ପୃଷ୍ଠା:Odishara Itihas.pdf/୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

________________

୪୪

ଓଡ଼ିଶାର ଇତିହାସ ।

ରାଜ୍ୟର ଉପକୂଳରେ ଭାରତବର୍ଷରୁ ଭିନ୍ନ ଦେଶକୁ ଯାତାୟାତ କରିବା ଭଳି ପୋତ ଥିବାର ଦେଖିଥିଲେ । ପ୍ରାୟ ଖ୍ରୀ:ପୂ: ଷଷ୍ଠ ଶତାବ୍ଦୀରେ ବିଜ‌ୟସିଂହ ନାମକ ଜଣେ ବଙ୍ଗଦେଶର ରାକା ଅର୍ଣ୍ଣବପୋତଦ୍ୱାରା ସିଂହଳଦ୍ୱୀପ ଗମନ କରି ସେ ଦେଶ ଅଧିକାରଭୁକ୍ତ କରିଥିଲେ । ତଦନନ୍ତର ବଙ୍ଗଦେଶର ଅନ୍ୟତମ ରାଜା ପାଣ୍ଡୁବାସ ବିଜୟସିଂହଙ୍କ ମୃତ୍ୟୁ ଉତ୍ତାରୁ ସିଂହଳଦ୍ୱୀପକୁ ଯାଇ ସେ ସିଂହାସନାଧିରୁଢ଼ ହୋଇଥିଲେ । ପୁର୍ବକାଳରେ ବଙ୍ଗ, ମଗଧ ଓ କଳଙ୍ଗଦେଶବାସୀଙ୍କର ଅର୍ଣ୍ଣବପୋତମାନଙ୍କୁ ଆଶ୍ରୟ ଦେବା ନିମନ୍ତେ ତାମ୍ରଲିପ୍ତ ( ତମଲୁକ), ଚିଲ୍‌କା ଓ କଳିଙ୍ଗପତ୍ତନ ପ୍ରଧନ ପ୍ରଧାନ ବନ୍ଦର ଥିବାର ଜଣାଯାଏ । କଳିଙ୍ଗ ଦେଶରୁ ଯାବା ଦ୍ୱୀପକୁ ଉପନିବେଶ ସ୍ଥାପନ କରିବା ନିମନ୍ତେ ଯାଇଥିବା ଲୋକମାନେ ସମ୍ଭବତଃ ଚିଲ୍‌କା ବା କଳିଙ୍ଗପତ୍ତନ ଦେଇ ଅର୍ଣ୍ଣବପୋତ ଚଢ଼ି ଯାଇଥିଲେ । ବିଜୟସିଂହ ଓ ପାଣ୍ଡୁବାସ ତାମ୍ରଲିପ୍ତରୁ ବୋଇତ * ବୁହାଇଥିଲେ । ମଧ୍ୟ ଖ୍ରୀଷ୍ଟ ଚରୁର୍ଥ ଶତାବ୍ଦୀରେ ଚୀନପର୍ଯ୍ୟନ୍ତ ଫାହିୟାନ ମଗଧ ଓ ବଙ୍ଗଦେଶରେ ଭ୍ରମଣ ସମାପ୍ତ କରି ସିଂହଳଦ୍ୱୀପକୁ ତାମ୍ରଲିପ୍ତ ବାଟେ ପୋତାରୋହଣରେ ଯାଇଥିଲେ ଓ ସେହି ପୋତ ହିନ୍ଦୁମାନଙ୍କଦ୍ୱାରା ଚାଳିତ ହେଉଥିଲାø । ଏହି ସବୁରୁ ମଧ୍ୟ ଜଣାଯାଏ ଯେ ଭାରତବର୍ଷରେ ଅର୍ଣ୍ଣବପୋତର ବ୍ୟବହାର ବିଦ୍ୟମାନ ଥିଲା ଓ ଭାରତବାସୀଏ ସେମାନ ସୁଖେ ଚଳାଉଥିଲେ । ସେସବୁଦ୍ୱାରା ଭାରତବାସୀଙ୍କର ବାଣିଜ୍ୟ ଓ ଯୁଦ୍ଧଦ୍ରବ୍ୟମାନ ଦେଶାନ୍ତରକୁ ନୀତ ହେଉଥିଲା । ବନ୍ଦରମାନ ମଧ୍ୟ ସ୍ଥାନ ସ୍ଥାନରେ ନିର୍ଦ୍ଦିଷ୍ଟ ହୋଇଥିଲା । ସୁତରାଂ ରକ୍ତବାହୁ ନାମକ କେହି ଜଣେ ଅର୍ଣ୍ଣବପୋତରେ ଚଢ଼ି ଆସିଥିବାର ସତ୍ୟ ହେଲେ ସେ ଭାରତବାସୀ ଥିଲେ ଓ ସମ୍ଭବତଃ ତାମ୍ରଲିପ୍ତରୁ ଅର୍ଣ୍ଣବପୋତରେ ଆସିଥିଲେ ବୋଲି ଅନୁମାନ କଲେ କି ସମ୍ଭବପର ହୋଇ ନ ପାରେ ? ବିଶେଷତଃ ଗ୍ରୀକ‌ଙ୍କର ଅର୍ଣ୍ଣବପୋତରେ ଚଢ଼ି ଯୁଦ୍ଧ କରିବା ନିମନ୍ତେ ଭାରତବର୍ଷର ପୂର୍ବ ଅଞ୍ଚଳକୁ ଆସିଥିବାର ଅନୁମାନ ବିନା, ଅନ୍ୟ କୌଣସି ପ୍ରମାଣ ନଥିବା ପ୍ରତ୍ୟକ୍ଷେ, ଆମ୍ଭମାନଙ୍କର ଉପରୋକ୍ତ ଅନୁମାନ କିପାଁ ଯେ ବଳବତ୍ତର ସତ୍ୟାଶ୍ରିତ ନ ହେବ ଆମ୍ଭେମାନେ ବୁଝି ପାରୁନାହୁଁ ।


* ବୋଇତ ଶବ୍ଦର ଅର୍ଥ ଅର୍ଣ୍ଣବପୋତ । ଏ ଶବ୍ଦ ଓଡ଼ିଆ ଭାଷାରେ ବ‌ହୁକାଳରୁ ପ୍ରଚଳିତ ଅଛି । ଭୁବନେଶ୍ୱରର ଏକ ଦେଉଳ ହୋଇତ ଅକାରରେ ହୋଇଅଛି ବୋଲି ତାହାର ନାମ ବୋଇତାଳ ଦେଉଳ । ଏଥିରୁ ମଧ୍ୟ ସମୁଦ୍ରରେ ପୋତ ଯାତାୟତର ବିଷୟ ଓଡ଼ିଶାବାସୀଙ୍କି ବ‌ହୁକାଳରୁ ଜଣାଥିବାର ଅନ୍ୟତର ପ୍ରମାଣ ।

ø Elphinstone's History of India, P. 168.