ପୃଷ୍ଠା:Odishara Itihas.pdf/୫୪

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


କି ଅସଭ୍ୟ, ଓ ଆର୍ଯ୍ୟ, କି ଯବନ; ବିନା ଦେଶଭେଦରେ କି ଭାରତବର୍ଷ, କି ପୃଥିବୀର ଅନ୍ୟାନ୍ୟ ସ୍ଥାନମାନ, ଅଶୋକ ବୌଦ୍ଧଧର୍ମ ପ୍ରଚାର କରିବା ସକାଶେ ଆଜ୍ଞା ଦେଇ ଥିବାର ଖୋଦିତଲିପିରେ ଦୃଷ୍ଟ ହୁଅଇ ! ତଥାପି ବ୍ରାହ୍ମଣଙ୍କ ପ୍ରତି ତାଙ୍କର ଅନାସ୍ଥ ଜନ୍ମି ନଥିଲା । ସେମାନଙ୍କୁ ସମ୍ମାନ କରିବା ଓ ଦାନ ଦେବାପାଇଁ ଅଶୋକଙ୍କଦ୍ୱାରା ସାଧାରଣ ବୌଦ୍ଧମାନେ ଆଜ୍ଞାପିତ ହୋଇଥିଲେ । ଅଶୋକଙ୍କ ସମୟରେ କଳିଙ୍ଗ ବୌଦ୍ଧମାନେ ସ୍ପଷ୍ଟ ଏକେଶ୍ୱରବାଦୀ ଥିଲେ ।

ଖଣ୍ଡଗିରି ଓ ଉଦୟଗିରି — ଖ୍ରୀ:ପୂ: ଷଷ୍ଠ ଶତାବ୍ଦୀରେ ବୁଦ୍ଧଦେବଙ୍କର ପବିତ୍ର ଦନ୍ତ ଆନୀତ ହୋଇ ପୁରୀନଗରରେ ଅଧୁଷ୍ଠିତ ହୋଇଥିଲା । ସୁତରଂ ଓଡ଼ିଶା ମଧ୍ୟରେ ପୁରୀନଗରକୁ ବୌଦ୍ଧଧର୍ମର କେନ୍ଦ୍ରସ୍ଥଳୀ ବୋଲିବାକୁ ହେବ । କନ୍ତୁ ଧର୍ମ ସଙ୍ଗେ ସ୍ୱଭାବର ବିଶୁଦ୍ଧ ମୈତ୍ରତା ପୁରୀନ‌ଗରୀର ଅନତିଦୂରବର୍ତ୍ତୀ ଏବଂ ଭୁବନେଶ୍ୱରର ପ୍ରାୟ ଏକକ୍ରୋଶ ପଶ୍ଚିମ ଓ ଉତ୍ତରପଣ୍ଚିମରେ ଅବସ୍ଥିତ ଏବଂ ଅନତିଉଚ୍ଚ ଖଣ୍ଡଗିରି ଓ ଉଦୟଗିରିର ପ୍ରାକୃତିକ ଶୋଭା ଧ୍ୟାନମତ୍ତ ବୌଦ୍ଧଯୋଗୀଙ୍କର ଚିତ୍ତ ଅକର୍ଷଣ କରିଥିଲା । ସେମାନେ ଏହି ଗଣ୍ଡଶୈଳ ଦ୍ୱୟରେ ଧର୍ମ ସାଧନର ଉପଯୁକ୍ତ ଓ ନିର୍ଜନସ୍ଥାନ ପ୍ରାପ୍ତ ହୋଇ, ଏହି ପାହାଡ଼ଦ୍ୱୟରେ ଯୋଗଧ୍ୟାନ ଅରମ୍ଭ କଲେ । ଖଣ୍ଡଗିରି ଓ ଉଦୟଗିରିରେ ଯେଉଁ ସର୍ପ ଗ‌ହ୍ୱର ଓ ବ୍ୟାଘ୍ର ଗ‌ହ୍ୱର ଦୃଷ୍ଟିଗୋଚର ହୁଅଇ, ସେମାନ ଆଦିମ ଅବସ୍ଥାର ବୋଦ୍ଧଧର୍ମାବଲମ୍ବୀଙ୍କଦ୍ୱାରା ବତୁର୍ଥ ଶତାବ୍ଦୀ ପୂର୍ବରେ ପାହାଡ଼ ଦେହରୁ ଗଠିତ ହୋଇଥିଲା । ଖଣ୍ଡଗିରି ଓ ଉଦୟଗିରିର ସ୍ଥାନ ସ୍ଥାନରେ ସ୍ତମ୍ଭବିଶିଷ୍ଟ ବାୟୁସଂଚାରିତ ପ୍ରକୋଷ୍ଠମାନ ଦେଖାଯାଏ । ଏହି ପ୍ରକୋପ୍ଠଚୟର ଦୁଇପାର୍ଶ୍ୱରେ କ୍ଷୁ୍ଦ୍ର କ୍ଷୁଦ୍ର କୋଠରୀମାନ ମଧ୍ୟ ନେତ୍ରଗୋଚର ହୁଅଇ, ତଦନନ୍ତର ଏହି ଗଣ୍ଡଶୈଳରେ ଅଧିକତର ଶୋଭାବ‌ହ ନିକଟବର୍ତ୍ତୀ ନ‌ଗର ଥିବାର ଲେଖାଛନ୍ତି । ନାଗଜାତିଏ ନାନାଦିଗରେ ବାସ କରୁଥିଲେ । ମହାନଦୀ ଓ ତ‌ତ୍‌ଶାଖାବ୍ୟାପୃତ ଦେଶର ନାମ ପୁର୍ବେ କୋଶଳ ଥିବାର ପ୍ରମାଣ ମିଳିଅଛି । ଏଣୁକରି ତୋସଲିକୁ ଧଉଳି ପର୍ବତର ନିକଟବର୍ତ୍ତୀ ବୋଲି ଅନୁମାନ କରାଯାଇପାରେ । ମଧ୍ୟ ଏହି ସବୁରୁ ଜଣାଯାଏ ଯେ ପୂର୍ବେ ଏ ସ୍ଥାନୀୟ ବୌଦ୍ଧଙ୍କର ପୁରୀ ଧର୍ମସ୍ଥଳୀ ଓ ତୋସଲି ଶାସନସ୍ଥଳୀ ବା ରାଜଧାନୀ ଥିଲା ।

*ବୌଦ୍ଧମାନେ ଯେ ଭୀଷଣ ପଶୁଙ୍କ ଆକାରକୁ ଅନୁକରଣ କରି ପ୍ରଥମେ ଗହ୍ୱରମାନ କରୁଥଲେ, ଏଥିର ଅର୍ଥ ଅଛି । ଧର୍ମର ପ୍ରଥମାବସ୍ଥାରେ ଧର୍ମର ବେଗ ଅଧିକ ଥିଲା । ଲେକେ ପ୍ରକୃତ ନିଜ ନିଜ କୁପ୍ରବୃତ୍ତିର ଶାସନ ଲେଡ଼ୁଥିଲେ ।