ପୃଷ୍ଠା:Odishara Itihas.pdf/୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୧
ଦ୍ୱିତୀୟ ଅଧ୍ୟାୟ ।

ପାରେ । କନ୍ତୁ ରାମାୟଣ, ମହାଭାରତ, ପାଣିନୀକୃତ ବ୍ୟାକରଣ, ପୁରାକାଳଲିଖିତ କାବ୍ୟ ନାଟକଚୟ କିମ୍ବା ଅପେକ୍ଷାକୃତ ଆଧୁନିକ ପୁରାଣମାନଙ୍କର କୌଣସି କୌଣସିଠାରେ ବର୍ଣ୍ଣତ ଥିବା ଯବନ ଶବ୍ଦଦ୍ୱାରା ଆୟୋନୀୟ ଗ୍ରୀକମାନେ ଉଲ୍ଲିଖିତ ହୋଇଥିବାର ବିଣ୍ୱାସ କରି ସୁଦ୍ଧା ମଗଧସମ୍ବନ୍ଧୀୟ ସଂସ୍କୃତ ରଚନାବଳୀ ଏବଂ ଗ୍ରୀକଲେଖକଙ୍କର ଭାରତବୃତାନ୍ତ ଓ ଭାରତ ଭ୍ରମଣକଲାପର ପୃଷ୍ଠା ପୃଷ୍ଠା ଫିଟାଇ ଅନୁସନ୍ଧାନ କଲେ, ଶେଷୋକ୍ତ ଅନୁମାନ ଦ୍ୱୟରୁ କୌଣସି ଅନୁମାନ ଯାଥାର୍ଥପର ବୋଲି ପ୍ରମାଣ ହୁଅଇ ନାହିଁ । ବରଞ୍ଚ ଗ୍ରୀକ୍ ସେନାପତି ସିଲିଉକସ୍ (ଖ୍ରୀ:ପୂ: ୩୦୬) ମଗଧ ଅଧିପତି ଚନ୍ଦ୍ରଗୁପ୍ତଙ୍କ ସଙ୍ଗେ ଯୁଦ୍ଧ * ଉତ୍ତାରୁ ଯେଉଁ ସନ୍ଧି ସଂସ୍ଥାପନା କରିଥିଲେ ସେଥିରେ ସେ ନିଜ ଅଧିକୃତ ସିନ୍ଧୁନ‌ଦୀର ପୂର୍ବଭାଗସ୍ଥ ସମସ୍ତ ଦେଶ ବାର୍ଷିକ ୫୦ ହସ୍ତୀ ଗ୍ରହଣ କରିବା ନିୟମରେ ଚନ୍ଦ୍ରଗୁପ୍ତଙ୍କୁ ପ୍ରଦାନ କରିଥିଲେ । ବର୍ତ୍ତମାନ ସ୍ୱାଧୀନ ଓ ମିତ୍ରରାଜ୍ୟଙ୍କ ମଧ୍ୟରେ ପରସ୍ପର ରାଜ୍ୟରେ ଦୂତ ନିଯୁକ୍ତ କରିବାର ଯେପରି ବିଧି ଅଛି ସେହିରୁପ ମେଘାସ୍ଥିନ୍ସ ନାମକ ଜଣେ ଗ୍ରୀକ୍‌ଦୂତ ମଗଧରାଜ୍ୟରେ ନିଯୁକ୍ତ ହୋଇଥଲେ । ଚନ୍ଦ୍ରଗୁପ୍ତ କ୍ଷମତାଶାଳୀ ନୃପତି ଅଲେ । ତାଙ୍କର ଉତ୍ତରାଧିକାରୀମାନେ ସୁଦ୍ଧା ହୀନପ୍ରଭ ହୋଇଥିବାର ଜଣା ନ ଯାଏ । ଚନ୍ଦ୍ରଗୁପ୍ତଙ୍କୁ ପୌତ୍ର ଅଶୋକ (ଖୀ ପୃ ୨୫୦) ନିଜ ସମୟରେ ଭାରତବର୍ଷସ୍ଥ ପ୍ରାୟ ସମସ୍ତ ବୌଦ୍ଧଧର୍ମବ୍ୟାପୀ ପ୍ରଦେଶର ସମ୍ରାଟରୂପେ ପରିଗଣିତ ହୋଇଥିଲେ । ସେ ପୁଣି ଯେମନ୍ତ ଅତିଶୟ ଧାର୍ମିକ ଥିଲେ ସେହିପରି ଦୁର୍ଦ୍ଧର୍ଷ ବୀର ଓ ଶୂର ଥିଲେ ଏବଂ ଅନେକ ରାଜ୍ୟ ଜୟ କଲେ । ତାଙ୍କୁ ରାଜତ୍ୱ ସମୟରେ ଗ୍ରୀକ୍ ରାଜା ଏଣ୍ଟିୟକସ୍ ଭାରତବର୍ଷର ପଶ୍ଚିମାଞ୍ଚଳୀୟ ତାବତ୍ ଦେଶର ରାଜତ୍ୱ କରୁଥିଲେ । ସେହି ଗ୍ରାକ୍ ରାଜାଙ୍କ ଋଜ୍ୟରେ ସୁଦ୍ଧା ମନୁଷ୍ୟ ଓ ପଶୁ ପକ୍ଷୀମାନଙ୍କ ପାଇଁ ଔଷଧ ଦାନର ବିଧାନ କରିବା ନିମନ୍ତେ ଅଶୋକ ଆଜ୍ଞା ପ୍ରଚାର କରିଥିଲେ । ଏଥିରୁ ଅଶୋକଙ୍କର ଗ୍ରୀକଙ୍କଠାରେ ଆନୁଗର୍ତ୍ତ୍ୟର ପରିଚୟ ନ ମିଳି ବରଂ ଗ୍ରାକରାଜାଙ୍କର ତାଙ୍କ


* ଏ ଯୁଦ୍ଧରେ ଚନ୍ଦ୍ରଗୁପ୍ତ ପରାସ୍ତ ହୋଇଥିଲେ ବୋଲି କୌଣସି କୌଣସି ଗ୍ରୀକଲେଖକ ଲେଖିଅଛନ୍ତି । କିନ୍ତୁ ସିଲିଉକସ୍ ଚନ୍ଦ୍ରଗୁପ୍ତଙ୍କ ସଙ୍ଗେ ନିଜ କନ୍ୟାର ବିବାହ କରାଇଥଲେ । ଏହି ଘଟନାକୁ ଅବଲମ୍ବନ କରି କୌଣସି କୌଣସି ଇତିହାସଲେଖକେ ସିଲିଉକସ୍ ସୃଦ୍ଧରେ ଜୟୀ ହୋଇଥିବା ବିଷୟରେ ବିଶ୍ବାସ କରି ନାହାନ୍ତି । ଅଲେକଜାଣ୍ଡର ଶତଦ୍ରୁ ( ବଢଲେଇ ) ନଦୀ ପର୍ଯ୍ୟନ୍ତ ଚଢାଉ କରିଥିଲେ, ମାତ୍ର ସିଲଉକଙ୍କର ସୈନ୍ୟ ଗଙ୍ଗାନ‌ଦୀକୂଳ ପର୍ଯ୍ୟନ୍ତ ଅଗ୍ରସର GQIQAGM Vide Marshwan's History of India Vol, I, Page 15, Digitized by srujanika@gmail.com