ପୃଷ୍ଠା:Odishara Itihas.pdf/୫୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୭
ଦ୍ୱିତୀୟ ଅଧ୍ୟାୟ ।
ପ୍ରଭୃତି ସ୍ଥାନମାନଙ୍କୁ ଏହି ସମୟରେ ପ୍ରାୟ ବୌଦ୍ଧମାନେ ଯାଇଥିଲେ । ମାତ୍ର ଏ ସ୍ଥାନମାନଙ୍କରେ ବର୍ତ୍ତମାନ ଯେଉଁ ସବୁ ଭଗ୍ନାବଶେଷ ଦେଖାଯାଏ ସେମାନ ଅଧିକାଂଶ ପ୍ରାୟ ଜୈନ‌କୀର୍ତ୍ତି * ।
ଯାବା ଉପନିବେଶ-ଖ୍ରୀଷ୍ଟପୂର୍ବ ଶେଷ କେତେବ ଶଢାବ୍ଦୀରେ ଅର୍ଣ୍ଣ‌ବପୋତ ବ୍ୟବହାର କଳିଙ୍ଗରେ ବିଦ୍ୟମାନ ଥିବା ବିଷୟ ଏଥିପୂର୍ବେ ଲିଖିତ ହୋଇଅଛି; ସୁତରାଂ ସେ ସମୟମାନଙ୍କରେ ଅର୍ଣ୍ଣବପୋତରେ ଚଢ଼ି ଦେଶ ବିଦେଶକୁ ଯେ ଏ ଦେଶବାସିମାନେ ଗମନାଗମନ କରୁଥିଲେ ଏଥିରେ ସନ୍ଦେହ ନାହିଁ । ବିଶେଷତଃ ପ୍ରମାଣ ମିଳିଅଛି ଯେ ପ୍ରଥମ ଶତାବ୍ଦୀରେ ଏ ଦେଶବାସିଏ ଅବର୍ଣ୍ଣପୋତରେ ଯାତ୍ରା କରି ଯାବା ବାଳୀଦ୍ୱୀପରେ ଉପନିବେଶ ସଂସ୍ଥାପନ କରିଥିଲେ । ଆନୁମାନିକ ୭୪ ଖ୍ରୀଷ୍ଟାବ୍ଦରେ ସେମାନେ କଳିଙ୍ଗ ଉପକୁଳ ତ୍ୟାଗ କରିଥିଲେ । ଅଦ୍ୟାପି ଯାବାଦ୍ୱୀପବାସିମାନେ କ୍ଳିଙ୍ଗ (କଳିଙ୍ଗ) ଦେଶରୁ ଯାଇ ଥିବାର ପରିଚୟ ଦିଅନ୍ତି । ଫାହିୟାନ୍ ନାମକ ଚୀନପରିବ୍ରାଜକ ଚତୁର୍ଥ ଶତାବ୍ଦୀରେ ଯେତେବେଳେ ଯାବାଦ୍ୱୀପଦର୍ଶନାର୍ଥ ଗମନ କରିଥିଲେ, ତେତେବେଳେ ସେଠାରେ ସେ ଅନେକ ବ୍ରାହ୍ମଣ ଓ ବିଧର୍ମିମାନକୁ (ହିନ୍ଦୁଙ୍କୁ) ଦେଖି ଥିବାର ଲେଖିଅଛନ୍ତି । ବର୍ତ୍ତମାନ ଯାବାରେ ସଂସ୍କୃତ ଖୋଦିତଲିପିମାନ ମିଳୁଅଛି । ଆଜିକାଲି ସୁଦ୍ଧା ଯାବାବାସିଏ ଉକ୍ତ ଦ୍ୱୀପ ମଧ୍ୟରେ ମହାଭାରତ‌ଯୁଦ୍ଧର ସ୍ଥାନ ନିର୍ଦ୍ଦେଶ କରନ୍ତି ।
ବୌଦ୍ଧଧର୍ମ ଏପରି ବିସ୍ତୃତ ହୋଇଥିଲା ଯେ ଆଜିକାଲି ଓଡ଼ିଶାର ସର୍ବତ୍ର ଧ୍ୟାନଶୀଳ ବୁଦ୍ଧମୂର୍ତ୍ତି ଦୃଷ୍ଟିଗୋଚର ହୁଅଇ । କିନ୍ତୁ ଲୋକେ ସେ କଥାକୁ ଏପରି ଭୁଲିଅଛନ୍ତି ଯେ ସେମାନ ବୁଦ୍ଧମୂର୍ତ୍ତି ବୋଲି କହି ପାରନ୍ତି ନାହିଁ । ଯାଜପୁରଠାରେ ଗୋଟିଏ ଅତି ସୁପ୍ରକାଣ୍ଡ ବୁଦ୍ଧମୂର୍ତ୍ତି ଜଣେ ଦୁଃଖିଲୋକର ବାଡ଼ି ମଧ୍ୟରେ ଆଜିଯାଏ ପଡ଼ି ରହିଅଛି । ମୃର୍ତ୍ତିଟି ମୁଗୁନିପଥରର । ଲମ୍ବରେ ୮ ହାତରୁ ଊର୍ଦ୍ଧ୍ୱ ହେବ । କିନ୍ତୁ ଗୃହସ୍ୱାମିକି ପଚାରିଲେ ସେ ଏହି ମୃର୍ତ୍ତି ବୁଦ୍ଧମୂର୍ତ୍ତି ବୋଲି ନ କହି, ସନ୍ଥମାଧବଙ୍କର ମୂର୍ତ୍ତି ବୋଲି ନିର୍ଦ୍ଧେଶ କରଇ ।
Indian Antiquary, Bom, Pt. 45. P. 356. ବର୍ତ୍ତମାନ ସେମାନଙ୍କର ମାତୃଭାଷା ମାଳୟ ହେଲେ ସୁଦ୍ଧା, ସେମାନଙ୍କର କବିତା ଓ ଧର୍ମପୁସ୍ତକମାନ ସଂସ୍କୃତଭାଷାରେ ଅଛି । ।
ହଣ୍ଟର ସାହେବ ଏହି ଯାବା ଉପନିବେଶିଙ୍କି ଅୟୋନୀୟଗ୍ରୀକ ବୋଲି ସ୍ଥିର କରିଅଛନ୍ତି । ସେମାନେ ଗ୍ରୀକ ହୋଇଥିଲେ ନିଜ ମାତୃଭାଷା ଯାବାଦ୍ୱୀପକୁ