ପୃଷ୍ଠା:Odishara Itihas.pdf/୪୦

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୮
ଓଡିଶାର ଇତିହାସ ।

ହୋଇଅଛି । ତାଳଚେରରେ ଆଧୁନିକ ଅନୁସନ୍ଧାନ‌ଦ୍ୱାରା କେତେକ ପଥରକୋଇଲାର ଶଯ୍ୟମାନ ଜଣା ପଡ଼ିଅଛି । କିନ୍ତୁ ସେମାନେ ବିଶେଷ ଲାଭକର ଥିବାର ବୋଧ ହୁଅଇ ନାହିଁ ବୋଲି କେହି କେହି ଭୂତ‌ତ୍ତ୍ୱବେତ୍ତାଏ ମତ ପ୍ରକାଶ କଲେଣି ।

ଦ୍ୱିତୀୟ ଅଧ୍ୟାୟ ।
ଓଡିଶାର ଆଦିମ ଇତିହାସ ।

ଆଦିମ ଅଧିବାସୀ- ଓଡ଼ିଶା ଅତି ପୂର୍ବକାଳରେ ଆଦିମ ଅସଭ୍ୟ ଜାତିଙ୍କର ଆବାସଭୂମି ଥିଲା । ଓଡିଶାର ଉଭୟ ଗଡ଼ଜାତ ଓ ମୋଗଲବନ୍ଦୀର ଅନ୍ତର୍ଭୂତ ପାହାଡ ଓ ଅରଣ୍ୟନିବାସୀ କୃଷ୍ଣବର୍ଣ୍ଣ ନରମାନେ* ଏବଂ ପାଣ (ପୌଣ୍ତ୍ର), କଣ୍ଡରା


* ଓଡ଼ିଶାରେ ବର୍ତ୍ତମାନ ଏମାନଙ୍କର ସଂଖ୍ୟା ପ୍ରାୟ ଚାରି ଲକ୍ଷ । ଏଥି ମଧ୍ୟରୁ ମୋଗଲବନ୍ଦୀରେ ୪୦ ସହସ୍ର ଓ ଅବଶିଷ୍ଟାଂଶ ଗଡଜାତର ଅଧିବାସୀ । ଏମାନଙ୍କ ମଧ୍ୟରୁ କେତେକ ( କୋଲ, ମୁଣ୍ଡାକୋଲ, ଖାରିଆ, ପୁରାଣ, ଭୂମିଜ, ସାତାଳ ପ୍ରଭୃତି) ଭାରତବର୍ଷର ଉତ୍ତରପୂର୍ବ କୋଣ ଦେଇ ଆର୍ଯ୍ୟ ଆଗମନ ପୂର୍ବରୁ ଭାରତକୁ ଆସିଥିବାର ଓ କେତେକ (କନ୍ଧ, ଗଣ୍ଡ, ଝୋରାଗଣ୍ତ, ଧାରୁଆଗଣ୍ଡ, ଘାସୀଆ, ଜୁଆଙ୍ଗ, ତାଲା ବା ତଅଁଳା, ମାଳ, ଶଅର, ଶଉରୀ, ସାତ ପ୍ରଭୃତି) ଅତି ପୁରାକାଳରୁ ଭାରତବର୍ଷର ଉତ୍ତରପଶ୍ଚିମ କୋଣ ଦେଇ ଭାରତରେ ପ୍ରବେଶ କରିଥିବାର ଅନୁମିତ ହୋଇଅଛି । ଏପରି ଅନୁମାନର ସମ୍ଭବତଃ ହେତୁ ଏହି ଯେ ପ୍ରଥମୋକ୍ତ କେତେକ ଅସଭ୍ୟଜାତିଏ କେବଳ ବଙ୍ଗଳାହତା ମଧ୍ୟରେ ଓ ଶେଷୋକ୍ତ ଜାତିଙ୍କର ଅଂଶ ରାଜପୁତାନାଠାରୁ ଦକ୍ଷିଣ ଭାରତବର୍ଷ ବ୍ୟାପି ଦୃଷ୍ଟିଗୋଚର ହୁଅନ୍ତି । ଓଡିଶାର ଆଦିମବାସିଙ୍କ ମଧ୍ୟରେ ଜୁଆଙ୍ଗଜାତୀୟ ଅବଳାଏ ଢେଙ୍କାନାଳ, କେନ୍ଦୁଝରୀ ଓ ହିନ୍ଦୋଳରେ ଅଦ୍ୟାପି ସୁଦ୍ଧା କେବଳ ପତ୍ର ପିନ୍ଧି ବୁଲି ମନୁଷ୍ୟଜାତିର ଆଦିମ ଅବସ୍ଥାର ପରିଚୟ ଦେଉଅଛନ୍ତି । ଆଜିର ୨୫ବର୍ଷ ତଳେ କନ୍ଧଜାତିଙ୍କର ମେରିଆ ନରବଳି ଦାନ ମ୍ୟେକଫର୍ସନ ସାହେବଙ୍କଦ୍ୱାରା କିରୂପେ ନିବାରିତ ହୋଇଅଛି, ତାହା ଅନେକେ ଜାଣନ୍ତି । ଏମାନଙ୍କ ମଧ୍ୟରୁ କେତେକ ଆଜିଯାଏ ଚେର, ମୂଳ ଓ ମୃଗୟାଲବ‌୍‌ଧ ମାଂସଦ୍ୱାରା ଶରୀର ରକ୍ଷା କରନ୍ତି ଏବଂ କେତେକ ମଧ୍ୟ କିଞ୍ଚିତ୍ ଉନ୍ନତି ଅବସ୍ଥାକୁ ଲଭି ପେଟ ପୋଷିବାପାଇଁ ଚାଷ ଉପରେ ନିର୍ଭର କରନ୍ତି । ଧର୍ମରାଜ୍ୟର ଶୈଶବାବସ୍ଥାରେ ଏମାନେ ସ୍ଥିତ ଥିବାର ଜଣାଯାଏ । ହିନ୍ଦୁଙ୍କର ଜଗନ୍ନାଥ ଓ ଅନ୍ୟାନ୍ୟ ଶାସ୍ତ୍ରୀୟ ଦେବଦେବୀଙ୍କ ସଙ୍ଗେ ଏମାନଙ୍କର କୌଣସି ସମ୍ବନ୍ଧ ନାହିଁ ।