ପୃଷ୍ଠା:Odishara Itihas.pdf/୧୮୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଖଣ୍ଡଗିରିର ଅନ୍ତର୍ଗତ ଉଦୟଗିରିସ୍ଥ ହାତୀଗୁମ୍ପା ଗହ୍ୱରରେ
ଖୋଦିତ ହୋଇଥିବା ଲିପିର ଅନୁବାଦ ♣ ।


୧ ମ ଧାଡ଼ୀ-ଯେଉଁମାନେ ଇନ୍ଦ୍ରିୟସବୁ ଦମନ କରିଅଛନ୍ତି (ଅର୍ଥାତ୍ ଅର୍ହତ) ସେମାନଙ୍କୁ ନମସ୍କାର । ଯେଉଁମାନେ ନିର୍ବାଣ ଲଭିଅଛନ୍ତି ସେମାନଙ୍କୁ ନମସ୍କାର । ଯାହାଙ୍କ ରଥରେ ପ୍ରକାଣ୍ଡ ହସ୍ତୀ ଲାଗିଅଛି, ଯେ ଚୈତ୍ୟ ନିର୍ମାଣରେ ପ୍ରଚୂର ଅର୍ଥବ୍ୟୟ କରିଅଛନ୍ତ, ଯେ ଶାକ୍ୟ ଗୁଣରେ ବିଦିତ, ଯେ ପୃଥିବୀର ଶେଷସୀମା ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଲୁଣ୍ଠନ କରି ବିଖ୍ୟାତ, ଯେ କଳିଙ୍ଗର ଅଧୂପ, ସେହି ଐର ରାଜାଙ୍କଦ୍ୱାରା ଏହି ପାହାଡ଼ ଖୋଦିତ ହୋଇଅଛି ।

୨ୟ ଧାଡ଼ୀ ।- ବାଲ୍ୟକ୍ରୀଡ଼ାରେ ପଞ୍ଚଦଶବର୍ଷ ଏବଂ ସାହିତ୍ୟ, ଅଙ୍କ, ସମାଜନୀତି ଓ ରାଜନୀତି ଶିକ୍ଷାରେ ନଅବର୍ଷ ଅତିବାହିତ କରି ରାଜପଦାକାଙ୍କ୍ଷୀ ହୋଇ, ଐର ଅତୁଳ ପରାକ୍ରମ ଓ ଅସଂଖ୍ୟ ସୈନ୍ୟ ସ‌ହିତ

୩ୟ ଧାଡୀ । - କଳିଙ୍ଗ ରାଜ୍ୟର ପ୍ରଧାନ‌ନଗରରେ ତୃତୀୟ ଯୁଦ୍ଧରେ ଜୟୀ ହୋଇ ରାଜପଦରେ ଅଭିଷିକ୍ତ ହେଲେ । ସେ ରାଜକାର୍ଯ୍ୟରେ ଅନୁରକ୍ତ ହୋଇ ଦ୍ୱାର, ଭିତ୍ତି ଓ ଗୃହ ଯାହା କି ବୃଷ୍ଟି ଓ ବାୟୁରେ ନଷ୍ଟ ହୋଇ ଥିଲା ତାକୁ ସଂସ୍କାର କରାଇଲେ । କଳିଙ୍ଗ ନଗରରେ ଚନ୍ଦ୍ରକିରଣ ପ୍ରାୟ ସନ୍ତାପହାରିଣୀ ଏକ ପୁଷ୍କରଣୀ, ଘାଟ ଓ ସର୍ବପ୍ରକାର ସୈନ୍ୟ ଗମନାଗମନ ନିମନ୍ତେ ରାସ୍ତା


♣ ଏ ଲିପି ବାବୁ ରାଜେନ୍ଦ୍ରଲାଲ ମିତ୍ର ଇଂରାଜୀରେ ଯେପରି ଅନୁବାଦ କରିଥିଲେ ଓଡ଼ିୟାରେ ସେଥିର ଅବିକଳ ଅନୁବାଦ ଦିଆଗଲା । * * * ଏହି ଚିହ୍ନିତ ସ୍ଥାନମାନଙ୍କର ଖୋଦିତ ଲିପି ପଠିତ ହୋଇ - ନ ପାରିବାରୁ ଇଂରାଜୀରେ ସେ ସବୁର ଅନୁବାଦ ନାହିଁ, ସୁତରାଂ ଓଡ଼ିୟାରେ ଦିଆଯାଇ ନ ପାରିଲା । ଏ ଅଙ୍କନ ୧୭ ଧାଡ଼ିରେ ସମ୍ପୂର୍ଣ୍ଣ ହୋଇଥିବାରୁ ଅନୁବାଦ ଧାଡ଼ି ଧାଡି ହୋଇ ହୋଇଅଛି |