ପୃଷ୍ଠା:Odishara Itihas.pdf/୧୭୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫୭
ଅଷ୍ଟମ ଅଧ୍ୟାୟ ।

ଅନେକ ଅଂଶ ପାଉଥିଲେ । କିନ୍ତୁ ସବୁବସ୍ତୁ ପରି ଉନ୍ନତିର ମଧ୍ୟ ଉତ୍ଥାନ ଓ ପତନ ଅଛି । ଗୃହଦ୍ୱନ୍ଦ ସର୍ବନାଶକ ଅଟଇ । ଏହି ଗୃହଦ୍ୱନ୍ଦ୍ୱ ଯୋଗୁଁ ଉତ୍ତର ଭାରତବର୍ଷ ପଠାଣଙ୍କର କରଗତ ହେଲା । ଏହି ଗୃହଦ୍ୱନ୍ଦ୍ୱ ଆକାରାନ୍ତରେ ଓଡ଼ିଶାରେ ଉପସ୍ଥିତ ହେଲା । ଏହି ଗୃହଦ୍ୱନ୍ଦ୍ୱଜନିତ ଦୌର୍ବଲ୍ୟରୁ ଅବଶେଷେ ଓଡ଼ିଶାରେ ମୁସଲମାନ୍‌ମାନେ ଅଧିକାର ବିସ୍ତାର କଲେ । ଏକେ ପଠାଣେ ଭିନ୍ନ‌ଜାତି ସେଥିରେ ପୁଣି ସ୍ୱେଚ୍ଛାଚାରୀ । ଓଡିଶା ଯେଉଁ ଉନ୍ନତିସ୍ରୋତରେ ଦେଶୀୟ ଶାସନକାଳରେ ପତିତ ହୋଇଥିଲା ତାହା ସ୍ଥକିତ ହେଲା । ଅତ୍ୟାଚାରଦ୍ୱାରା ଲୋକେ କେତେକ ପ୍ରପୀଡ଼ିତ ହେଲେ । ଓଡ଼ିଶା କୁକ୍ଷଣରେ ପରାଧୀନ ହେଲା । ପଠାଣଙ୍କ ଅତ୍ୟାଚାର ଅପେକ୍ଷା ଅଧିକତର ଅତ୍ୟାଚାର ଓ ଯନ୍ତ୍ରଣା ଓଡ଼ିଶାଭାଗ୍ୟ ସକାଶେ ସଞ୍ଚିତ ଥିଲା । ମରହଟ୍ଟାଏ ଓଡ଼ିଶା ଶାନସଭାର ଲାଭ କଲେ । ସେମାନଙ୍କଦ୍ୱାରା ଯେପରି ଏ ଦେଶବାସିଏ ପ୍ରପୀଡିତ ହୋଇଥିଲେ ତାହା ଇତିପୂର୍ବେ ବର୍ଣ୍ଣିତ ହୋଇଅଛି । ଆଜିଯାଏ ଲୋକେ ଅନ୍ୟାୟ ଅତ୍ୟାଚାର ଦେଖିଲେ “ମରହଟ୍ଟାରାଜତ୍ୱ ହେଲା କି" ବୋଲି ଚମକି ଉଠନ୍ତି । ଓଡିଶାର ସବୁ ଉନ୍ନତିରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡିଗଲା । ଲୋକେ ସବୁବେଳେ ସଶଙ୍କିତ, ନିଶ୍ଚିନ୍ତ ହୋଇ ପାରିଲେ ନାହିଁ । ସେଥିରେ ପୁଣି ମୁସଲମାନ୍‌ମାନଙ୍କ ସମୟରୁ ବିଳାସ ଦେଶରେ ବର୍ଦ୍ଧିତ ହୋଇଥିଲା । ଶାସନ-ଶିକୁଳି ଶିଥିଳ ହେବାର ଅରବ୍‌ଧ ହୋଇଥିଲା । ମରହଟ୍ଟାଙ୍କ ସମୟରେ ତାହା ବିଶେଷରୂପେ ଶିଥିଳ ହୋଇ ଉଠିଲା । ଧନ, ମାନ, ମର୍ଯ୍ୟାଦା ଲୋକଙ୍କର ସ୍ଥିର ହୋଇ ରହି ପାରିଲା ନାହିଁ । ବିଲର ପାଚିଲାଧାନ‌କୁ ଲୋକେ ଆପଣାର ବୋଲି ବିଶ୍ୱାସ କରି ପାରିଲେ ନାହିଁ । ବ୍ୟଭିଚାର, ଲୁଣ୍ଠନ ପ୍ରଭୃତି ଅତ୍ୟାଚାରମାନ ଦେଶବ୍ୟାପ୍ତ ହେଲା । କିନ୍ତୁ ବିଧାତାର ବୁଝାମଣା ଅଛି, ଅତ୍ୟାଚାର ଅଶାସନ ଅଧ୍ୟାୟମାନଙ୍କର ମଧ୍ୟ ପରିଚ୍ଛେଦ ଅଛି । ୧୮୦୩ ମସିହାରେ ଅବଶେଷକୁ ଇଂରାଜମାନେ ଏ ଦେଶକୁ ଅଇଲେ । ନ୍ୟାୟ ଓ ବିଚାର ପୁଣି ମୂର୍ତ୍ତିମାନ୍ ହେଲେ । ବର୍ତ୍ତମାନ୍ ଇଂରାଜଙ୍କ ଶାସନ ସମୟରେ ଦେଶରେ ଶାନ୍ତି ବିରାଜୁଅଛି । ଲୋକେ ଯେ ଯାହା ସ୍ୱତ୍ୱରେ ଅଧିକାରୀ ଅଛନ୍ତି । ନାନାମତେ ସୁଖ ସ୍ୱଚ୍ଛନ୍ଦତାରେ ଲୋକେ ରହିଅଛନ୍ତି । ଗମନାଗମନ, ବାର୍ତ୍ତା ପ୍ରେରଣ ଓ ବିଦ୍ୟାଧ୍ୟୟନ ପ୍ରଭୃତି ସମ୍ୟକ୍ ସୁବିଧା ବିଧାନ କରିଅଛନ୍ତି । ସୁବର୍ତ୍ସ, ନାଳ ଓ ତାଡ଼ିତବର୍ତ୍ତାବହ ତାରସବୁର ନିର୍ମାଣ ବର୍ଦ୍ଧିତ ହେଉଅଛି । ଡାକଘର ସଂଖ୍ୟା ଦିନକୁଦିନ ବଢ଼ୁଅଛି । କେବଳ ଗୋଟିକେତେ ଅଲାଭ ଏହି ଯେ ଇଂରାଜ ଗବର୍ଣ୍ଣମେଣ୍ଟ ଆମ୍ଭମାନଙ୍କୁ ଅବିଶ୍ୱାସ କରୁଅଛନ୍ତି । ନାନାପ୍ରକାର କରଭାରଦ୍ୱାରା ପ୍ରଜାମାନଙ୍କୁ ଜର୍ଜରିତ କରୁଅଛନ୍ତି ଏବଂ ଆମ୍ଭମାନଙ୍କୁ