ପୃଷ୍ଠା:Odishara Itihas.pdf/୬୨

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


 ଏତେ ଅଳ୍ପ ଥିଲା ଯେ ନିକ ଆଚାରପକ୍ଷ‌ପାତୀ ସ୍ୱଭୁଳାଭିମାନୀ ଓ ଶିଳ୍ପବିଦ୍ୟାରେ ଅନଭିଜ୍ଞ ନ ଥିବା ଭାରତୀୟମାନେ ଗ୍ରୀକଙ୍କଠାରୁ ପ୍ରସ୍ତରଶିଳ୍ପତ‌ତ୍ତ୍ୱର କୌଣସି ଉନ୍ନତାଙ୍ଗ ଶିକ୍ଷା କରିବାପାଇଁ ମନ ବଳାଇ ଥୁବାର, ପୁଣି ସୁଯୋଗ ଘଟିଥିବାର ନିତାନ୍ତ ଅସମ୍ଭବ । ମଧ୍ୟ ବର୍ତ୍ତମାନ ଓଡ଼ିଶାରେ ଅବଶିଷ୍ଟ ଥିବା ଶିଳ୍ପରେ କୌଣସି ଗ୍ରୀକ୍‌ଶିଳ୍ପର ଚିହ୍ନ ଦୃଷ୍ଟ ହୃଏ ନାହିଁ । ଖୋଦିତ ପ୍ରତିମୂର୍ତ୍ତୀତୟରେ ଅଙ୍କିତ ଥିବା ଉଷ୍ଣୀଷ, ଅଙ୍ଗାଚ୍ଛାଦନ, ପାଦାଆଭରଣ ପ୍ରଭୃତିର ବର୍ଣ୍ଣନା ସୁଦ୍ଧା ଯହିଁରେ କି ଗ୍ରାକତ‌ତ୍ତ୍ୱର କୌଣସି କୌଣସି ଚିହ୍ନ କେହି କେହି ଅନୁମାନ କରୁଅଛନ୍ତି, ଭାରତୟ ଅତି ପୁରାତନ ଗ୍ରନ୍ଥମାନଙ୍କରେ ଅପ୍ରତୁଳ ନୁହଇ ।

ଯବନ-ଯାବାଉପନିବେଶର ବୃତ୍ତାନ୍ତ ଛଡ଼ା କଳିଙ୍ଗଦେଶର ଖ୍ରୀଷ୍ଟୀୟ ପ୍ରଥମ ଶଢାବ୍ଦୀର ଅନ୍ୟାନ୍ୟ ଘଟନାଚୟର ଇତିବୃତ୍ତି ଅଦ୍ୟାପି ହସ୍ତଲବ୍‌ଧ ହୋଇ ନାହିଁ । ମଧ୍ୟ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଖ୍ରୀଷ୍ଟ ଶତାବ୍ଦୀମାନଙ୍କରେ ଏ ଦେଶ ଯେ କିରୂପେ ଶାସିତ ହେଉଥିଲା, ତାହା ସୁଦ୍ଧା ପୁଙ୍ଖାନୁପୁଙ୍ଖରୂପେ ଅନୁସନ୍ଧାନ କରି ସ୍ଥିର କରା ଯାଇ ନ ପାରେ । ବୌଦ୍ଧଧର୍ମର ପ୍ରାଦୂର୍ଭାବ ଯେ ଏ ଶତାବ୍ଦୀତ୍ରୟରେ ବିଦ୍ୟମାନ ଥିଲା ଏଥିରେ ଅବଶ୍ୟ କୌଣସି ସନ୍ଦେହ ନାହିଁ । ଏହି ସମୟରେ ଯବନ ଜାତିଏ ମଧ୍ୟେ ମଧ୍ୟେ ଏ ଦେଶରେ ଉଦିତ ହୋଇ ଥିବାର ମାଦଳାପାଞ୍ଜିରୁ ଆଭାଷ ମିଳଇ । ଉକ୍ତ ପଞ୍ଜିକାରେ ଆହୁରି ବର୍ଣ୍ଣିତ ଅଛି ଯେ · ଅବଶେଷକୁ ଖ୍ରୀଷ୍ମ ଚତୁର୍ଥ ଶତାବ୍ଦୀର ରକ୍ତବାହୁ ନାମକ ଜନୈକ ଯବନନୃପତି ଅର୍ଣ୍ଣବପୋତରେ ଆସି ଏ ଦେଶ ଜୟ କରିଥିଲେ । ତଦନନ୍ତର ୧୪୬ ବର୍ଷ କାଳ ଏ ଦେଶର ରାଜ୍ୟଭାର ଯବନମାନଙ୍କର କରଗତ ରହିଥିଲା । ପରିଶେଷରେ ଖ୍ରୀଷ୍ଟାବ୍ଦ ୪୭୪ ବର୍ଷରେ ଯଯାତୀକେଶରୀଙ୍କଦ୍ବାରା ଯବନମାନେ ତାଡ଼ିତ ହୋଇ ଏ ଦେଶରେ ହିନ୍ଦୁସାମ୍ରାଜ୍ୟ ପୁନଃ ସ୍ଥାପିତ ହେଲା । ଆଦୌ ମାଦଳାପାଞ୍ଜିର ପୁରାକାଳ ବର୍ଣ୍ଣନାଚୟର ସତ୍ୟତା ଉପରେ ଅମ୍ଭମାନଙ୍କର ବିଶ୍ୱାସ ନାହିଁ । ତଥାପି ଉକ୍ତ ବିବରଣାବଳୀର ସ୍ଥୁଳ ତାତ୍ପର୍ଯ୍ୟକୁ ସତ୍ୟ ବୋଲି ବିଶ୍ୱାସ କଲେ ଯବନମାନେ କିଏ, ଏ ବିଷୟର ଯଥାର୍ଥ ନିର୍ଦ୍ଧ।ରଣ କରିବାର ଆବଶ୍ୟକତା ଉପସ୍ଥିତ ହୁଅଇ ।

ହଣ୍ଟର ସାହେବ ଯବନମାନଙ୍କୁ ଆୟୋନୀୟ ଗ୍ରାକ୍ ବୋଲି ସ୍ଥିର କରି ସେମାନେ ମଗଧଦେଶ ଦେଇ ଏ ଦେଶରେ ପ୍ରବିଷ୍ଟ ହୋଇ ଥିବାର ନିର୍ଦ୍ଦେଶ କରିଅଛନ୍ତି । ମଗଧଦେଶର ମଧ୍ୟ ଦେଇ ଆୟୋନୀୟ ଗ୍ରୀକ୍‌ମାନେ ଓଡ଼ିଶାକୁ ଆସିଥିବାର ବର୍ଣ୍ଣନା ସତ୍ୟ ହେଲେ ସେମାନେ ଓଡ଼ିଶା ପ୍ରବେଶ ପୂର୍ବରୁ ମଗଧରାଜ୍ୟ ଜୟ କରିଥିବାର ଅଥବା ମଗଧଦେଶ ଦେଇ ସୈନ୍ୟ ସହିତ ଦେଶାନ୍ତରକୁ ଯିବା ନିମନ୍ତେ ଅନୁମତି ପାଇଥିବାର ସହଜେ ଅନୁମାନ କରାଯାଇ