ପୃଷ୍ଠା:Odishara Itihas.pdf/୪୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଐରରାଜା—ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ସରିକି ବୌଦ୍ଧଧର୍ମର ପ୍ରାଦୁର୍ଭାବ ଓଡ଼ିଶାରେ ବର୍ଦ୍ଧିତ ହୋଇଥିଲା । କିନ୍ତୁ ବୌଦ୍ଧଧର୍ମର ପ୍ରାଦୁର୍ଭାବରେ ଓଡ଼ିଶାରୁ ଯେ ହିନ୍ଦୁଧର୍ମ ଏକାବେଳକେ ଓ ସମ୍ପୁର୍ଣ୍ଣରୂପେ ଉତ୍ପାଟିତ ହୋଇଥିଲା, ତାହା ନୁହେଁ । ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀର ମଧ୍ୟଭାଗରେ ଐର * ନାମକ ଏକ ରାଜା


ଭୋଜନରୁ ବିରତ ହୃଅ; (୭) ସାଧାରଣ ଖେଳ ପ୍ରଭୃତି ଦେଖିବାରୁ ବିରତ ହୁଅ; (୮) ବ‌ହୁମୂଲ୍ୟ ପରିଚ୍ଛଦ ପିନ୍ଧିବାରୁ ବିରତ ହୁଅ; (୯) ବଡ଼ ଶ‌ଯ୍ୟା ନ ଘେନ; (୧୦) ସୁନା ରୁପା ନ ନିଅ । ସଂସାରର ଅସାରତା ଚିନ୍ତା କରି ନିର୍ବାଣମୁକ୍ତି ଲଭିବା ବୌଦ୍ଧଧର୍ମର ମୂଲଭିତ୍ତି । ନିର୍ବାଣର ଅର୍ଥ ଆତ୍ମାର ଧ୍ୱଂସ ବୋଲି କେହି କେହି ସ୍ଥିର କରିଅଛନ୍ତି । ଅନ୍ତତଃ ବୌଦ୍ଧଦର୍ଶନ (ଯାହାକି ବୁଦ୍ଧଙ୍କର ମୃତ୍ୟୁ ଉତ୍ତାରୁ ସଂଗୃହିତ ହୋଇଥିଲା) ଏପରି ମତ ବ୍ୟକ୍ତ କରିଅଛି । ବୌଦ୍ଧଦର୍ଶନ ନାସ୍ତିକ ଦର୍ଶନ ଅଟେ । ମାତ୍ର ବୌଦ୍ଧଙ୍କର ସୂତ୍ର ଓ ନୀତିଶାସ୍ତ୍ରରେ ଏପରି ମତ ନାହିଁ । ସାଧାରଣ ବୌଦ୍ଧମାନେ ପାପୀ ଆତ୍ମାର ପୁନର୍ଜନ୍ମ ସ୍ୱୀକାର କରୁଥିଲେ ମଧ୍ୟ ସେମାନେ ବୁଦ୍ଧଙ୍କ ମୃତ୍ୟୁ ଉତ୍ତାରୁ ତାଙ୍କର ପବିତ୍ର ଅସ୍ଥି, ଦନ୍ତ ପ୍ରଭୃତି ପୂଜା କରୁଥିଲେ । ଶାକ୍ୟବୁଦ୍ଧ ଓ ଅନ୍ୟାନ୍ୟ ଅନେକ ବୁଦ୍ଧ ସ୍ବର୍ଗରେ ଅଛନ୍ତି ବୋଲି ମାନୁଥିଲେ ଓ ଶକ୍ତିସମ୍ପନ୍ନ ବୋଲି ପୂଜା କରୁଥିଲେ । ଦେବାନାମ୍ପିୟ ନାମକ କଣେ କଳିଙ୍ଗର ବୌଦ୍ଧନୃପତି ଈଶ୍ୱରସ୍ୱୀକାର ଓ ତାଙ୍କଠାରେ ବିଶ୍ୱାସ ରଖବୋଲି ଏକ ଆଜ୍ଞାରେ ଧଉଳିପର୍ବତରେ ତାଙ୍କ କର୍ମଚାରୀ ଓ ପ୍ରଜାଙ୍କ ଜ୍ଞାତବାର୍ଥେ ଖୋଦାଇ ଥିବାର ପ୍ରମାଣ ମିଳିଅଛି । ବୁଦ୍ଧ ସ୍ବୟଂ ଈଶ୍ୱର ଅସ୍ୱୀକାର କରୁଥିଲେ ବୋଲି କାହିଁ କହି ନାହାନ୍ତି । ମଧ୍ୟ ଏପରି ତାଙ୍କର ମତ ଥିଲେ ସାଧାରଣ ଲୋକେ ସେଥିରେ ଭୁଲି ନ ଥାନ୍ତେ । ସମ୍ଭବତଃ ମଧ୍ୟଭାଗର ବୌଦ୍ଧଦାର୍ଶନିକଙ୍କର ନାସ୍ତିକତା ଦାର୍ଶନିକ ମତ ମାତ୍ର ଥିଲା । ସୁତରାଂ କେହି କେହି ନିର୍ବାଣର ଅର୍ଥ ସଂସାରର ଦୁଃଖ ଓ ମାୟାରୁ ନିର୍ବାଣ ଅର୍ଥାତ୍ ମୁକ୍ତି ଲଭିବାର ବୋଲି କହନ୍ତି । କେହି କେହି ବୌଦ୍ଧଧର୍ମର ନିର୍ବାଣକୁ ଆନନ୍ଦଲାଭରେ (ଈଶ୍ୱରଲାଭ) ପରିଣତ କରିଅଛନ୍ତି ।

* ଇରା (ପୃଥିବୀ)ର ପୁତ୍ର = ଐର (ଧାତ୍ୱର୍ଥ) । ତାଙ୍କର ହିନ୍ଦୁ ଦେବଦେବୀ ଓ ବୌଦ୍ଧଧର୍ମର ବିଶ୍ୱାସ ଥିବା ଯୋଗୁଁ ସେ ଜୈନ ଥିଲେ ବୋଲି କେହି କେହି ଅନୁମାନ କରି ପାରନ୍ତି । ଜୈନଧର୍ମାବଲମ୍ବୀମାନେ କେତେକ ହିନ୍ଦୁ ଦେବଦେବୀ ଓ କେତେକ ବୌଦ୍ଧଧର୍ମ ମତରେ ବିଶ୍ୱାସ କରନ୍ତି ସତ୍ୟ, ମାତ୍ର ଏହା ବୌଦ୍ଧଧର୍ମରୁ ଉଦ୍ଭୁତ । ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରୁ ଜୈନ ଧର୍ମ ପ୍ରାଦୁର୍ଭୁତ ହୋଇଥିବା