ପୃଷ୍ଠା:Odishara Itihas.pdf/୬୪

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଉପରେ ଏକପ୍ରକାର ନିର୍ଭୟର ପରିଚୟ ମିଳୁଅଛି । ଅଶୋକଙ୍କ ଶାସନ ପର୍ଯ୍ୟନ୍ତ ମଗଧରେ ଗ୍ରୀକଙ୍କର ପ୍ରାଦୁର୍ଭାବର କୌଣସି ଲକ୍ଷଣ ଜଣାଯାଇ ନାହିଁ । ତାଙ୍କ ଉତ୍ତାରୁ ମଗଧର ମୌର୍ଯ୍ୟବଂଶୀୟ ରାଳାମାନେ ଯେ ଏକାବେଳକେ ନିତାନ୍ତ ହୀନବଳ ହୋଇଥିଲେ ଏହା ବିଶ୍ୱସନୀୟ ନୁହେଁ । ପୁଣି ସେମାନେ ପତିତ ହେଲାରୁ ଆନ୍ଧ୍ରବଂଶୀୟ ଓ ତଦନନ୍ତର ଗୁପ୍ତବଂଶୀୟ ରାଜାଏ ମଗଧ ସିଂହାସନରେ ପ୍ରାବଲ୍ୟ ଲଭିଥିଲେ । ଆନ୍ଧ୍ରବଂଶୀୟ ରାଜାମାନେ ଦାକ୍ଷିଣାତ୍ୟରେ ସୁଦ୍ଧା ନିଜବଂଶୀୟ* ନାମରେ ରାଜ୍ୟ ସ୍ଥାପନ କରିଥିଲେ । ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀରେ ଗୁପ୍ତବଂଶୀୟ ଶିବଗୁପ୍ତ,ମହାଭବ ଦେବଗୁପ୍ତ ପ୍ରଭୃତି ମାଗଧୀୟ ରାଜାମାନେ ଦିଗ୍‌ବିଜୟୀ ହେବା ନିମନ୍ତେ ଭିନ୍ନ ଭିନ୍ନ ସ୍ଥାନକୁ ସୈନ୍ୟ ପଠାଇଥିବାର ଅମ୍ଭେମାନେ ପ୍ରମାଣ ପାଇଅଛୁ । ଏପରି ପରାକ୍ରାନ୍ତ ରାଜାମାନଙ୍କ ରାଜତ୍ୱ ସମୟରେ ଗ୍ରୀକ୍‌ମାନେ ଯେ ହଠାତ୍ ଓ ସହଜେ ସେମାନଙ୍କ ଉପରେ ପ୍ରାଦୁର୍ଭାବ ଚଲାଇ, ମଗଧ ଦେଇ ନିର୍ବିଘ୍ନରେ ସୈନ୍ୟ ନେଇ ନିଜ ନିଜ ଇଷ୍ଟସାଧନ କରିବା ବିଷୟରେ ସକ୍ଷମ ହୋଇଥିଲେ ଏହା ବିଶ୍ୱାସ ଯୋଗ୍ୟ ନୁହେଁ । ପୁଣି ମୌର୍ଯ୍ୟରାଜାଙ୍କ ପ୍ରାଦୁର୍ଭାବ ସମୟରେ ଅଶୋକଙ୍କ ଉତ୍ତାରୁ ମଧ୍ୟ ସମ୍ଭବତଃ ଏ ଦେଶ ସେମାନଙ୍କର ରକ୍ଷାଧୀନ ଥିଲା । ତଦନନ୍ତର ଯେଉଁ ମାନେ ରାଜା ହେଲେ, ଯେତେଦୂର ଜଣାଯାଏ; ସେମାନେ ବୌଦ୍ଧ ନ ଥାଇ ହିନ୍ଦୁ ଥଲେ । ସୁତରାଂ ସେମାନଙ୍କର ବିଜାତୀୟ ଭିନ୍ନ ଧର୍ମାବଲମ୍ବୀ ଓ ଭିନ୍ନ ଆଚାର ବିଶିଷ୍ଟ ଗ୍ରୀକ୍‌ଙ୍କ ପ୍ରତି, ବିଶେଷତଃ ବୌଦ୍ଧଧର୍ମକୁ ଧ୍ବଂସ କରିବା ସମୟରେ ବିଶେଷ ଅଶ୍ରଦ୍ଧା ଉଦିତ ହୋଇଥିବାର ସମ୍ଭବ । ଏଣୁକରି ମଗଧର କୌଣସି ରାଜାଙ୍କଠାରୁ ଗ୍ରୀକ୍‌ମାନେ ମଗଧ ଦେଇ ଏ ଦେଶରୁ ଆସିବା ସକାଶେ ମିତ୍ରଭାବରେ ଅନୁମତି ପାଇଥିବାର ସୁଦ୍ଧା ଅସମ୍ଭବପର ବୋଲି ପ୍ରତୀୟମାନ ହେଉଅଛି । ଆହୁରି ଗ୍ରୀକ୍-ଲେଖକଙ୍କର ହୃଶ ଗ୍ରାକ୍ ଲେଖକଙ୍କର ବିବରଣାବଳୀକି ଆଲୋଚନା କରି ଯେଉଁ ପୁରାବୃତ୍ତ-ବ୍ୟବସାୟୀମାନେ ବହୁବିଧ ଐତିହାସିକ ସତ୍ୟ ଆବିଷ୍କାର କରିଅଛନ୍ତି, ସେମାନେ କୌଣସିଠାରେ ଅୟୋନୀୟ କି ବାକ୍‌ଟ୍ରୀୟ ଗ୍ରୀକଙ୍କର ସିନ୍ଧୁଦେଶ ଓ ପଞ୍ଜାବର ପାର୍ଶ୍ୱ ଓ ଅନ୍ତର୍ବର୍ତ୍ତୀ ସ୍ଥାନମାନ ଅତିକ୍ରମ କରି ଅଧିକାର ସ୍ଥାପନ ଅବା ଦେଶ ଜୟ କରିଥିବାର କିଛି ନିର୍ଦ୍ଦେଶ କରି ନାହାନ୍ତି । ଏହି ସବୁରୁ ମଗଧ ଦେଇ ଗ୍ରୀକ୍ ବିଜୟୀ ସୈନ୍ୟ ଓଡ଼ିଶାକୁ ଆଣିଥିବାର ଓ ଓଡ଼ିଶା ଅଧିକାର


* ମୌର୍ଯ୍ୟବଂଶୀୟ ରାଜାଙ୍କ ଉତ୍ତାରୁ ଆଉ ଦୁଇ ଶୂଦ୍ରବଂଶୀୟ ରାଜାଏ ମଗଧର ରାଜା ଥିବାର ସୁଦ୍ଧା କଥିତ ଅଛି ।

The researches of Prinses, Wilsons and Elphinstone