ପୃଷ୍ଠା:Odishara Itihas.pdf/୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସ୍ଥାନ ସ୍ଥାନରେ କୂପଖନନ ଓ ବର୍ତ୍ମ‌ପାର୍ଶ୍ୱରେ ବୃକ୍ଷରୋପଣ କରିବା ବିଷୟରେ, ସେମାନେ ସାତିଶୟ ଯତ୍ନବାନ୍ ଥିଲେ । ସେମାନଙ୍କ ରାଜ୍ୟଶାସନପ୍ରଣାଳୀ ସ୍ୱେଚ୍ଛାଚାରିତାଯୁକ୍ତ ଥିଲା । କିନ୍ତୁ କୌଣସି ବ୍ୟକ୍ତି କାହାରି ପ୍ରାଣ ବଧ କଲେ ସେ ପ୍ରାଣଦଣ୍ଡର ଆଜ୍ଞା ନ ପାଇ ସେମାନଙ୍କ ଶାସନପ୍ରଣାଳୀ ରୀତି ଅନୁସାରେ ଚିର କାରାରୁଦ୍ଧ ହେଉଥିଲା । ସାଧାରଣ ଲୋକଙ୍କ ନୀତିଶିକ୍ଷା ପ୍ରତି ବୌଦ୍ଧନରପତିମାନଙ୍କର ବିଶେଷ ମନୋଯୋଗ ଓ ଦୃଷ୍ଟି ନିପତିତ ହେଉଥିଲା । ଏହି ଅଭିପ୍ରାୟସାଧନାର୍ଥ ତ‌ତ୍ତ୍ୱାବଧାରକମାନେ ନିଯୁକ୍ତ ହୋଇ ଲୋକନିର୍ବିଶେଷରେ ସାଧାରଣ୍ୟର ବହିଃସ୍ୱଭାବ ଓ ଅନ୍ତଃସ୍ୱଭାବ ନିରୀକ୍ଷଣ କରୁଥିଲେ । ଆଜିକାଲି ଯେପରି ଖ୍ରୀଷ୍ଟଧର୍ମାବଲମ୍ବୀ ଇଂରାଜକର୍ମଚାରୀଙ୍କ ସକାଶେ ରାଜକୋଷମୁଦ୍ରାରୁ ଭଜନାଳୟମାନ ସ୍ଥାନ ସ୍ଥାନରେ ପ୍ରସ୍ତୃତ ହେଉଅଛି, ଅଶୋକଙ୍କ ସମୟରେ ସେହିପରି କର୍ମଚାରିଙ୍କ ସକାଶେ ଧଉଳିପର୍ବତର ନିକଟବର୍ତ୍ତୀ ତାତ୍କାଳିକ କଳିଙ୍ଗର ବୌଦ୍ଧରାଜଧାନୀ ତୋସାଲି * ନଗରରେ ଧ୍ୟାନାଳୟ ଓ ଦୁର୍ବଳ ଲୋକଙ୍କ ସକାଶେ ଔଷଧାଳୟ ନିର୍ମିତ ହୋଇଥିଲା । ଜାତିନିର୍ବିଶେଷରେ କି ସଭ୍ୟ,
ପ୍ରଥମ ଆଜ୍ଞା କିଛି ଅପେକ୍ଷାକୃତ ବଡ଼ ଅକ୍ଷର ଓ ଅସୁନ୍ଦରରୂପେ ଖୋଦିତ ଏବଂ ଅନ୍ୟ ଆଜ୍ଞାଟି ସମସ୍ତ ପୂର୍ବଖୋଦିତ ଶାସନ ଅପେକ୍ଷା ଅଧିକ ସତର୍କତାର ସହିତ ଓ ସୁନ୍ଦରତରରୂପେ ଅଙ୍କିତ ହୋଇଥିବାରୁ ଏହି ଆଜ୍ଞାଦ୍ୱୟକୁ ଭିନ୍ନ ସମୟ — ସମ୍ଭବତଃ ଅଶୋକଙ୍କ କାଳ ଉତ୍ତାରୁ ଖୋଦିତ ହୋଇଥିବାର କେହି କେହି ଅନୁମାନ କରିଅଛନ୍ତି । କିନ୍ତୁ ଉଲ୍ଲିଖିତ ହେତୁମାନ ଯୁକ୍ତିଯୁକ୍ତ ନୁହେଁ; ବିଶେଷତଃ ଅଙ୍କନକାର୍ଯ୍ୟରେ ଏହିପରି ହେବାର ସ୍ୱାଭାବିକ । ସମ୍ଭବତଃ ସମ୍ରାଟ ଅଶୋକଙ୍କ ଆଜ୍ଞା ଅଙ୍କିତ କରିବାର ଆଦେଶ ପାଇ ସ୍ଥାନୀୟ ରାଜା ଦେବାନାମ୍ପିୟ ସେଥି ସଙ୍ଗେ ସଙ୍ଗେ ସ୍ୱୀୟ ପ୍ରଧାନନଗର ତୋସାଲିର କର୍ମଚାରୀ ପ୍ରଭୃତିଙ୍କ ସମ୍ବନ୍ଧରେ ନିଜର ଆଜ୍ଞା ପ୍ରଚାରିତ କରିଥିଲେ । ଅଥବା ଦେବାନାମ୍ପିୟ ଅନ୍ୟ ରାଜା ନ ଥାଇ ସେ ସ୍ୱୟଂ ଅଶୋକ ଥିଲେ; ଯେହେତୁ ସେ ମଧ୍ୟ ନିଜ ଶାସନଚୟ ମଧ୍ୟରେ ଆପଣାକୁ "ଦେବାନାମ୍ପିୟ ରାଜା ପ୍ରିୟଦଶୀ" ବୋଲି ଉଲ୍ଲେଖ କରିଅଛନ୍ତି । ଯାହାହେଉ ସ୍ଥାନୀୟ ଆଜ୍ଞାଯୋଡିକ ଯେ ଅଶୋକଙ୍କ ସୁପ୍ରସିଦ୍ଧ ଏକାଦଶ ଆଜ୍ଞାର ସମକାଳୀନ, ଏହା ସମ୍ଭବପର ଅଟେ । ଏ ଆଜ୍ଞାଯୋଡ଼ିକ ମଧ୍ୟ ପରିଶିଷ୍ଟରେ ପ୍ରକାଶିତ ହେବ ।
*ବ୍ରହ୍ମାଣ୍ଡପୁରାଣରେ "ତୋସଲ କୋଶଳକ" ବା କୋଶଳର ଅନ୍ତର୍ଗତ ତୋସଲ ବୋଲି ଲିଖିତ ଅଛି । ଗ୍ରୀକଲେଖକ ଟଲମି ତୋସଲିକୁ ଗଙ୍ଗାର (ଗଙ୍ଗାଦେଣର) ଅପରପାର୍ଶ୍ୱବର୍ତ୍ତୀ ଓ ନାଗଲୋକ ଅଧିବାସିତ ଏକ ପାହାଡର