ପୃଷ୍ଠା:Odishara Itihas.pdf/୧୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୪ର୍ଥ ଧାଡ଼ୀ– ପ୍ରସ୍ତୁତ କରାଇଲେ । ରାଜା ଶତସହସ୍ର ପ୍ରଜାଙ୍କ ମନୋରଞ୍ଜନ କଲେ ଏବଂ ପ୍ରଜାମାନେ ନତମସ୍ତକ ହୋଇ ନମସ୍କାର କଲେ । ରାଜତ୍ୱର ୨ୟ ବର୍ଷରେ ଓ ଆତ୍ମରକ୍ଷା ହେତୁ ଅଶ୍ୱ, ହସ୍ତୀ, ସୈନ୍ୟ, ଯୁଦ୍ଧରଥ ଓ ଖଡ଼୍‌ଗଧାରୀସବୁ ପଶ୍ଚିମଦିଗରେ ରଖାଇଲେ । କଂସବନରୁ ଆସିବା ଦର୍ଶକମାନଙ୍କ ନିମନ୍ତେ ଏବଂ ତାନସିନ ନଗରବାସିଙ୍କ ନିମନ୍ତେ ୩ୟ ବର୍ଷରେ

୫ମ ଧାଉଁ ।--ସଙ୍ଗୀତବିଦ୍ୟାବିଶାରଦ ବ୍ୟକ୍ତିଙ୍କଦ୍ୱାରା ଡମ୍ଫ, ନଉତ ଓ ଅନ୍ୟାନ୍ୟ ଯନ୍ତ୍ରରେ ବାଦ୍ୟ ଓ ନର୍ତ୍ତକିମାନଙ୍କଦ୍ୱାରା ନାଟକାଭିନୟ କରାଇଲେ । ପୂର୍ବ କଳିଙ୍ଗ ନଗରର ରାଜାଙ୍କ କର୍ତ୍ତୃକ ପ୍ରତିଷ୍ଠିତ ଅର୍ହତମାନଙ୍କୁ ( ଡକାଇ ) ୪ର୍ଥ ବର୍ଷରେ ଏକ ସଭା କରାଇଲେ । ଧର୍ମାନୁରାଗଦ୍ୱାରା ଧର୍ମ କର୍ମ ପ୍ରତି ଆକୃଷ୍ଟ ହୋଇ, ତ୍ୟକ୍ତ ଛତ୍ରମାନ * * *ଏକଶତ

୬ଷ୍ଠ ଧାଡ଼ୀ ।- ମଣିମୁକ୍ତାପୂର୍ଣ୍ଣ ପାତ୍ର, ଯେଉଁ ସବୁ କି ଶତ୍ରୁପକ୍ଷୀୟ ରାଜାମାନେ ତାଙ୍କୁ ଦେଇଥିଲେ ସେ ସମସ୍ତ ସେ ( ଐର ) (ଦେବତାଙ୍କ ପ୍ରତି ? ) ଅର୍ପଣ କଲେ । ତାଙ୍କ ରାଜତ୍ୱର ପଞ୍ଚମ ବର୍ଷରେ ତାଙ୍କଦ୍ୱାରା ନନ୍ଦରାଜା ସୁଗୃହରୁ ତାଡ଼ିତ ହୋଇ ଏକ ଦ୍ରୁତଗତି ଅଶ୍ୱ ଉପରେ ପୁଣାଦି ନଗରକୁ ପଲାଇ ଥିଲେ * * *

୭ମ ଧାଡ଼ୀ ।—ସେ ବଦାନ୍ୟତାର ସ‌ହିତ ବହୁ ସ‌ହସ୍ର ଦାନ କଲେ * * *

ଏକଶତ ‌ନ‌ଗରେ ରାଜ୍ୟ ଉତ୍ତମ ରାଜ୍ୟ ଶାସନ କଲେ ଅଷ୍ଟମ ବର୍ଷରେ ତାଙ୍କ ମନ ପାହାଡ଼ * * * *

୮ମ ଧାଡ଼ୀ । ଯେଉଁ ରାଜା ହତ୍ୟା କରିଥିଲେ ତାଙ୍କୁ ଗହ୍ୱରରେ କାରାରୁଦ୍ଧ କଲେ ଏବଂ ଅନୁଗ୍ରହ ବହି ହତ୍ୟାକାରିକ ଶ୍ରମଦଣ୍ତ ଦେଲେ । ପର୍ବତୋପରି ଉପବିଷ୍ଟ ହୋଇ * * * * ମିଷ୍ଟ ବକ୍ତୁତାମାନ ପ୍ରଦାନ କଲେ ଏବଂ ନମସ୍କାର ପ୍ରାପ୍ତ ହେଲେ ?

୯ମ ଧାଡ଼ୀ ।--ମର୍କଟ , ଷଣ୍ଢ, ଅଶ୍ୱ, ହସ୍ତୀ, ମହିର୍ଷି ଏବଂ ଗୃହର ଅନ୍ୟାନ୍ୟ ଆବଶ୍ୟକୀୟ ସରଞ୍ଜାମମାନ * * * ମନ୍ଦଲୋକଙ୍କୁ ଅନାଦର କରିବାର ଅଭ୍ୟାସ ପ୍ରବର୍ତ୍ତାଇବାପାଇଁ ସେ ବ୍ରାହ୍ମଣଜାତୀୟ ସହଚର ନିଯୁକ୍ତ କଲେ * * *