୀ ୧୮୨୮ ଲ ଏ ସାମୁଏଲ ୨୫ ମେ ୧୮୫୪
ବି ଷ୍ଟକୁଏଲ ଅପ୍ରେଲ ୧୮୨୯ ଜ ଏଫ୍ କୋବରନ୍ ୫ ଅଗଷ୍ଟ ୧୮୫୬
ଆର, ହଣ୍ଟର ୨୬ ନଭେମ୍ବର ୧୮୩୨ ଇ ଟି ଟ୍ରେଭର ୩୧ ଅଗଷ୍ଟ ୧୮୬୦
ଜେ, ମାଷ୍ଟର୍ସ ୧ ଫିବୃଏରୀ ୧୮୩୪ ଆର୍, ଏନ୍ ସୋର ୨୧ ଜୁନ ୧୮୬୧
ଏଚ୍, ରିକେଟ୍‌ସ ୨୩ ଜୁଲାଇ ୧୮୩୩ ଟି, ଇ, ରେଭନ୍‌ସା ୨୪ ଜୁନ ୧୮୭୫
ଏ, ଯେ, ଏମ, ମିଲସ ଏ ଡ଼ିସମ୍ବର ୧୮୩୮ ଢ଼ବଲିର, ମଲୋନୀ (ଏକଟିଂ) ୧୩ ଅପ୍ରେଲ ୧୮୬୯
ଏଫ୍, ଗୋଲଉସ୍‌ବରୀ ୩୦ ଜାନୁଏରୀ ୧୮୪୭ ଟି, ଇ, ରେଭନ୍‌ସା ୬ ମେ ୧୮୭୨