ପୃଷ୍ଠା:Odishara Itihas.pdf/୬୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


କରିଥିବାର ସେ କେତେଦୂର ସମ୍ଭବପର ଓ ଯାଥାର୍ଥପୂର୍ଣ୍ଣ ଘଟନା ତାହା କାହାରିକି ରୁଝାଇ ଦେବାର ଅବଶ୍ୟକତା ଦୃଷ୍ଟ ହୁଅଇ ନାହିଁ ।

ପୁଣି ଗ୍ରୀକ୍‌ମାନେ ଓଡ଼ିଶା ଅଧିକାର କରିଥିବାର ବିଶ୍ୱାସ କଲେ ସେମାନଙ୍କ ରାଜତ୍ୱର କୌଣସି କିର୍ତ୍ତିର ଭଗ୍ନାବଶେଷ ଏ ଦେଶରେ ବର୍ତ୍ତମାନ ଦେଖିବା ସକାଶେ ଆମ୍ଭମାନଙ୍କର ଔତ୍ସୁକ୍ୟ ଜନ୍ମିବା ସର୍ବତୋଭାବେ ସ୍ୱାଭାବିକ । ଗ୍ରୀକ୍‌ମାନେ ଅସଭ୍ୟ କାତି ନ ଥିଲେ, ସେମାନେ ଶିଳ୍ପଶାସ୍ତ୍ର ରେ ବିଶେଷ ପାରଦର୍ଶିତା ଲଭିଥିଲେ । ପ୍ରସ୍ତଶିଳ୍ପ ତ‌ତ୍ତ୍ୱରେ ସୁଦ୍ଧା ସେମାନଙ୍କର ଅଭିଜ୍ଞତା ଊଣା ନ ଥୁଲା । ପ୍ରାୟ ଦୁଇଶତ ବର୍ଷ କାଳ ରାଜତ୍ୱ କରି ନିତାନ୍ତ ପକ୍ଷେ ନିଜ ମାତୃଭାଷାର କୌଣସି ଖୋଦିତ ଲିପି ପାହାଡ଼ମୟ ଓଡ଼ିଶା ଦେଶରେ ଅଙ୍କିତ କରିବାପାଇଁ ସେମାନଙ୍କର ସ୍ୱାଭାବିକ ପ୍ରବୃତ୍ତି କରି ଥିବାର କିଛି ଅସମ୍ଭବ‌ଯୋଗ୍ୟ ନୁହେଁ । ବିଶେଷତଃ ଅନ୍ୟାନ୍ୟ ଖୋଦିତଲିପିର ଆଦର୍ଶ ଚତୁର୍ଥ ଓ ପଞ୍ଚମ ଖ୍ରୀଷ୍ଟ ଶତାବ୍ଦୀ ସରିକି ସେମାନଙ୍କ ସମ୍ମୁଖରେ ବିଦ୍ୟମାନ ଥିଲା । ସେ ସମୁଦାୟର ଅନୁଗାମୀ ହୋଇ ଆପଣ ଆପଣା ନାମ ସ୍ମରଣୀୟ କରିବା ସକାଶେ ଗ୍ରୀକ୍‌ଙ୍କ ପରି ଶିଳ୍ପବିଦ୍ୟାବିଶାରଦ ଲୋକଙ୍କର ମତି ବଳିଥିବାର ସହକେ ଅନୁମାନ କରାଯାଇ ପାରେ । କିନ୍ତୁ ଗ୍ରୀକଙ୍କର କୌଣସି କୀର୍ତ୍ତି ଖୋଦିତଲିପି ଏ ଦେଶରେ କାହିଁ ଦୃଷ୍ଟିଗୋଚର ହୁଅଇ ନାହିଁ; ଗ୍ରୀକଶିଳ୍ପର କୌଣସି ଚିହ୍ନ ଏ ଦେଶରେ ମିଳଇ ନାହିଁ; ଶିଳ୍ପକାର୍ଯ୍ୟଚୟରେ ଗ୍ରୀକଭାଷାର କୌଣସି ଅବଶିଷ୍ଟାଂଶ କି କୌଣସି ଭାବର ପ୍ରତିକୃତି ସୁଦ୍ଧା ଓଡ଼ିଶାରେ କୌଣସିଠାରେ ବିଦ୍ୟମାନ ନାହିଁ । ଏହି ସବୁ ବିଷୟ ବିଶେଷ ରୂପେ ବିବେଚନା କଲେ ଓଡିଶାକୁ ବିଜୟୀ ଗ୍ରୀକ୍‌ମାନେ ଆସି ଥିବାର ଅନୁମାନ ଯେ ସମ୍ପୂର୍ଣ୍ଣ କାଳ୍ପନିକ ଏଥିରେ ଆଉ ସନ୍ଦେହ ରହଇ ନାହିଁ ।

ପୋଢଦାହନରେ ରକ୍ତବାହଙ୍କର ଅସିଥୁବା କଥା ଭାଙ୍କୁଗ୍ରାକର ଅନ୍ୟଉର ପ୍ରମାଣ ବୋଲ ଉଞ୍ଜି ତ ହୋଇଅଛୁ । ବ ଭବେଦ, ମହଭା, ଗ୍ରାମାୟଣ, ମହାରତ ମa ଭତ୍ପରବର୍ତ୍ତୀ ସଂସ୍କୃତ ଗ୍ରନ୍ଥମାନଙ୍କରେ ପୋଢହାର୍ ଅର୍ଯ୍ୟଙ୍କର ଯାତାୟାତ ଓ ସମ୍ଭ ଦ୍ରରେ ବୀଣିଜ୍ୟ କରିବା ବିଷୟ ସମ୍ୟକ୍ ରୂପେ ବଣ୍ଡିତ ଅଛୁ । ଏକର ଏ କଥା ସିଂହ ଭୂରଭବର୍ଷର ଗାଁମାନେ ଅସିଇ ପୂର୍ବରୁ ରହବାସିଏ ସମ୍ଭ ଦ୍ରମେଢ ବ୍ୟବହାର କରୁଥିଲେ ଓ ସେମାନ ସମୁଦ୍ରରେ ଚଳାଇ କାଲେ * । କୌଣସି ଗ୍ରାପ୪କ ବିବାର

  • Babu Rajendralal Mitra's Antiquities of Orissa Vol I, PP. 115 & 116.