ପୃଷ୍ଠା:Odishara Itihas.pdf/୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଥିଲେ । ବସ୍ତୁତଃ ତଦାନୀନ୍ତନ ସମସ୍ତ ବୌଦ୍ଧଧର୍ମବ୍ୟାପିତ ରାଜ୍ୟର ସମ୍ରାଟରୂପେ ପରିଗଣିତ ହୋଇ ସେ ଦେଶମାନଙ୍କରେ ଆପଣାର ସମ୍ପୂର୍ଣ୍ଣ କ୍ଷମତା ଚଳାଉ ଥିଲେ । ତେତେବେଳେ ଓଡ଼ିଶାରେ ରାଜା ଥିଲେ ସତ୍ୟ କିନ୍ତୁ ସେମାନେ ବୌଦ୍ଧମତାବଲମ୍ବୀ ଓ ସମ୍ପୁର୍ଣ୍ଣରୂପେ ଅଶୋକରାଜାଙ୍କର ଅଜ୍ଞାଧୀନ ଥିଲେ । ଖୋର୍ଦ୍ଧା ଅନ୍ତଃପାତି ଧଉଳିପର୍ବତରେ ଅଶୋକଙ୍କ ସୁପ୍ରସିଦ୍ଧ ଏକାଦଶ ଆଜ୍ଞା ଅଙ୍କିତ ଥାଇ ଅଦ୍ୟାପି ପ୍ରଚ୍ଛନ୍ନଭାବରେ ବୌଦ୍ଧଧର୍ମର ଦୟା ଓ ସ‌ହିଷ୍ଣୁତାର ଭାବ ପ୍ରଚାର କରୁଅଛି * । ଉକ୍ତ ଏକାଦଶ ଆଜ୍ଞା ପାଶରେ ସ୍ଥାନୀୟ ରାଜାଙ୍କର ଯୋଡ଼ିଏ ଆଜ୍ଞା ମଧ୍ୟ ଅଙ୍କିତ ହୋଇଅଛି # । ଏ ଆଜ୍ଞାମାନ ସମସ୍ତ ପାଲିଭାଷାରେ ଲିଖିତ । ବୌଦ୍ଧରାଜାମାନେ ସାଧାରଣ ହିତକରୀ ନାନା କାର୍ଯ୍ୟର ଅନୁଷ୍ଠାନ କରୁଥଲେ । ପୀଡ଼ିତ ମନୁଷ୍ୟଙ୍କୁ ମଧ୍ୟ ପୀଡ଼ିତ ପଶୁପକ୍ଷୀଙ୍କ ଔଷଧଦାନରେ ହେଲେ ବୋଲି ଧର୍ମାଶୋକ ପଦମାନ ଲାଭ କରିବାର ଲଖିତ ଅଛି । ଜଣେ ଚୀନଲେଖକ ଲେଖିଅଛନ୍ତି ଅଶୋକ ତାଙ୍କ ପିତାଙ୍କ ଔରସରେ ଏକ ବଣିକ କନ୍ୟାଙ୍କ ଗର୍ଭରୁ ଜନ୍ମିଥିଲେ; ସେ ଶୂର ଥିଲେ; ନେପାଳ ଜୟ କରି ପିତାଙ୍କଠାରୁ ପାଟଳୀପୁତ୍ର ପୁରସ୍କାରସ୍ୱରୂପ ଲାଭ କରିଥିଲେ; ତାଙ୍କ ପିତାଙ୍କର ମଗଧରେ କ୍ଷମତାଶାଳୀ ଆଧିପତ୍ୟ ଥିଲା । କିନ୍ତୁ ତେତେବେଳେ ମଗଧରେ କେବଳ ଗୁପ୍ତବଂଶୀୟ ରାଜାଏ କ୍ଷମତା ଓ ପ୍ରାଧାନ୍ୟ ଲଭିଥିଲେ । ଏଣୁ ଅଶୋକଙ୍କ ବଂଶ ସମ୍ବନ୍ଧରେ ଆମ୍ଭମାନଙ୍କର ଉଲ୍ଲିଖିତ ଅନୁମାନ ନିତାନ୍ତ ଅସମ୍ଭବପର ନୂହେ । ଏହିସବୁରୁ ବୋଧ ହୁଅଇ ଅଶୋକ ବାହୁବଳରେ ନାନା ଯୁଦ୍ଧ ଜୟ କରି ତାତ୍କାଳିକ ଭାରତର ସମ୍ରାଟ ହୋଇଥଲେ । ଅବଶେଷରେ ବୌଦ୍ଧଧର୍ମ ଗ୍ରହଣ କରି ବୌଦ୍ଧସମ୍ରାଟ ବୋଲାଇଥିଲେ । ମଗଧର ଆଦିମ ଗୁପ୍ତବଂଶୋଦ୍ଭବ ରାଜାମାନେ ତାଙ୍କ ରାଜତ୍ୱ ସମୟରେ ହୀନପ୍ରଭ ହୋଇ, ସମ୍ଭବତଃ ତାଙ୍କର କରଗତ ହୋଇଥିଲେ । ଅଶୋକଙ୍କର ମୃତ୍ୟୁ ଉତ୍ତାରୁ ଗୁପ୍ତବଂଶୀୟ ରାଜାମାନେ ପୁଣି କ୍ଷମତାବିଶିଷ୍ଟ ହୋଇ ରାଜତ୍ୱ କରିଥିବାର ମଧ୍ୟ ସହଜେ ଅନୁମାନ କରାଯାଇ ପାରେ ।

* ପରିଶିଷ୍ଟରେ ପ୍ରକାଶିତ ହେବ ।

# ଏହି ସ୍ଥାନୀୟ ରାଜାଙ୍କର ନାମ ଦେବାନାମିୟ (ଦେବତାମାନଙ୍କର ପ୍ରିୟ) ଥିଲା । ସମ୍ଭବତଃ ସେ ଅଶୋକଙ୍କ ସମକାଳୀନ ଥିଲେ । ଧଉଳିପର୍ବତରେ ଅଙ୍କିତ ହୋଇଥିବା ଅଶୋକଙ୍କର ଆଜ୍ଞାଚୟ ଉପରେ ଓ ତଳେ ଯଥାକ୍ରମେ ଏ ରାଜାଙ୍କର ଆଜ୍ଞାଯୋଡ଼ିକ ଅଙ୍କିତ ହୋଇଅଛି । ଏହି ସ୍ଥାନୀୟ ରାଜାଙ୍କର