ପୃଷ୍ଠା:Odishara Itihas.pdf/୧୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫୧
ଅଷ୍ଟମ ଅଧ୍ୟାୟ ।

ମସିହାରେ ହାଇ ସ୍କୁଲରୂପେ ପରିବର୍ତ୍ତିତ ହୋଇ ବର୍ତ୍ତମାନ କଲେଜରେ ପରିଣତ ହୋଇଅଛି । ଉତ୍କଳବାସିମାନେ ବିଦ୍ୟାଶିକ୍ଷା ଓ ସଭ୍ୟତାକୁ ଗତି ବିସ୍ତାର କରୁଅଛନ୍ତି । ଓଡ଼ିଶାରେ ବାଣିଜ୍ୟର ବିଶେଷ ଶ୍ରୀବୃଦ୍ଧି ହେଉଅଛି । ଲୋକେ ବ୍ୟବସାୟରେ କ୍ରମେ କ୍ରମେ ମନୋନିବେଶ କରୁଅଛନ୍ତି । ଗତ ସାତ ବର୍ଷ ମଧ୍ୟରେ ଯେତେ ଚାଉଳ ବିଦେଶକୁ ରପ୍ତାନୀ ହୋଇଅଛି, ପୂର୍ବେ କଦାପି ଏତେ ହୋଇ ନ ଥିଲା । ଓଡ଼ିଶାର ବନ୍ଦରମାନ ଓ ଯୋବରା, ନରାଜ, ବିରୂପା ବନ୍ଧତ୍ରୟ ଏବଂ କେନ୍ଦରାପଡ଼ା, ହାଇ ଲେଭଲ କେନାଲ ବାଣିଜ୍ୟଦୃଦ୍ଧି ପକ୍ଷରେ ମଧ୍ୟ ବିଶେଷ ଉପଯୋଗୀ ହୋଇଅଛି । ଦେଶୀୟ ସାମାଜିକ ରୀତିନୀତିରେ ଲୋକେ ଉନ୍ନତ ହେଉଅଛନ୍ତି । ରେଭନ‌ସା ସାହେବଙ୍କ ଶାସନ ସମୟରେ କେନ୍ଦୁଝରର ବିଦ୍ରୋହ ଛଡ଼ା ଅନ୍ୟ କୌଣସି ଗୋଳମାଳ ଦେଶରେ ଉଦିତ ହୋଇ ନାହିଁ । କନ୍ଦମାଳ ଯେଉଁଠାରେ କି ଏକ ସମୟରେ ନରବଳି ପ୍ରଦତ୍ତ ହେଉଥିଲା, ରେଭନ୍‌ସା ସାହେବଙ୍କ ଯତ୍ନରେ ସେହି କନ୍ଦମାଳ କେତେକ ପରିମାଣରେ ଉନ୍ନତ ହୋଇଅଛି । ସେଠା ଅସଭ୍ୟ ଲୋକେ ବର୍ତ୍ତମାନ କିଛି କିଛି କରି ଓଡ଼ିଆ ଶିକ୍ଷା କରୁଅଛନ୍ତି । ୧୮୬୬ ମସିହାରେ ମହାମାରୀ ଦୁର୍ଭିକ୍ଷ ସମ୍ବନ୍ଧରେ ରେଭନ୍‌ସା ସାହେବ ପ୍ରଥମ ଅବହେଳା ପ୍ରଦର୍ଶନ କରିଥିଲେ । ତାଙ୍କର ବିଶ୍ୱାସ ଜନ୍ମି ନ ଥିଲା ଯେ ଓଡ଼ିଶା ଦୁର୍ଭିକ୍ଷ ପ୍ରକାଣ୍ଡ ବେଶ ଧାରଣ କରିବ । ମଧ୍ୟ ସେତେତେବେଳକୁ ସେ ନୂଆ ହୋଇ ଏ ଦେଶକୁ ଆସିଥିଲେ । ଦେଶର ଅବସ୍ଥା ବିଶେଷ ଅବଗତ ହୋଇ ନ ଥିଲେ । ତାଙ୍କର ଆଂଶିକ ଭ୍ରମରେ ଦୁର୍ଭିକ୍ଷ ପ୍ରଥମେ ଅନେକ ଲୋକଙ୍କୁ ସ୍ୱକବଳଭୁକ୍ତ କରିଥିଲା, କିନ୍ତୁ ପଛକୁ ରେଭନ୍‌ସା ସାହେବ ଦୁର୍ଭିକ୍ଷର ପ୍ରକୃତ ଅବସ୍ଥା ଜାଣି ବିଶେଷ ଉପାୟମାନ ଅବଧାରଣ କରି ଦୁର୍ଭିକ୍ଷ ମୁଖରୁ ଅନେକ ଲୋକଙ୍କୁ ରକ୍ଷା କରିବାକୁ ସମର୍ଥ ହୋଇଥିଲେ । କିନ୍ତୁ ତାଙ୍କର ଦୁର୍ଭିକ୍ଷ ସମୟର କଳଙ୍କ ତାଙ୍କର କେତେକ ପରବର୍ତ୍ତୀ ସତ୍କାର୍ଯ୍ୟମାନଙ୍କଦ୍ୱାରା କ୍ଷାଳିତ ହୋଇଅଛି ।

ଦେଶର ଅବସ୍ଥା—ଇଂରାଜଙ୍କ ଶାସନରେ ଓଡ଼ିଶା ଉନ୍ନତିର ଅଭିମୁଖୀ ହୋଇଅଛି । ମରହଟ୍ଟା ଶାସନରେ ଲୋକେ ଦରିଦ୍ର, ମୁର୍ଖ ଓ ଦୁର୍ବଳ ହୋଇ ଉଠିଥିଲେ । ଇଂରାଜଙ୍କ ସଦ୍‌ବିବେଚକ ଓ ନ୍ୟାୟଯୁକ୍ତ ଶାସନରେ ଲୋକଙ୍କର ଅଜ୍ଞତା ଦିନ‌କୁଦନ ଅପସାରିତ ହେଉଅଛି, କୁସଂସ୍କାର କ୍ରମେ କ୍ରମେ ଯାଉଅଛି;


ମାତ୍ର ଯେଉଁପ୍ରକାର କଲେଜ ଏଠାରେ ହୋଇଅଛି, ସେପରି କଲେଜ ବାଞ୍ଛନୀୟ ନୁହଇ । ଏପରି ହେବା ଅପେକ୍ଷା ବରଞ୍ଚ ନୋହିଥିବାର ଶୁଭକରି ଥିଲା ।