ପୃଷ୍ଠା:Odishara Itihas.pdf/୪୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି



୨୫

ଦ୍ୱିତୀୟ ଅଧ୍ୟାୟ

ନିର୍ଘଣ୍ଟରୁ ବୋଧ ହୁଅଇ ଯେ କେତେକ ନାମ ମହାଭାରତରୁ ଓ କେତେକ ବଡ଼ ବଡ଼ ଲୋକଙ୍କ ନମକୁ ଅବଲମ୍ବନ କରି ସଂଗୃହିତ ହୋଇଅଛି । ପ୍ରତ୍ୟେକ ରାଜା ହାରାହାରିରେ ଏକଦଶ ବର୍ଷ ରାଜତ୍ୱ କରିଥିବାର ଜଣା ଯାଉଅଛି । ଏହି ରାଜାଙ୍କ ମଧ୍ୟରୁ କେହି କେହି ୫୦୦ରୁ ୭୦୦ ବର୍ଷ ରାଜତ୍ୱ କରିଥିବାର ସୁଦ୍ଧା ପଞ୍ଜିକାରେ ଲିଖିତ ଅଛି । ମାତ୍ର ଯେତେବେଳେ ଭାରତବର୍ଷରେ ବେଦ ସଙ୍ଗୀତ ହେଉଥିଲା ତେତେବେଳେ ଲୋକେ କାତରସ୍ୱରରେ ଶତ‌ହିମ (ଶତ ବର୍ଷ) ପରମାୟୁ ଦେବତାଙ୍କୁ ପ୍ରାର୍ଥନା କରୁଥିଲେ । ପଞ୍ଜିକା ଲିଖିତ ରାଜାଏ କଳିକାଳର ନରପତି । ଏମାନଙ୍କର ଶତବର୍ଷ ପରମାୟୁରେ ସୁଦ୍ଧା ଅଧିକାର ନାହିଁ । ଏଣୁକରି ଏମାନଙ୍କର ଏତେ ଅଧିକ କାଅଲ ରାଜତ୍ୱ କରିଥିବାର ଯାହା ଲିଖିତ ଅଛି, ତାହା ସମ୍ପୁର୍ଣ୍ଣରୂପେ କାଳ୍ପନିକ ମାତ୍ର । ସୁତରାଂ ଆମ୍ଭେମାନେ ପଞ୍ଜିକାଲେଖକଙ୍କର ଏହି ଅତି ପୂର୍ବକାଳର ରାଜନିର୍ଘଣ୍ଟରେ ବିଶ୍ୱାସ ସ୍ଥାପନ କରି ନପାରି ତାହାକୁ ଏହି ପୃଷ୍ଠାମାନଙ୍କରୁ ବିସର୍ଜନ ଦେଲୁ ।

ଓଡ଼ିଶାରେ ଧର୍ମ ସଙ୍ଗେ ଇତିହାସର ସମ୍ବନ୍ଧ - ଓଡ଼ିଶାର ପୂର୍ବତନ ଇତିହାସର ସାମୟିକ ପରିବର୍ତ୍ତନମାନ ଧର୍ମମୂଳକ ଅଟଇ । ଆଦୌ ବୌଦ୍ଧ ଧର୍ମ ସ‌ହ ଏ ପ୍ରଦେଶକୁ ଆର୍ଯ୍ୟ ଆଗମନର ସ୍ରୋତ ବଳବତ୍ତର ହୋଇ ଏକସ‌ହସ୍ର ବର୍ଷ ପର୍ଯ୍ୟନ୍ତ ଏହି ଧର୍ମର ବିଶେଷ ଆନ୍ଦୋଳନ, କି ରାଜପରିବାର କି ସାଧାରଣ ଲୋକମଣ୍ଡଳୀ, ସର୍ବତ୍ର ପ୍ରଧାବିତ ରହିଲା । ତଦନନ୍ତର ଗୁପ୍ତବଶୀୟ ଓ କେଶରୀବଂଶୀୟ ନୃପଗଣଙ୍କ ସ‌ହିତ ଶୈବ ଉପାସନାର ପ୍ରାଦୁର୍ଭାବ ପ୍ରାୟ ସାତଶବର୍ଷ କାଳ ଏଦେଶରେ ବିଶେଷରୂପେ ଚଳିଲା । ଅବଶେଷରେ ପୁଣି ଚାରିଶବର୍ଷ କାଳ ପ୍ରାୟ ଗଙ୍ଗବଂଶୀୟ ରାଜାମାନେ ଏଠାରେ ବୈଷ୍ଣବଧର୍ମର ଟେକ ବଢ଼ାଇ ବ‌ହୁବିଧ ସଂସ୍କାରମାନ ସମାଜରେ ପ୍ରବର୍ତ୍ତିତ କରାଇଥିଲେ ।

ବୌଦ୍ଧଧର୍ମ - ଓଡ଼ିଶାର ପ୍ରକୃତ ପ୍ରାଚୀନ ଇତିହାସର ଆଭାଷ ସିଂହଳଦ୍ୱୀପସ୍ଥ ବୌଦ୍ଧଧର୍ମସମ୍ଭନ୍ଧୀୟ ପୁସ୍ତକମାନଙ୍କରେ ପ୍ରଥମ ଦୃଷ୍ଟିଗୋଚର ହୁଅଇ । ଖ୍ରୀଷ୍ଟପୂର୍ବ ୫୪୩ ଅବ୍ଦରେ (କେହି ଅବା ବୋଲନ୍ତି ଖ୍ରୀଷ୍ଟପୂର୍ବ ୫୫୦ ବର୍ଷରେ) ଶାକ୍ୟମୁନି* ଦେହତ୍ୟାଗ କଲେ ଏବଂ ସେହି ବର୍ଷ ଓଡ଼ିଶାକୁ ତାଙ୍କର ପବିତ୍ର ଦନ୍ତ ଆନୀତ ହୋଇ ପୁରୀନ‌ଗରୀରେ ସଂସ୍ଥାପିତ ହେଲା । ସିଂହଳପୁସ୍ତକରେ ଲିଖିତ ଅଛି ସେ ସମୟରେ ବ୍ରହ୍ମଦତ୍ତ ନାମକ ଜଣେ ବ୍ୟକ୍ତି ଓଡ଼ିଶାର ରାଜା ଥିଲେ ।


  • ଶାକ୍ୟମୁନି କପିଳବାସ୍ତୁ ରାଜାଙ୍କର ପୁତ୍ର । ତାଙ୍କ ବାଲ୍ୟକାଳର ନାମ ସିଦ୍ଧାର୍ଥ । ସେ ଶାକ୍ୟବଂଶର ଗୌତମ ଶାଖାରୁ ଜାତ ହୋଇଥଲେ ବୋଲି ଶାକ୍ୟ ଓ ଗୌତମ ନାମ ଧାରଣ କରିଥିଲେ । ଏକ କୁଷ୍ଠରୋଗୀ, ଏକ ବୃଦ୍ଧ ଓ ଏକ ଶବ