ପୃଷ୍ଠା:Odishara Itihas.pdf/୬୦

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୮
ଓଡ଼ିଶାର ଇତିହାସ ।
ବୌଦ୍ଧଙ୍କ ସମୟର ପ୍ରସ୍ତର ଶିଳ୍ପ- ବୌଦ୍ଧମାନେ ଏ ଦେଶରେ ପ୍ରାଦୁର୍ଭୂତ ହୋଇଥିବା ସମୟରେ ଖଣ୍ଡଗିରି ପ୍ରଭୃତି ଶୈଳମାନଙ୍କରେ ରଚିଥିବା ପ୍ରସ୍ତରଶିଳ୍ପର ଯେଉଁ ଅବଶିଷ୍ଟ ଚିହ୍ନମାନ ବର୍ତ୍ତମାନ ଭାରତବର୍ଷ ଓ ଇଉରୋପସ୍ଥ ପଣ୍ଡିତମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଅଛି, ସେ ସବୁ ଦେଖିଲେ ଅତି ପୁରାକାଳରେ (ଖ୍ରୀଷ୍ଟ ପୂର୍ବ ପଞ୍ଚମ ଓ ପ୍ରଥମ ଶତାବ୍ଦୀ ମଧ୍ୟରେ) ସୁଦ୍ଧା ଭାରତବାସିମାନେ ସେ ଶିଳ୍ପ ତ‌ତ୍ତ୍ୱରେ ବହୁଦୂର ଗତି ବିସ୍ତାର କରିଥିଲେ, ଏ ବିଷୟରେ ଅଣୁମାତ୍ର ସନ୍ଦେହ ରହଇ ନାହିଁ । ଗୁହାବଳୀ ଯେଉଁ ନିୟମରେ ପର୍ବତ ଦେହରୁ ଗଠିତ ହୋଇଅଛି,ଯେଉଁ ନିୟମରେ ସେମାନ ବିଭକ୍ତ ହୋଇଅଛି, ସେ ସବୁ ଅନୁସନ୍ଧାନ କରି ଦେଖିଲେ ନିର୍ମାତା ଓ ଅନୁଷ୍ଠାତାମାନଙ୍କର ଯେ ଉତ୍ତମ ଉତ୍ତମ ପ୍ରସ୍ତରଗୃହ ନିର୍ମାଣର ପ୍ରାକ୍‌ଜ୍ଞାନ ଥିଲା ଏ କଥା ସ୍ଥିର ଓ ବିଶ୍ୱାସ ନ କରି ଚିନ୍ତାଶୀଳ କେହି ରହି ନ ପାରନ୍ତି । ମନୁଷ୍ୟ ଓ ଜୀବଚୟର ଯେଉଁ ପ୍ରତିମୂର୍ତ୍ତିମାନ ଶୈଳଗାତ୍ରରୁ ଖୋଦିତ ହୋଇ ଥିବାର ଅଧୁନା ନେତ୍ରଗୋଚର ହୁଅଇ, ସେସବୁର ଖୋଦକମାନେ ନିଃସନ୍ଦେହରୂପେ ଅବିକଳ ପ୍ରକୃତିକି ଅନୁକରଣ କରିଥିଲେ । ଉଦୟଗିରିର ଖୋଦିତ ସିଂହ ପ୍ରକୃତ ସିଂହର ପ୍ରତିମୂର୍ତ୍ତି ଏବଂ ସେଥିର ଖୋଦକ ନିଃସନ୍ଦେହରୂପେ ସିଂହ ଦେଖିଥିଲେ *।
ନେଇ ଯାଇଥାନ୍ତେ । ସଂସ୍କୃତର ଚିହ୍ନ ତାହାହେଲେ ଯାବାରେ ଦୃଷ୍ଟ ହୁଅନ୍ତା ନାହିଁ । ମହାଭାରତର ଯୁଦ୍ଧସ୍ଥାନ ମଧ୍ୟ ନିର୍ଦ୍ଧଷ୍ଟ ନ ହୋଇ ଇଲିଆଡ଼ ଓ ଓଡ଼େଷୀ ( ଗ୍ରୀକ ମହାକାବ୍ୟଦ୍ୱୟ) ଲଖିତ ଯୁଦ୍ଧସ୍ଥାନମାନ ନିର୍ଦ୍ଦିଷ୍ଟ ହୋଇଥାନ୍ତା । ଆହୁରି ମଧ୍ୟ ହଣ୍ଟର ସାହେବ ଯାବା ନାମ ଯବନ ଶବ୍ଦରୁ ବାହାରି ଥିବାର ଲେଖିଅଛନ୍ତି । ଆମ୍ଭେମାନେ କହୁଁ ଯବନ ଶବ୍ଦରୁ କିପାଁ ହେବ, ଯବାକାର ଯାବାଦ୍ୱୀପ "ଯବ" ଶବ୍ଦରୁ ଅବା କାହିଁକି ଜାତ ନୋହିବ ? ଯବନ ଶବ୍ଦରୁ ଯାବା ଶବ୍ଦ ଉତ୍‌ପତ୍ତି କରିବାଦ୍ୱାରା ହଣ୍ଟର ସାହେବ ତାଙ୍କର ଆୟୋନୀୟ ଗ୍ରୀକବାଦିତ୍ୱର ସମର୍ଥନ ଲୋଡ଼ିଅଛନ୍ତି । ତାଙ୍କର ଗ୍ରୀକବାଦର ବାହୁଲ୍ୟ ସମାଲେଚନା ଆମ୍ଭେମାନେ ସ୍ଥାନାନ୍ତରରେ କରିବୁଁ । ଯାବାବାସିମାନେ ହିନ୍ଦୁଧର୍ମାବଲମ୍ୱୀ ଥିଲେ । ଅନନ୍ତର ଚତୁର୍ଦ୍ଦଶ ଖ୍ରୀଷ୍ଟ ଶତାବ୍ଦୀଯାଏ ବୌଦ୍ଧଧର୍ମର ଆଶ୍ରୟ ନେଇଥିଲେ । ତହିଁ ଉତ୍ତାରୁ ମୁସଲମାନ ହୋଇଅଛନ୍ତି । ଯାବାର ନିକଟବର୍ତ୍ତୀ ବାଳୀଦ୍ୱୀପରେ ଆଯିଯାଏ ଚାରି ଜାତିର ବିଚାର ଅଛି ଓ ବାଳୀଦ୍ୱୀପବାସିମାନେ ହିନ୍ଦୁ ବୋଲି ପରିଚୟ ଦିଅନ୍ତି ।
। * ଏଥିରୁ ମଧ୍ୟ ଅନୁମିତ ହୋଇ ମାରେ ଯେ ସମ୍ଭବତଃ ସେ ସମୟରେ ଓଡ଼ିଶା ଧରଣୀରେ ସିଂହ ଥିଲା ।