ପୃଷ୍ଠା:Odishara Itihas.pdf/୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୩
ପ୍ରଥମ ଅଧ୍ୟାୟ ।

ବନ୍ଦର-ଓଡିଶାରେ ଅନେକଗୁଡ଼ିଏ ବନ୍ଦର ଅଛି । ସେଥି ମଧ୍ୟରେ କଟକର ବତୀଘର ବା ଫଲ୍ସପଏଣ୍ଟ; ବାଲେଶ୍ୱରର ଚାନ୍ଦବାଲି, ଧାମରା, ବାଲେଶ୍ୱର, ଚୂଡ଼ାମଣ ଓ ସାରଥା ଏବଂ ପୁରୀର ପୁରୀ ଓ ମାଛଗାଁ ବନ୍ଦରମାନ ସର୍ବପ୍ରଧାନ ।
ଇଂରାଜମାନେ ଏହି ସମସ୍ତ ବନ୍ଦରମାନଙ୍କ ମଧ୍ୟରୁ ବତୀଘରବନ୍ଦରକୁ ଅଧିକ ମନୋନୀତ କରନ୍ତି । ୧୮୬୮ ସାଲରେ ଓଡ଼ିଶାର ଦୁର୍ଭିକ୍ଷକମିଶନରମାନେ ଏହି ବନ୍ଦରର ଉତ୍କୃଷ୍ଟତା ଓ ଉପଯୋଗିତା ବିଷୟରେ ଗବର୍ଣ୍ଣମେଣ୍ଟଙ୍କୁ ଜଣାଇଥିଲେ; ସେହି ସମୟରୁ ଇଂରାଜ ରାଜପୁରୁଷଙ୍କର ବିଶେଷ ଦୃଷ୍ଟି ଏଥିପ୍ରତି ନିପତିତ ହୋଇଅଛି ଓ ଏକ ଆଲୋକ ଘର ସମୁଦ୍ର ଉପକୂଳରେ ନିର୍ମିତ ହୋଇ ଦେଶ ମଧ୍ୟରେ ବତୀଘର ନାମରେ ଆଖ୍ୟାତ ହୋଇଅଛି । ନିୟମିତରୂପେ ଏଠାକୁ ବର୍ତ୍ତମାନ ଜାହାଜ ଯାତାୟାତ କରୁଅଛି ।
ଫଲ୍ସପଏଣ୍ଟ ଉତ୍ତାରୁ ବାଲେଶ୍ୱର ଓ ଚାନ୍ଦବାଲୀ ଦେଶ ମଧ୍ୟରେ ଦୁଇ ବଶେଷ ଉପଯୋଗୀ ବନ୍ଦର ଅଟଇ । ବାଲେଶ୍ୱର ସପ୍ତଦଶ ଶତାବ୍ଦୀରୁ ବନ୍ଦର ମଧ୍ୟରେ ପରିଗଣିତ ହୋଇଅଛି । ୧୬୩୪ ଖ୍ରୀଷ୍ଟାବ୍ଦରେ ଇଂରାଜମାନେ ପ୍ରଥମେ ଏଠାରେ ବାଣିଜ୍ୟକୋଠି ସଂସ୍ଥାପିତ କରଥଲେ । ପ୍ରାୟ ନିୟମିତରୂପେ ବାଲେଶ୍ୱରଠାକୁ ଜାହାଜ ଯାତାୟାତ କରୁଥିଲା । ବୁଢ଼ାବଳଙ୍ଗର ଅଭ୍ୟନ୍ତର ଓ ମୁହାଣରେ ବାଲିବନ୍ଧ ଓ ଚଢ଼ାମାନ ବାହାରିବାରୁ ଓ ଗତ ଦୁଇ ତିକି ବର୍ଷ ମଧ୍ୟରେ ଖଣ୍ଡେ ଖଣ୍ଡେ କାହାଜ ସେହ ବାଲିଚଡ଼ାରେ ଲାଗି ନଷ୍ଟ ହେବାରୁ ନିୟମିତରୂପେ କାହାକ ଯାତାୟାତ କରିବା ୧୮୭୫ ମସିହାରୁ ସ୍ଥଗିତ ହୋଇଅଛି । ୧୮୭୨ ଖ୍ରୀଷ୍ଟାବ୍ଦରୁ ଚାନ୍ଦବାଲି ବନ୍ଦର ଦିନରୁଦନ ବର୍ଦ୍ଧିତପ୍ରଭ ହେଉଅଛି । ବାଲେଶ୍ୱର, ପୁରୀ ଓ କଟକଜିଲା ଲୋକଙ୍କର ଏହି ଚାନ୍ଦବାଲି ବନ୍ଦର ପ୍ରିୟ ହୋଇଥିବାର ଜଣାଯାଏ । ଲୋକଙ୍କର କାହାଜରେ ବିଦେଶ ଯାତାୟାତର ଆବଶ୍ୟକ ହେଲେ, ଏହି ଚାନ୍ଦବାଲି ବନ୍ଦରବାଟେ ସେମାନେ ଗମନାଗମନ କରୁଅଛନ୍ତି । ପ୍ରତି ସପ୍ତାହ ନିୟମିତରୂପେ ଜାହଜ ଏଠାକୁ ଯାତାୟତ କରୁଅଛି ।
ଉତ୍ପନ୍ନଦ୍ରବ୍ୟ—ଧାନ୍ୟ ଓଡ଼ିଶାର ପ୍ରଧାନ ଉତ୍ପନ୍ନ ଦ୍ରବ୍ୟ ! ଏ ଦେଶରେ ଧାନର ତିନି ପ୍ରକାର ଫସଲ ହୁଅଇ:-ଡାଳୁଅ, ବିଆଳୀ ଓ ଶାରଦ । ଡାଳୁଅ ବୈତ୍ର ବୈଶାଖରେ କଟାଯାଏ ଓ ଏଥିର ଫସଲ ଅଳ୍ପ ପରିମାଣରେ ହୁଅଇ । ବିଆଳୀ ଭାଦ୍ର ଆଶ୍ୱିନରେ ଓ ଶାରଦ ପୌଷ ମାଘରେ ଅମଳ ହୁଏ । ଶାରଦ କିଛି ଅଧିକ ପରିମାଣରେ ଉତ୍ପାଦନ ହୁଅଇ !