ପୃଷ୍ଠା:Odishara Itihas.pdf/୫୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି



ଯୁଦ୍ଧଲବ୍ଧ ଦ୍ରବ୍ୟମାନ ସେ ବିତରଣକରୁଥଲେ । ଅବଶେଷରେ ସାଂସାରିକ ଭୋଗବିଳାସରେ ବିରକ୍ତ ହୋଇ ତୀର୍ଥ ଯାତ୍ରାରେ ବ‌ହିର୍ଗତ ହୋଇଥିଲେ ମଧ୍ୟ ଅନେକ ଗୁମ୍ଫା, ଭଜନାଳୟ ପ୍ରଭୃତି ନିର୍ମାଣର ଆଦେଶ ଦେଇଥିଲେ ।

ଅହୁରି ପ୍ରକାଶିତ ହୋଇଅଛି ସେ କଳିଙ୍ଗଦେଶରେ ଐରଙ୍କର ସମକାଳ ଓ ତ‌ତ୍‌ପରବର୍ତ୍ତୀ ସମୟରେ ବାଣିଜ୍ୟ ଚଳୁଥିଲା । ସୁକ୍ଷ୍ମ ଓ ଛିଟବସ୍ତ୍ରମାନ ମଧ୍ୟ ଏଠାରେ ପ୍ରସ୍ତୁତ ହେଉଥିଲା * । ତ‌ତ୍କାଳୀନ ରାଜାମାନଙ୍କର ଅର୍ଣ୍ଣବପୋତଚାଳନ ବିଦ୍ୟାରେ ଗତି ଥିଲା ଓ ସେମାନେ ସମୁଦ୍ରବାଣିଜ୍ୟରେ ପ୍ରବୃତ୍ତ ହେଉଥିଲେ । ଚିଲ୍କା ସେ ସମୟରେ ସମ୍ଭବତଃ ଏ ଦେଶର ବନ୍ଦର ଥିବାର ଅନୁମିତ ହୋଇଅଛି । ମଧ୍ୟ ସପ୍ତମ ଶତାବ୍ଦୀରେ ଜନୈକ ଚୀନପରିବ୍ରାଜକ ଚିଲ୍କା ହ୍ରଦରେ ଅର୍ଣ୍ଣବପୋତ ଯାତାୟାତ କରୁଥିବାର ଦେଖିଥିବା ସ୍ଥଳେ ତ‌ହିଁ ପୂର୍ବଶତାବ୍ଦୀମାନଙ୍କରେ ଚିଲ୍କା ଅର୍ଣ୍ଣବପୋତ ଗମନାଗମନର ବନ୍ଦର ଥିଲା ବୋଲି ଅନୁମାନ କରିବା ନିତାନ୍ତ କାଳ୍ପନିକ ଓ ଅମୁଳକ ନୁହେଁ । ଦେଶର ଉଲ୍ଲିଖିତ ବର୍ଣ୍ଣନାରୁ ରାଜାଙ୍କର ଉନ୍ନତ ଓ ସଭ୍ୟତାସମ୍ପନ୍ନ ଅବସ୍ଥା ଥିବାର କେତେକ ପରିଚୟ ମିଳୁଅଛି । । ଅଶୋକ ରାଜା—ଅନନ୍ତର ତୃତୀୟ ଶତାବ୍ଦୀ ସରିକି (ଖ୍ରୀଷ୍ଟପୂର୍ବ ୨୫୦ ବର୍ଷ) ବୌଦ୍ଧଧର୍ମ ଓଡିଶାର ପ୍ରଧାନ ଧର୍ମ ହୋଇ ଉଠିଥିଲା । ସେ ସମୟରେ ବୌଦ୍ଧଧର୍ମାବଲମ୍ବୀ ମୌର୍ଯ୍ୟବଂଶୀୟ ô ଅଶୋକ ରାଜା ମଗଧ ସିଂହାସନରେ ଅଧିଷ୍ଠିତ


* Hunter's Oriss. Vol. 1. P. 197. । ଉଇଲସନସାହେବ ମଧ୍ୟ ପୂର୍ବକାଳରେ କଳିଙ୍ଗଦେଣରେ ଛିଟ ପ୍ରସ୍ତୁତ ହେଉଥିବାର ଲେଖିଅଛନ୍ତି । ବର୍ତ୍ତମାନସୁଦ୍ଧା ଦାକ୍ଷିଣାତ୍ୟ ଛିଟ ପାଇଁ ବିଖ୍ୟାତ ।

ô ମୌର୍ଯ୍ୟ ବା ମୌରେୟ । ମଗଧର ଗୁପ୍ତବଂଶୀୟ ପ୍ରଥମ ରାଜା ଚନ୍ଦ୍ରଗୁପ୍ତ, ଜନୈକ ନନ୍ଦରାଜାଙ୍କ ଔରସରେ ମୁରାନାମ୍ନୀ ଏକ ଭଣ୍ଡାରୁଣୀ ଗର୍ଭରୁ ଜାତ ହୋଇଥିଲେ । ପଣ୍ଡିତ ଚାଣକ୍ୟଙ୍କ ମନ୍ତ୍ରଣା ଓ ସହାୟତାରେ ନନ୍ଦବଂଶୀୟ ଶେଷ ରାଜାଏ ବିନଷ୍ଟ ହୋଇ, ସେ ସିହାଂସନରେ ଅଧିଷ୍ଠିତ ହେଲେ । ମୁଦ୍ରାରାକ୍ଷସ ନାମକ ନାଟକରେ ଚନ୍ଦ୍ରଗୁପ୍ତଙ୍କୁ “ମୌରେୟ ( ମୁରାର ପୂତ୍ର ) ବୋଲି ଗ୍ରନ୍ଥକାର ବିଶାଖଦତ୍ତ ସମ୍ବୋଧନ କରିଅଛନ୍ତି । ଏଣୁକରି ଗୁପ୍ତବଂଶୀୟ ତଦ୍‌ବଂଶସମ୍ଭୁତ ରାଜାଏ ମୌରେୟ ବା ମୌର୍ଯ୍ୟବଂଶୀୟ ବୋଲି ଉଲ୍ଲିଖିତ ହୋଇଥିବାର ସ୍ଥିରୀକୃତ ହୋଇଅଛି । ଅଶୋକରାଜା ସମ୍ଭବତଃ ଗୁପ୍ତ ବଂଶସମ୍ଭୁତ ରାଜା ଥିଲେ । ତାଙ୍କର ପ୍ରକୃତ ନାମ ପ୍ରୟଦର୍ଶୀ; ଅଶୋକ ଉପାଧିଗତ ନାମ ପ୍ରାୟ । ପ୍ରତୀୟମାନ ହୃଅଇ । ବାଲ୍ୟକାଳରେ ବିଳାସପ୍ରିୟ ଥିଲେ ବୋଲି କାମାଶୋକ, ଯୌବନାବସ୍ଥାରେ ଅତ୍ୟାଚାରୀ ଥିଲେ ବୋଲି ଚଣ୍ଡାଶୋକ ଓ ଅନନ୍ତର ଧାର୍ମିକ