ପୃଷ୍ଠା:Odishara Itihas.pdf/୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପ୍ରଥମ ଅଧାୟ ।

ପର୍ବତରୁ ବାହାରିଥିବାର କହି ଯମଦ୍ୱାର ପର୍ଯ୍ୟନ୍ତ ଏହାର ବିସ୍ତୃତି ଅନୂମାନ କରିଅଛନ୍ତ । ଏହି ନଦୀ ଉପରେ ଯାଜପୁର ନଗର ଅବସ୍ଥିତ । ଏହି ଯାଜପୁରଠାରେ ବୈତରଣୀ ନଦୀର ଏକ ପାର୍ଶ୍ୱରେ ବରାହନାଥଙ୍କ ମନ୍ଦିର ଓ ଅପର ପାର୍ଶ୍ୱରେ ସପ୍ତମାତାଙ୍କ ପୁରା ପ୍ରତିକୃତି ବିରାଜମାନ ରହିଅଛି । ଅନନ୍ଦପୁର ନାମକ କେନ୍ଦୁଝର ଅନ୍ତର୍ଗତ ଏକ ବୃହତ୍ ପେଣ୍ଠ ଓ ଆଖୁଆପଦା ଏହି ନଦୀକୂଳରେ ଦଣ୍ଡାୟମାନ । ଓଳଖଗ୍ରାମ ପର୍ଯ୍ୟନ୍ତ ବୈତରଣୀ ନାବ୍ୟ । ଏଥି ତଟରେ ପ୍ରସିଦ୍ଧ ଚାନ୍ଦବାଲି ବନ୍ଦର ଅବସ୍ଥିତ ।
ସାଳନ୍ଦୀ ମୟୁରଭଞ୍ଜସ୍ଥ ମେଘାସନୀ ପାହାଡ଼ରୁ ନିର୍ଗତ ହୋଇ, ଅଗରପଡ଼ା ନିକଟରେ ମୋଗଲବନ୍ଦୀକୁ ସ୍ପର୍ଶ କରି, ଧାମରାର କିଛି ଉପରେ ବୈତରଣୀ ସଙ୍ଗେ ମିଳତ ହୋଇଅଛ । ସାଳନ୍ଦୀ ଏକ ଶାଖାନଦୀଦ୍ୱାରା ମନ୍ତେଈ ନାମକ ଅନ୍ୟ ଏକ ନଦୀ ସଙ୍ଗେ ସଂଯୁକ୍ତ ହୋଇଅଛି । ସାଳନ୍ଦୀ ଏକ ସୁନ୍ଦର ବକ୍ରଗମନଶୀଳା ନିମ୍ନଗାମୀ । ଏହାର ବାରି ଅତି ସୁସ୍ୱାଦୁ, ବାଲୁକାଶଯ୍ୟା ସାତିଶୟ ଚିତ୍ତବିନୋଦକ); ଅଧୁକନ୍ତୁ ଏହା ପାଣି ପର ନିର୍ମଳ ପାଣି ଓଡ଼ିଶାର କୌଣସି ନଦୀରେ ଦୃଷ୍ଟ ହୁଅଇ ନାହଁ । ଭଦରଖ ନଗର ଏହ ନଦୀକୂଳରେ ଅବସ୍ଥିତ ।
କାଁଶବାଁଶ (କାଇଁଶବାଉଁଶ), ନୀଳଗିରି ପାହାଡ଼ରୁ ନିର୍ଗତ ହୋଇ ସମୁଦ୍ରରେ ପଡ଼ିଅଛି । ଏହା ଅତି କ୍ଷୁଦ୍ର ଓ ଅନାବ୍ୟ ନଦୀ । ସୋରୋ ଗ୍ରାମ ଏଥିର ପ୍ରାୟ ଦୁଇକ୍ରୋଶ ଉତ୍ତରରେ ଅବସ୍ଥିତ । କେଶରୀବଂଶୀୟ ରାଜାଙ୍କର ଉତ୍ତରରେ ଏହି ନଦୀକୂଳ ପର୍ଯ୍ୟନ୍ତ ରାଜ୍ୟ ବିସ୍ତୃତ ଥିଲା । ଏଥି ଉପରେ ଓଡ଼ିଶାର ହିନ୍ଦୁରାଜାମାନେ ( ସମ୍ଭବତଃ ଗଙ୍ଗବଂଶୀୟ ରାଜାମାନେ ) ଗୋଟିଏ ସୁନ୍ଦର ପ୍ରସ୍ତରସେତୁ ନିର୍ମାଣ କରିଥିଲେ; ଇଂରାଜମାନେ ତାକୁ ଭାଙ୍ଗି ଅଉ ଗୋଟିଏ ସେତୁ ନିର୍ମାଣ କରିଅଛନ୍ତି ।
ବୁଢ଼ାବଳଙ୍ଗ ମୟୁରଭଞ୍ଜର ଉତ୍ତରପୂର୍ବ ପାର୍ଶ୍ୱସ୍ଥ ପର୍ବତରୁ ବ‌ହିର୍ଗତ ହୋଇ, ବାଲେଶ୍ୱର ଜିଲ୍ଲା ମଧ୍ୟ ଦେଇ ସମୁଦ୍ରବକ୍ଷକୁ ପ୍ରବାହିତ ହେଉଅଛି । ବାଲେଶ୍ୱର ନଗରୀ ଏଥି ତୀରରେ ଅବସ୍ଥିତ, ମଧ୍ୟ ଏହା ବାଲେଶ୍ୱର ନଗର ପର୍ଯ୍ୟନ୍ତ ବୁଢ଼ାବଳଙ୍ଗ ନଦୀ ନାବ୍ୟ । ନଦୀ ମଧ୍ୟରେ ଓ ମୁହାଣରେ କ୍ରମଶଃ ଚଡ଼ା ପଡ଼ୁଅଛି । ରାଜ ପୁରୁଷମାନେ କୌଣସି ଉପାୟ ଅବଲମ୍ବନ ନ କଲେ ଓଡ଼ିଶାର ଅନ୍ୟାନ୍ୟ ନଦୀ ପରି ଏହା ସୁଦ୍ଧା ସମ୍ପୁର୍ଣ୍ଣରୂପେ ଅନାବ୍ୟ ହୋଇଯିବ । ଏଥିର ପାଣି ଲବଣାକ୍ତ ଓ ଶଯ୍ୟା କର୍ଦ୍ଦମମୟ । ପ୍ରବଳ ବାତ୍ୟା ଉପସ୍ଥିତ ହେଲେ ସମୁଦ୍ର ପାଣି ଏହି ନଈ ବାଟେ ଆସି କୂଳ ଉଛୁଳି ଅନେକ ଅନିଷ୍ଟ ସମ୍ପାଦନ କରେ ଓ ଏହି ପ୍ରକାର ଦୁର୍ଘଟନା ୧୮୭୩ ମସିହା ଅକ୍ତବର ମାସରେ ବାଲେଶ୍ୱରଠାରେ ଥରେ ଘଟିଥିଲା ।