ପୃଷ୍ଠା:Odishara Itihas.pdf/୧୭୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫୫
ଅଷ୍ଟମ ଅଧ୍ୟାୟ ।

ସେହିପରି ଉକ୍ତ ସାଧାରଣ କାର୍ଯ୍ୟଚୟ ନିର୍ବାହିତ ହେଉଥିଲେ ଲୋକମାନେ ଆନନ୍ଦରେ ସେ ସମସ୍ତର ମର୍ଯ୍ୟଦା ବୁଝିପାରନ୍ତେ ।

ଦୁର୍ଭିକ୍ଷ—ଊନବିଂଶ ଶତାବ୍ଦୀର ଆରମ୍ଭରୁ ଓଡ଼ିଶାରେ ଅନେକଥର ଦୁର୍ଭିକ୍ଷ ପଡ଼ିଅଛି । ୧୮୦୬-୭-୯-୩୬ ଖ୍ରୀଷ୍ଟାବ୍ଦମାନଙ୍କରେ ଓଡ଼ିଶାରେ ଦୁର୍ଭିକ୍ଷ ପଡ଼ିଥିଲା । ସର୍ବାପେକ୍ଷା ୧୮୬୬-୬୭ ସାଲର ଦୁର୍ଭିକ୍ଷ ଅତୀବ ଭୟଙ୍କର । ଏଥିରେ ପ୍ରାୟ ୮ ଲକ୍ଷ ଲୋକଙ୍କର ପ୍ରାଣନାଶ ସଂଘଟିତ ହୋଇଥିଲା । ସେସମୟରେ ଯେଉଁ ଭୀଷଣ ରୋମହର୍ଷଣକାରୀ ବ୍ୟାପାରମାନ ଏହି ଉତ୍କଳଦେଶରେ ଅଭିନୀତ ହୋଇଥିଲା, ତାହା ସ୍ମରଣ କଲେ ହୃଦୟ ସ୍ତବ୍ଧ ଏବଂ ବିସ୍ମୟବିହ୍ୱଳ ହୋଇଯାଏ । କରାଳମୃତ୍ୟୁସମନ୍ୱିତ ଦୁର୍ଭିକ୍ଷଛବି ଚିତ୍ର କରିବା ମାନବଲେଖନୀର ଅସାଧ୍ୟ । ସେସମୟରେ ସ‌ହସ୍ର ସହସ୍ର କଙ୍କାଳପରିଣତ ନରନାରୀମାନଙ୍କର ଆର୍ତ୍ତ ହାହାକାରରେ ନଗରମାନ ପରିପୂର୍ଣ୍ଣ ହୋଇଥିଲା । ନଗର ଗ୍ରାମମାନଙ୍କ ସମୀପସ୍ଥ ଶ୍ମଶାନମାନ ଅସଂଖ୍ୟ ନରଦେହରେ ପରିପୂରିତ ହୋଇଥିଲା ଏବଂ ଶକୁନ ଶୃଗାଳମାନେ ନରମାଂସ ଭକ୍ଷଣ କରି ଅସ୍ୱାଭାବିକରୂପେ ପରିତୃପ୍ତ ହୋଇଥିଲେ । କ୍ଷୁଧାର ପ୍ରଚଣ୍ଡ ଶାସନରେ ନରନାରୀମାନେ ସ୍ୱାଭାବିକ ହୃଦୟବୃତ୍ତିମାନଙ୍କୁ ବିସର୍ଜନ କରିଥିଲେ । ଜନକ ଜନ‌କୀ ଅସହାୟ ଶିଶୁସନ୍ତାନମାନଙ୍କୁ ହିଂସ୍ର ଅରଣ୍ୟଶ୍ୱାପଦମାନଙ୍କ ନିକଟରେ ନକ୍ଷେପ କରିଥିଲେ । କେହି କେହି ଲୋକେ କ୍ଷୁଧାଜର୍ଜ୍ଜରିତ ହୋଇ ରାକ୍ଷସବତ୍ ନିଜ ନିଜ ସନ୍ତାନମାଂସ ସୁଦ୍ଧା ଭକ୍ଷଣ କରିଥିଲେ । ସେସମୟରେ ନରହତ୍ୟା, ଆତ୍ମହତ୍ୟା, ଉନ୍ମାଦ ପ୍ରଭୃତି ସାମାଜିକ ଅନିଷ୍ଟଚୟ ଅତ୍ୟନ୍ତ ପ୍ରବଳ ହୋଇଥିଲା । ଏକ ଏକ ଦିନ ଟଙ୍କାକୁ ଏକସେର ଚାଉଳ ମିଳିବାର ଦୁର୍ଘଟ ହୋଇଥିଲା । ସୁବର୍ଣ୍ଣ, ରୌପ୍ୟ ପ୍ରଭୃତି ଅତ୍ୟଳ୍ପ ମୂଲ୍ୟରେ ବିତ୍ରୀତ ହେଉଥିଲା । ଲୋକେ ଗେଣ୍ଡା, କାନଶିରୀ, ସାରୁନାଡ଼, ଦୃକ୍ଷରପତ୍ର ପ୍ରଭୃତି ଖାଇ ପ୍ରାଣ ବଞ୍ଚାଇଥିଲେ ।

ଉପସଂହାର ଉନ୍ନତି ସଂସାରର ନିୟମ । ଯେଉଁ ସ୍ଥାନ ଏକ ସମୟରେ ନିର୍ଜନ ଅରଣ୍ୟମୟ ବା ମରୁ ପ୍ରାୟ ଦୁଷ୍ଟ ହେଉଥିଲା, ସମୟାନ୍ତରେ ସେହି ସ୍ଥାନ ବସତିପୂର୍ଣ୍ଣ, ନାନାପ୍ରକାର ଅଟ୍ଟାଳିକାଶୋଭିତ ଓ ଉର୍ବରଶସ୍ୟକ୍ଷତ୍ରସମନ୍ୱିତ ଦୁଷ୍ଟ ହୁଅଇ । ମାନବସମାଜ ମଧ୍ୟ ଏହି ନିୟମର ଅଧୀନସ୍ଥ ଅଟି । ପୃଥିବୀର ଇତିହାସରୁ ସ୍ପଷ୍ଟ ଜଣାଯାଏ ଯେ ଯେଉଁ ମନୁଷ୍ୟ ଗୂଢ଼ ଈଶ୍ୱରତ‌ତ୍ତ୍ୱ ନିରୂପଣ କରିବାକୁ ସମର୍ଥ, ଘଟିକା ଓ ବାଷ୍ପୀୟ ଯନ୍ତ୍ରମାନ ନିର୍ମାଣ କରିବାକୁ ସକ୍ଷମ, ସେହି ମନୁଷ୍ୟ ଏକ ସମୟରେ ଉଲ୍ଲଙ୍ଗ ଥିଲା ।

ଭାରତର ସାମାନ୍ୟାଂଶ ଏହି ଓଡ଼ିଶାଦେଶ ପ୍ରତି ନିରୀକ୍ଷଣ କଲେ, ଏଥିର ଇତିବୃତ୍ତ ଆଲୋଚନା କଲେ ଏହା ମଧ୍ୟ ସଂସାର ଓ ମାନବସମାଜର କ୍ରମୋନ୍ନତି