ପୃଷ୍ଠା:Odishara Itihas.pdf/୩୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୭
ପ୍ରଥମ ଅଧ୍ୟାୟ ।


ଜଳବାୟୁ—ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ ଜଳବାୟୁର ଭିନ୍ନ ଭିନ୍ନ ପ୍ରକାର -ପ୍ରାଦୁର୍ଭାବ । ଗଡ଼ଜାତର ଜଳବାୟୁ ସାଧାରଣତଃ ଅସ୍ୱାସ୍ଥ୍ୟକର । ଗଡଜାତବାସିମାନେ ପ୍ରାୟ ସବୁ ଋତୁର ଆଧିକ୍ୟ ଉପଭୋଗ କରନ୍ତି । ମୋଗଲବନ୍ଦୀର ଜଳବାୟୁ ସାଧାରଣତଃ ଉଷ୍ଣ; ତଥାପି ସମସ୍ତଙ୍କ ପ୍ରତି ଅସ୍ୱାସ୍ଥ୍ୟକର ନୁହେ । ପୁରୀର ଜଳବାୟୁ ସମଶୀତଳ । ବାଲେଶ୍ୱରର ଜଳବାୟୁ ଓଡ଼ିଶାର ସାଧାରଣ ଜଳବାୟୁ ପରି, ମାତ୍ର କିଛି ଲବଣାକ୍ତ । ଯାଜପୁରର ଜଳବାୟୁ କଛି ବିଶେଷ ସ୍ୱାସ୍ଥ୍ୟକର କଟକର ଜଳବାୟୁ ମଧ୍ୟ ସାଧାରଣ ଲୋକଙ୍କ ପ୍ରତି ସହନୀୟ ପ୍ରାୟ ବୋଧ ହୁଅଇ । ଢେଙ୍କାନାଳସ୍ଥ କପିଳାସ ଓ ଖୋର୍ଦ୍ଦା ଅନ୍ତର୍ଗତ ବରୁଣାଇ ପାହାଡ଼ର ଜଳବାୟୁକ୍ତ ଡାକ୍ତରମାନେ ଶୀତଳ ଓ ଅତି ସ୍ୱାସ୍ଥ୍ୟକର ବୋଲି କହିଅଛନ୍ତି । କାହାରି କାହାରି ଏପରି ମତ ଯେ କପିଳାସ ଝରଣାର ଜଳ ପାନ ଓ ସେଠା ବାୟୁ ସେବନ କଲେ କୃଷ୍ଠରୋଗୀ କେତେକ ପରିମାଣରେ ଆରୋଗ୍ୟ ଲାଭ କରିପାରେ ।

ଓଡ଼ିଶାର ଭୁତ‌ତ୍ତ୍ୱ ଭୂତ‌ତ୍ତ୍ୱର ନିୟମାନୁସାରେ ଓଡ଼ିଶାକୁ ପରୀକ୍ଷା କରି ଦେଖିଲେ, ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରିବାକୁ ହୁଏ । ସେ ମଧ୍ୟରୁ ଗଡଜାତ ଏକ ଅଂଶ ଓ ମୋଗଲବନ୍ଦୀ ଅନ୍ୟ ଅଂଶ । ଗଡ଼ଜାତର ଭୂମି ଅତି ପୁରାକାଳର ପର୍ବତମାନଙ୍କରେ ସଂଯୁକ୍ତ ହୋଇଥିବାର ଜଣାଯାଏ; ସେ ପର୍ବତମାନ ଏଡେ ପୁରାତନ ଯେ ସେମାନଙ୍କର ପ୍ରଥମ ପ୍ରାକୃତିକ ଅବସ୍ଥାର ସମ୍ପୂର୍ଣ୍ଣପରିବର୍ତ୍ତନ ଘଟିଅଛି ଓ ସେମାନଙ୍କର ଆଦିମ ବିବରଣ ସ୍ଥିର କରାଯାଇ ନ ପାରେ । ତଦନନ୍ତର ଆଉ ପାଞ୍ଚ ଶ୍ରେଣୀର ପାହାଡ଼ରେ ଗଡ଼ଜାତ ଭୂମି ସଂଯୁକ୍ତ । ଯଥା :—(୧) ତାଳଚେର ବାଲିଆପଥର, ପଟୁ ଇତ୍ୟାଦି; (୨) ଦାମୋଦର ବାଲିଆପଥର, ପଥରକୋଇଲା ଇତ୍ୟାଦି; (୩) ମହାଦେବ ବାଲିଆପଥର ଓ ଗେଙ୍ଗୁଟି; (୪) ଆଠଗଡ଼ ବାଲିପଥର ଏବଂ (୫) ମାକଡ଼ାପଥର । ମୋଗଲବନ୍ଦୀ, ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀର ପଟୁ ଓ କେତେକ ସମୁଦ୍ର ପଟୁରେ ସଂଗଠିତ; ସ୍ଥାନ ସ୍ଥାନରେ ସମୁଦ୍ର-ଉତ୍ପିତ ବାଲି ମଧ୍ୟ ମୋଗଲବନ୍ଦୀରେ ଦୃଷ୍ଟିଗୋଚର ହୁଅଇ । ଏହାର ପଶ୍ଚିମଦିଗରେ ନିସିସ୍ ଶ୍ରେଣୀୟ ଛୋଟ ଛୋଟ ପାହାଡମାନ ଉତ୍ପିତ

ଆଧ୍ୟାତ୍ମିକ ଧର୍ମାଲୋକର ଭୟଙ୍କର ପ୍ରତିବାଦୀ । କ୍ରମେ କ୍ରମେ ଏହି ମହିମାଶ୍ରିକମାନେ ସେମାନଙ୍କ ଉତ୍କୃଷ୍ଟ ନେତାଙ୍କୁ ଅବତାର ବୋଲି କ‌ହିବାକୁ ଉଦ୍ୟତ ହେଉଅଛନ୍ତି ଓ ସେ ଅଲୌକିକ କେତେ କାର୍ଯ୍ୟ କରିଥିଲେ ବୋଲି ବିଶ୍ୱାସ କରୁଅଛନ୍ତି । ଏ ଧର୍ମର ପ୍ରଚାରକ ପ୍ରାୟ ଦୁଇଶତାଧିକ ହେବେ । ସେମାନେ ବିବାହ କରନ୍ତି ନାହିଁ ; ବସ୍ତ୍ର ନ ପିନ୍ଧି ବକୁଳ ପିନ୍ଧନ୍ତି । ଏହି ପ୍ରଚାରକମାନେ ଓ ଅନେକ ଆଶ୍ରିକେ ପୈତା, ମାଳି ଇତ୍ୟାଦି ପୌତ୍ତଳିକ ଚିହ୍ନମାନ ପରିତ୍ୟାଗ କରିଅଛନ୍ତି ।