ପୃଷ୍ଠା:Odishara Itihas.pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୨
ଓଡ଼ିଶାର ଇତିହାସ।

ଓ ତାତ୍କାଳିକ କେତେକ ଅସଭ୍ୟ ଅଧିବାସିଙ୍କ ଉପରେ ପେ ଆଧିପତ୍ୟ ସଂଘଟିତ ହୋଇଥିଲା ଏଥିରେ କୌଣସି ସନ୍ଦେହ ନାହିଁ ।
ଏ ଦେଶର ନାମ-ଗଙ୍ଗା ମୁହାଣର ଦକ୍ଷିଣବର୍ତ୍ତୀ ବଙ୍ଗସାଗରର ଉପକୂଳସ୍ଥିତ ଦେଶଖଣ୍ଡ କୃଷ୍ଣାନ‌ଦୀ ଯାଏ ଅତି ପୂର୍ବକାଳରୁ ଖ୍ରୀଷ୍ଟାବ୍ଦ ପଞ୍ଚମଶତାବ୍ଦୀ ପର୍ଯ୍ୟନ୍ତ ସାଧାରଣ କଳିଙ୍ଗ * ନାମରେ ଅଭିହିତ ଥିବାର ଜଣାଯାଏ । ଋକ୍‌ବେଦ, ଇତିହାସ ଓ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ଅଶୋକ ମହାରାଜାଙ୍କ ସମୟରେ ଉକ୍ତ ଦେଶଖଣ୍ଡ କଳିଙ୍ଗ ନାମଦ୍ୱାରା ଆଖ୍ୟାତ ଥିଲା । ଖ୍ରୀଷ୍ଟାବ୍ଦ ଦ୍ୱିତୀୟଶତାବ୍ଦୀର ପ୍ଳିନି ନାମକ ଜନୈକ ରୋମକ ଗୋଦାବରୀ ନ‌ଦୀର ଉତ୍ତରବର୍ତ୍ତୀ ଉପକୂଳକୁ କଳିଙ୍ଗଉପକୂଳ ବୋଲି ନିର୍ଦ୍ଦେଶ କରିଅଛନ୍ତି । ଖ୍ରୀଷ୍ଟାବ୍ଦ ପଞ୍ଚମ ଶତାବ୍ଦୀର ଯେଉଁ ତାମ୍ରପଟାମାନ ବର୍ତ୍ତମାନ ଓଡ଼ିଶାରେ ମିଳୁଅଛି, ସେଥିରେ ମଗଧର ଗୁପ୍ତବଂଶୀୟ ମହାରାଜା ଭବଦେବ ଗୁପ୍ତ ଅପଣାକୁ ତ୍ରିକଳିଙ୍ଗାଧିପତି ବୋଲି ପ୍ରଚାରିତ କରିଅଛନ୍ତି । ତଦନନ୍ତର ଖ୍ରୀଷ୍ଟାବ୍ଦ ସପ୍ତମ ଶତାବ୍ଦୀର ଅବତିପୂର୍ବବର୍ତ୍ତୀ ଏକସମୟ ଲିଖିତ କୌଣସି ଏକ ତନ୍ତ୍ରରେ କଳିଙ୍ଗଦେଶର ସୀମା ଜଗନ୍ନାଥର ପୂର୍ବଭାଗରୁ କୃଷ୍ଣାନ‌ଦୀ ପର୍ଯ୍ୟନ୍ତ ବିସ୍ତୃତ ଥିବାର ବର୍ଣ୍ଣିତ ହୋଇଅଛି । ଆଜିକାଲି ଗଞ୍ଜାମଜିଲାର ଦକ୍ଷିଣବର୍ତ୍ତୀ ଦେଶ (ଉତ୍ତରସରକାର ପ୍ରଭୃତି) କଳିଙ୍ଗ ନାମରେ ଆଖ୍ୟାତ ହେଉଅଛି । ବର୍ତ୍ତମାନ ଏ ଦେଶର ଉତ୍କଳ ଓ ଓଡିଶା ନାମକ ଦୁଇ ନାମ ପ୍ରଥମତଃ କଳିଙ୍ଗର ଅନ୍ତର୍ବର୍ତ୍ତୀ କୌଣସି କୌଣସି ଅଂଶରେ ସୀମାବଦ୍ଧ ଥିବା ପ୍ରାୟ ପ୍ରତୀୟମାନ ହୁଏ । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର



* କଳିଂ + ଗଛତୀତି=କଳିଙ୍ଗ ( ଧାତ୍ୱର୍ଥ ) । ମହାରତରେ କଳିଙ୍ଗବାସିମାନେ ଅନାର୍ଯ୍ୟଜାତିଙ୍କ ଶ୍ରେଣୀଭୁକ୍ତ ହୋଇଅଛନ୍ତି ।

ତ୍ରିକଳିଙ୍ଗ=ସମ୍ଭବତଃ ଉତ୍କକଳିଙ୍ଗ (ଉତ୍କଳ) ମଧ୍ୟକଳିଙ୍ଗ (ଓଡ଼ଦେଶ ବା ଖୋର୍ଦ୍ଧା ଓ ଗଞ୍ଜାମ) ତଳକଳିଙ୍ଗ (ତୈଲଙ୍କ) ଏହିରୂପେ ବାବୁ ରଙ୍ଗଲାଲ ଦନ୍ଦ୍ୟୋପାଧ୍ୟାୟ, ଯାହାଙ୍କ ଶ୍ରମ ଓ ଯତ୍ନରେ ଏହି କୁଟିଳାକ୍ଷର ତାମ୍ରପଟାଚୟର ସାରୋଦ୍ଧାର ହେଉଅଛି, “ତ୍ରିକଳିଙ୍ଗ" ଶବ୍ଦର ଅର୍ଥ କରିଅଛନ୍ତି । ପ୍ଳିନି ମଧ୍ୟ କଳିଙ୍ଗକୁ କଳିଙ୍ଗ, ମଧ-କଳିଙ୍ଗ (ମଧ୍ୟକଳିଙ୍ଗ ବା ଗଙ୍ଗାମୁହାଣ ) ମକ-କଳିଙ୍କ (ମଗକଳିଙ୍ଗ ବା ଆରାକାନ ଦେଶ ) ଏହି ତିନି ଭାଗରେ ବିଭକ୍ତ କରିଅଛନ୍ତି । ସମ୍ଭବତଃ କଳିଙ୍ଗ ଶବ୍ଦ ପ୍ଳିନିଙ୍କଦ୍ୱାରା ଉପକୂଳ ଅର୍ଥରେ ବ୍ୟବହୃତ ହୋଇଅଛି ।

ଜଗନ୍ନାଥପୂର୍ବଭାଗାତ୍ କୃଷ୍ଣାତୀରାନ୍ତରଂ ଶିବେ ।
କଳିଙ୍ଗ ଦେଶସମ୍ପ୍ରୋକ୍ତ ରାମମାର୍ଗପରାୟଣଃ - ଶକ୍ତିସଙ୍ଗମ ତନ୍ତ୍ର ।