ପୃଷ୍ଠା:Odishara Itihas.pdf/୩୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧
ପ୍ରଥମ ଅଧ୍ୟାୟ ।

ନଈପାଣିଦ୍ୱାରା ପରିପୂରିତ ହେଲେ ଏଥିର ପରିମାଣଫଳ ୪୧୦ ବର୍ଗ ମାଇଲ ହୁଅଇ ବୋଲି ନିର୍ଦ୍ଧାରିତ ହୋଇଅଛି । ଏକ ସମୟରେ ଏହା ସମୁଦ୍ରର ଏକ ଅଂଶ ଥିଲା, କାଳକ୍ରମେ ଏ ହ୍ରଦର ମୁହାଣରେ ବାଲୁକାରାଣି ଉତ୍ଥିତ ହୋଇ ସମୁଦ୍ରରୁ ଏହାକୁ ଭିନ୍ନ କରିଅଛି । ପୁରାକାଳରେ ଖୋର୍ଦା ଉପକୂଳ ପର୍ଯ୍ୟନ୍ତ ଚିଲକା ଦେଇ ଅର୍ଣ୍ଣବପୋତମାନ ଗତାୟାତ କରୁଥଲ । ବର୍ତ୍ତମାନ ସୁଦ୍ଧା ଚିଲିକା ମୁଖରୁ ବାଲି ଉଠି ଯାଇ ଚିଲକା ସମୁଦ୍ର ସଙ୍ଗଦ ନାବ୍ୟ ହୋଇପାରିଲେ ଏଥିର ଉପକୂଳ ପୃଥିବୀର ଉତ୍କୃଷ୍ଟ ବନ୍ଦରମାନଙ୍କ ସଙ୍ଗେ ପରଗଣିତ ହେବ ସଦେହ ନାହିଁ । ଦିନ‌କୁଦିନ ଏଥି ବକ୍ଷରେ ବାଲି ପିଣ୍ଡମାନ ଉତ୍ଥିତ ହୋଇ ନ‌ଦୀକର୍ଦ୍ଦମର ସାହାଯ୍ୟରେ ଅନେକ ଶୁଷ୍କ ଭୂମି ଜାତ ହେଉଅଛି । ଏହି ନବଜାତ ଭୂମିରେ ବର୍ତ୍ତମାନ କୃଷି ହେବାର ଆରବ୍ଧ ହେଲଣି । କୌଣସି କୌଣସି ଭୂତତ୍ତ୍ୱବେତ୍ତା ଲେଖିଅଛନ୍ତି ଯେ ସମୟରେ ଚିଲ୍‌କା ହ୍ରଦ ସମ୍ପୁର୍ଣ୍ଣ ଭୂମିମୟ ହୋଇଯିବ । ଚିଲ୍‌କା ପାଣି ସାତିଶୟ ଲବଣାକ୍ତ । ଲକ୍ଷ ଲକ୍ଷ ମହଣ ଗୋଡ଼ିୟା ବା କର୍କଚ ଲୁଣ ପ୍ରତିବର୍ଷ ଏଥିରୁ ଉତ୍ପନ୍ନ ହୁଅଇ ।
ସରହ୍ରଦ ପୁରୀ ନଗରର କିଞ୍ଚିତ ଉତ୍ତର ପୁର୍ବଦିଗରେ ଅବସ୍ଥିତ । ଏହାର ଦୈର୍ଘ ପୂର୍ବ-ପଶ୍ଚିମରେ ଚାରି ମାଇଲ ଓ ବିସ୍ତୃତି ଉତ୍ତର-ଦକ୍ଷିଣରେ ଦୁଇ ମାଇଲ ! ଏଥର ଜଲ ଲବଣାକ୍ତ । ଅନାବୃଷ୍ଟି ସମୟରେ ଚାଷିଏ ଏହ ଜଳାଶୟଦ୍ୱାରା ବ‌ହୁଳରୂପେ ଉପକୃତ ହୁଅନ୍ତି !
ଚିଲ୍‌କା ଓ ସରହ୍ରଦ ବ୍ୟତୀତ ଓଡ଼ିଶାର ସ୍ଥାନ ସ୍ଥାନରେ ଅନେକ ଝିଲ ଓ ଗଣ୍ଡ ଅଛି ।
ପର୍ବତ- ଭୂତ‌ତ୍ତ୍ୱବିତ୍‌ମାନେ କ‌ହନ୍ତି ପ୍ରଥମେ ପୃଥିବୀ ଗ୍ରାନାଇଟ (ମାକଡ଼ା) ପ୍ରସ୍ତରର ଅସମଗାତ୍ର ଅଣୁବିଶେଷ ଥିଲା । ସେଥି ଉପରେ କ୍ରମଶଃ ସ୍ତରମାନ ସ୍ଥାପିତ ହୋଇଛି । ସମୟ ସମୟରେ ଅଗ୍ନି, ଜଳ ବା ପାର୍ଥିବ ଅନ୍ୟ କୌଣସି ଶକ୍ତିଦ୍ୱାରା ଏହି ସ୍ତରମାନ ସ୍ଫିତ ଓ ଉର୍ଦ୍ଧ୍ୱକୁ ନିକ୍ଷିପ୍ତ ହୋଇ ଉଚ୍ଚ ଉଚ୍ଚ ପର୍ବତ ଓ ପାହାଡ଼ମାନ ସୃଷ୍ଟି ହୋଇଅଛି । ଆଧୁନିକ ପର୍ବତମାନ ନାନା ଶ୍ରେଣୀରେ ବିଭକ୍ତ । ସେଥି ମଧ୍ୟରୁ ଓଡ଼ିଶା ପର୍ବତପାହାଡ଼ମାନ ନିସିସ୍ ଶ୍ରେଣୀଭୁକ୍ତ ଅଟଇ । ପର୍ବତମାନଙ୍କ ଶିଖରଦେଶ ସୂଚ୍ୟାକୃତି, ଗୋଲାକାର ଏହିରୂପେ କେତେକ ଆକାରରେ ଦୃଷ୍ଟ ହୁଅଇ । ଭାରତବର୍ଷର ପୂର୍ବଘାଟ ପର୍ବତଶ୍ରେଣୀର ଶିଖରଦେଶ ଗୋଲାକାର; ଓଡ଼ିଶା ପର୍ବତ ଓ ଗଣ୍ଡଶୈଳଶ୍ରେଣୀର ମସ୍ତକଭାଗ ମଧ୍ୟ ଗୋଲାକାର; ଏଣୁକରି ଏମାନ ପୂର୍ବଘାଟ ଶ୍ରେଣୀଭୁକ୍ତ ବୋଲି ସ୍ତିରୀକୃତ ହୋଇଅଛି ।